ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ: ବୁଣାକାରଙ୍କୁ ମିଳିଲା ପରିଚୟ ପତ୍ର

ଭୁବନେଶ୍ୱର,୮ା୮(ବ୍ୟୁରୋ): ହସ୍ତତନ୍ତର ଆଦିଭୂମି ଭାବେ ଓଡ଼ିଶା ବିଶ୍ୱପ୍ରସିଦ୍ଧ। ହସ୍ତତନ୍ତ ଆମ ରାଜ୍ୟର ପାରମ୍ପରିକ ତଥା କୌଳିକ ବୃତ୍ତି। ଓଡ଼ିଶାର ‘ଇକତ’, ବୋମକାଇ, ଖଣ୍ଡୁଆ, ମାଣିଆବନ୍ଧ, ହବାସ୍‌ପୁରୀ, କୋଟପାଡ଼ ଓ ଟସର ଶାଢ଼ି ସାରା ବିଶ୍ୱରେ ପ୍ରସିଦ୍ଧ। ହସ୍ତତନ୍ତର ଉତ୍କର୍ଷ ଓ ବୁଣାକାରଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଛନ୍ତି। ବୁଧବାର ପଞ୍ଚମ ଜାତୀୟ ହସ୍ତତନ୍ତ ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ବୁଣାକାରଙ୍କୁ ପରିଚୟପତ୍ର ବଣ୍ଟନର ଶୁଭାରମ୍ଭ କରି କହିଲେ, ରାଜ୍ୟର ବୁଣାକାରଙ୍କ ପାଇଁ ବହୁବିଧ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଗତିଶୀଳ ହସ୍ତତନ୍ତ ନୀତି ପ୍ରଣୟନ ସହିତ ବୁଣାକାର ସହାୟତା ଯୋଜନା କାର୍ଯ୍ୟକାରୀ କରାଯାଉଛି। କେନ୍ଦୁଝରରେ ମହିଳା ବୁଣାକାର କେନ୍ଦ୍ର କାମ ଚାଲିଥିବାବେଳେ ତାହାକୁ ଖୁବ୍‌ଶୀଘ୍ର ଉଦ୍‌ଘାଟନ କରାଯିବ। ସେହିଭଳି ବରଗଡ଼ରେ ଚାଲିଥିବା ବୁଣାକାର ହାଟ ମଧ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଥିଲେ।
କେନ୍ଦ୍ର ସରକାରଙ୍କ ବୟନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ହସ୍ତତନ୍ତ ଉନ୍ନୟନ କମିଶନର ସଞ୍ଜୟ ରସ୍ତୋଗୀ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ସମ୍ମାନିତ ଅତିଥିଭାବେ କେନ୍ଦ୍ର ବୟନ ମନ୍ତ୍ରଣାଳୟ ସଚିବ ରବି କପୁର ଯୋଗଦେଇ କହିଲେ, ଭାରତରେ ଉଚ୍ଚକୋଟୀର ହସ୍ତତନ୍ତ ଦେଖିବାକୁ ମିଳେ। ଦେଶରେ ୪୦ ଲକ୍ଷ ପରିବାର ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଜଡ଼ିତ। ଅଧିକରୁ ଅଧିକ ଯୁବଗୋଷ୍ଠୀଙ୍କୁ ହସ୍ତତନ୍ତ ପ୍ରତି ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି। ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ମିଳିତ ଭାବେ ହସ୍ତତନ୍ତ ବୁଣାକାରଙ୍କ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟ କରିବେ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ଶୁଭା ଶର୍ମା କହିଲେ, ଓଡ଼ିଶାର ପ୍ରାଚୀନ କଳାକୁ ବୁଣାକାରମାନେ ଆଗାମୀ ପିଢ଼ି ପାଇଁ ବଞ୍ଚାଇ ରଖିଛନ୍ତି। ରାଜ୍ୟରେ ହସ୍ତତନ୍ତ କାରିଗରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ହସ୍ତତନ୍ତ କ୍ଷେତ୍ରରେ ପୁରୁଷଙ୍କ ସହିତ ମହିଳାମାନେ କାନ୍ଧ ମିଳାଇ କାର୍ଯ୍ୟ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନର ଆବଶ୍ୟକତା ରହିଛି ବୋଲି ସଚିବ କହିଥିଲେ।
ଏହି ଅବସରରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଦୁଇଜଣ ବୁଣାକାର ଗୋବର୍ଦ୍ଧନ ପାନିକା ଏବଂ ଚତୁର୍ଭୁଜ ମେହେର, ସନ୍ଥକବି ପୁରସ୍କାରପ୍ରାପ୍ତ କଳାବତୀ ମେହେର, ସ୍ବର୍ଣ୍ଣଲତା ମେହେର, ଶରତ କୁମାର ପାତ୍ର, ଭଗବାନ ମେହେର, ଦୟାଳୁ ମେହେର, ଭିକାରୀ ମେହେର, ମୁରଲୀ ମେହେର, ସୁରେନ୍ଦ୍ର ମେହେର, କ୍ଷେତ୍ରମୋହନ ମେହେର, ଶଶିଧର ମେହେର, ଶ୍ୟାମସୁନ୍ଦର କରଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଅତିଥିଙ୍କ ଦ୍ୱାରା ଚତୁର୍ଥ ସର୍ବଭାରତୀୟ ପରିସଂଖ୍ୟାନ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ପ୍ୟାନ୍‌ ଇଣ୍ଡିଆ ଭିତ୍ତିରେ ବା ସର୍ବଭାରତୀୟସ୍ତରରେ ବୁଣାକାରଙ୍କୁ ପରିଚୟ ପତ୍ର ବଣ୍ଟନର ଶୁଭାରମ୍ଭ କରାଯାଇ ୫ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଏହାସହ ସୂତା ବ୍ୟାଙ୍କ୍‌ ଜମାଖାତା ବା ୟାର୍ନ ପାସ୍‌ବୁକ୍‌ ବଣ୍ଟନର ଶୁଭାରମ୍ଭ କରାଯାଇ ୫ ଜଣ ବୁଣାକାରଙ୍କୁ ପାସ୍‌ବୁକ୍‌ ବଣ୍ଟନ କରାଯାଇଥିଲା। ସେହିଭଳି ପାଞ୍ଚଜଣ ବୁଣାକାରଙ୍କୁ ମୁଦ୍ରାଋଣ ବଣ୍ଟନ କରାଯାଇଥିଲା। ୫ଜଣ ବୁଣାକାରଙ୍କୁ ସୋଲାର ଲାଇଟ୍‌ ୟୁନିଟ୍‌ ବଣ୍ଟନ ସହିତ ୫ ଜଣ ହିତାଧିକାରୀଙ୍କୁ ହସ୍ତତନ୍ତ ସମ୍ବର୍ଦ୍ଧନ ସହାୟତା ପ୍ରମାଣପତ୍ର, ୫ ଜଣ ହିତାଧିକାରୀଙ୍କୁ ୱାର୍କସେଡ୍‌ ନିର୍ମାଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ରାଜ୍ୟରୁ ପ୍ରାୟ ୧୦୫୦ ଜଣ ବୁଣାକାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri