ପଞ୍ଚାୟତ ଗଠନର ଅଢେଇ ବର୍ଷ ପୁରିଲା, ଉନ୍ନୟନ କାର୍ଯ୍ୟ ଶୂନ: ମାନିଗୁଡା ପଞ୍ଚାୟତବାସୀ ବିିଡିଓଙ୍କ ଦ୍ୱାରସ୍ଥ

ନୂଆପଡା ଅଫିସ,୧୧ା୬: ନୂଆପଡ଼ା ଜିଲା କୋମନା ବ୍ଲକ ମାନିଗୁଡା ଗ୍ରାମପଞ୍ଚାୟତଗଠନର ଆଜକୁ ଅଢେଇ ବର୍ଷ ଗଡିଯିବ ହେଲେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନ ଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପଞ୍ଚାୟତ ସରପଞ୍ଚ, ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟାସଭ୍ୟ କୋମନା ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ନବଗଠିତ ପଞ୍ଚାୟତଗୁଡିକ ମଧ୍ୟରୁ ମାନିଗୁଡା ଅନ୍ୟତମ । ଏହା ୪ଟି ଗାଁ ମାନିଗୁଡା, ଗନିଆରୀ, ସିହିନାମୁଣ୍ଡା ଏବଂ ନାଏକପଡାକୁ ନେଇ ଗଠିତ। ୧୧ଟି ୱାର୍ଡରେ ୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ମତଦାତା ରହୁଥିବାବେଳେ ଅର୍ଦ୍ଧାଧିକ ଆଦିବାସୀ ଶ୍ରେଣୀର । ଏମାନଙ୍କ ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନୁହେଁ । ବର୍ଷରେ ବହୁ ସମୟ ରୋଜଗାର ଅଭାବ ହେତୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏଭଳି ସ୍ଥିତିରେ ନୂଆ ପଞ୍ଚାୟତ ଗଠନ ହେବା ପରେ ଲୋକଙ୍କ ଭିତରେ ନୂତନ ଆଶା ସଞ୍ଚାର କରିଥିଲା । ଲୋକଙ୍କୁ ରୋଜଗାର ମିଳିବ, ବିଭିନ୍ନ ଉନ୍ନୟନମୂଳକ କାମ ହେବ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ସବୁ ଫସର ଫାଟିଥିବା ଖୋଦ ୱାର୍ଡମେମ୍ବରମାନେ କହିଛନ୍ତି। ଆଜକୁ ଅଢେଇ ବର୍ଷ ହେବ କୌଣସି ଯୋଜନାରୁ କାମ ହୋଇନାହିଁ । ମାତ୍ର କିଛି କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିଲା। ହେଲେ ସେଥିରୁ ଆଜକୁ ଦେଢବର୍ଷ ହେବ ମଜୁରୀ ଟଙ୍କା ମିଳିପାରୁନାହିଁ । ଏହିଭଳି ପଞ୍ଚାୟତରେ ବୈଠକ ହେଉଛି। ହେଲେ ସେଠାକୁ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଜିଆରଏସ ଯୋଗଦେଉନାହାନ୍ତି। ଯନ୍ତ୍ରୀଙ୍କ କେବେ ମଧ୍ୟ ମିଳୁନାହିଁ । ଏଠାକୁ କେବେ ବ୍ଲକ ତଥା ଜିଲାସ୍ତରୀୟ ଅଧିକାରୀ କେବେ ଆସିବାର କେହି ଦେଖିନାହାନ୍ତି । ଆମ ନୂଆଁ ପଞ୍ଚାୟତ ବୋଲି ପ୍ରଶାସନ ସବୁଥିରୁ ବଞ୍ଚତ୍ତ କରୁଛି । ଏହା ପଞ୍ଚାୟତିରାଜ ନାଁରେ ଏକ ପ୍ରହସନ ହୋଇଛି ବୋଲି ନାଏବ ସରପଞ୍ଚ ତୁଲେଶ୍ୱରୀ ବାଗ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଗ୍ରାମପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ସେଗୁଡିକର ପେମେଣ୍ଟ ଠିକ ସମୟରେ ମିଳୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ନିର୍ମାଣ କରିବାକୁ ସବୁବେଳେ ସରକାର ଡେଙ୍ଗୁରା ପିଟୁଛନ୍ତି । ହେଲେ ସେଗୁଡିକର ପେମେଣ୍ଟ ମିଳୁନାହିଁ । ଏସବୁ ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ସରପଞ୍ଚ ମାନସିଂ ମାଝି, ୱାର୍ଡ ସଭ୍ୟ ପୀତାମ୍ବର ଅଦା, ସତଲାଲ ମାଝି, ଟଙ୍କଧର କଠାର, ତୁଲେଶ୍ୱରୀ ବାଗ, ପଦ୍ମିନୀ ହଂସ, ଦେମତି ବେମାଲ, ବୈଦେହୀ ଦୀପ, ରାଧାକାନ୍ତ ଛତ୍ରିଆ, ଭିକାରୀ ବାଗ, ଯୋଗେନ୍ଦ୍ର ବାଗ, ନିରଞ୍ଜନ ହଂସ, ବଳଭଦ୍ର ବେମାଲ, ସନ୍ତୋଷ ଦୀପ ପ୍ରମୁଖ କୋମନା ବିଡିଓ ଶ୍ୟାମଳ ରଏଙ୍କୁ ଭେଟି ଜଣାଇଛନ୍ତି । ବିଡିଓ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ପ୍ରବଳ ବର୍ଷା: ଜଣେ ଭାସିଗଲେ, ଜଣେ ଉଦ୍ଧାର

ସମ୍ବଲପୁର,୬ା୭(ପ୍ରମୋଦ ବହିଦାର): ସମ୍ବଲପୁରରେ ଗତ ୪ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଗତ ରାତ୍ରି ତମାମ ଅବିଶ୍ରାନ୍ତ ବର୍ଷା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri