ପଞ୍ଚାୟତ ଗଠନର ଅଢେଇ ବର୍ଷ ପୁରିଲା, ଉନ୍ନୟନ କାର୍ଯ୍ୟ ଶୂନ: ମାନିଗୁଡା ପଞ୍ଚାୟତବାସୀ ବିିଡିଓଙ୍କ ଦ୍ୱାରସ୍ଥ

ନୂଆପଡା ଅଫିସ,୧୧ା୬: ନୂଆପଡ଼ା ଜିଲା କୋମନା ବ୍ଲକ ମାନିଗୁଡା ଗ୍ରାମପଞ୍ଚାୟତଗଠନର ଆଜକୁ ଅଢେଇ ବର୍ଷ ଗଡିଯିବ ହେଲେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନ ଥିବା ନେଇ ପଞ୍ଚାୟତ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପଞ୍ଚାୟତ ସରପଞ୍ଚ, ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟାସଭ୍ୟ କୋମନା ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ନବଗଠିତ ପଞ୍ଚାୟତଗୁଡିକ ମଧ୍ୟରୁ ମାନିଗୁଡା ଅନ୍ୟତମ । ଏହା ୪ଟି ଗାଁ ମାନିଗୁଡା, ଗନିଆରୀ, ସିହିନାମୁଣ୍ଡା ଏବଂ ନାଏକପଡାକୁ ନେଇ ଗଠିତ। ୧୧ଟି ୱାର୍ଡରେ ୩ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟକ ମତଦାତା ରହୁଥିବାବେଳେ ଅର୍ଦ୍ଧାଧିକ ଆଦିବାସୀ ଶ୍ରେଣୀର । ଏମାନଙ୍କ ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନୁହେଁ । ବର୍ଷରେ ବହୁ ସମୟ ରୋଜଗାର ଅଭାବ ହେତୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏଭଳି ସ୍ଥିତିରେ ନୂଆ ପଞ୍ଚାୟତ ଗଠନ ହେବା ପରେ ଲୋକଙ୍କ ଭିତରେ ନୂତନ ଆଶା ସଞ୍ଚାର କରିଥିଲା । ଲୋକଙ୍କୁ ରୋଜଗାର ମିଳିବ, ବିଭିନ୍ନ ଉନ୍ନୟନମୂଳକ କାମ ହେବ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ସବୁ ଫସର ଫାଟିଥିବା ଖୋଦ ୱାର୍ଡମେମ୍ବରମାନେ କହିଛନ୍ତି। ଆଜକୁ ଅଢେଇ ବର୍ଷ ହେବ କୌଣସି ଯୋଜନାରୁ କାମ ହୋଇନାହିଁ । ମାତ୍ର କିଛି କାମ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିଲା। ହେଲେ ସେଥିରୁ ଆଜକୁ ଦେଢବର୍ଷ ହେବ ମଜୁରୀ ଟଙ୍କା ମିଳିପାରୁନାହିଁ । ଏହିଭଳି ପଞ୍ଚାୟତରେ ବୈଠକ ହେଉଛି। ହେଲେ ସେଠାକୁ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା ଜିଆରଏସ ଯୋଗଦେଉନାହାନ୍ତି। ଯନ୍ତ୍ରୀଙ୍କ କେବେ ମଧ୍ୟ ମିଳୁନାହିଁ । ଏଠାକୁ କେବେ ବ୍ଲକ ତଥା ଜିଲାସ୍ତରୀୟ ଅଧିକାରୀ କେବେ ଆସିବାର କେହି ଦେଖିନାହାନ୍ତି । ଆମ ନୂଆଁ ପଞ୍ଚାୟତ ବୋଲି ପ୍ରଶାସନ ସବୁଥିରୁ ବଞ୍ଚତ୍ତ କରୁଛି । ଏହା ପଞ୍ଚାୟତିରାଜ ନାଁରେ ଏକ ପ୍ରହସନ ହୋଇଛି ବୋଲି ନାଏବ ସରପଞ୍ଚ ତୁଲେଶ୍ୱରୀ ବାଗ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଗ୍ରାମପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ସେଗୁଡିକର ପେମେଣ୍ଟ ଠିକ ସମୟରେ ମିଳୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ନିର୍ମାଣ କରିବାକୁ ସବୁବେଳେ ସରକାର ଡେଙ୍ଗୁରା ପିଟୁଛନ୍ତି । ହେଲେ ସେଗୁଡିକର ପେମେଣ୍ଟ ମିଳୁନାହିଁ । ଏସବୁ ଅବ୍ୟବସ୍ଥାକୁ ନେଇ ପଞ୍ଚାୟତ ସରପଞ୍ଚ ମାନସିଂ ମାଝି, ୱାର୍ଡ ସଭ୍ୟ ପୀତାମ୍ବର ଅଦା, ସତଲାଲ ମାଝି, ଟଙ୍କଧର କଠାର, ତୁଲେଶ୍ୱରୀ ବାଗ, ପଦ୍ମିନୀ ହଂସ, ଦେମତି ବେମାଲ, ବୈଦେହୀ ଦୀପ, ରାଧାକାନ୍ତ ଛତ୍ରିଆ, ଭିକାରୀ ବାଗ, ଯୋଗେନ୍ଦ୍ର ବାଗ, ନିରଞ୍ଜନ ହଂସ, ବଳଭଦ୍ର ବେମାଲ, ସନ୍ତୋଷ ଦୀପ ପ୍ରମୁଖ କୋମନା ବିଡିଓ ଶ୍ୟାମଳ ରଏଙ୍କୁ ଭେଟି ଜଣାଇଛନ୍ତି । ବିଡିଓ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri