Posted inରାଜ୍ୟ

ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଶପଥ ଗ୍ରହଣ: ନୂଆ ମନ୍ତ୍ରୀଙ୍କୁ ‘ଟାଇମ୍‌’ ମନ୍ତ୍ର

ଭୁବନେଶ୍ୱର,୩୦ା୫(ବ୍ୟୁରୋ):ରାଜ୍ୟରେ ପୁଣିଥରେ ବିଜେଡି କ୍ଷମତାସୀନ ହୋଇଛି। ଦଳର ସଭାପତି ନବୀନ ପଟ୍ଟନାୟକ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ମନ୍ତ୍ରୀମାନଙ୍କ ବିଭାଗ ମଧ୍ୟ ବଣ୍ଟନ ଶେଷ ହୋଇଛି। ବୁଧବାର ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାଢ଼େ ୪କୋଟି ଲୋକ ଆଶୀର୍ବାଦ ଦେଇ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି। ଏଭଳି ବିଶ୍ୱାସ ପାଇଁ ମୁଁ ଗଭୀର ଭାବେ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ଏବେ ଆଉ ଅପେକ୍ଷା କରିବାର ବେଳ ନାହିଁ। ସାଢ଼େ ୪କୋଟି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ନିଷ୍ଠାର ସହ ପାଳନ କରିବାକୁ ହେବ। ଏଥିପାଇଁ ସମସ୍ତଙ୍କୁ ମିଳିମିଶି କଠିନ ପରିଶ୍ରମ କରିବାକୁ ପଡ଼ିବ। ପୂର୍ବରୁ ନବୀନ ୪-ଟି (ଟିମ୍‌ ଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି ଏବଂ ଟ୍ରାନ୍ସଫର୍ମେଶନ୍‌) ଉପରେ ଗୁରୁତ୍ୱ ଦେଇଆସୁଥିଲେ। ମାତ୍ର ପଞ୍ଚମ ପାଳିରେ ନବୀନ ଏଥିରେ ଆଉ ଗୋଟିଏ ଟି (ଟାଇମ୍‌) ଯୋଡ଼ିଛନ୍ତି। ଏଣିକି ଟିମ୍‌ ଓ୍ବାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫର୍ମେଶନ୍‌ ପରେ ଟାଇମ୍‌ (୫-ଟି) ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ନିର୍ବାଚନ ସମୟରେ ଲୋକମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ନିଷ୍ଠାର ସହିତ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହି ଲକ୍ଷ୍ୟରେ କାମ କରିବା ପାଇଁ ନୂଆ ମନ୍ତ୍ରୀମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନର ଯୁବପିଢି ଦ୍ରୁତଗତିରେ ଆଗକୁ ବଢ଼ିବାକୁ ପସନ୍ଦ କରୁଛନ୍ତି। ଯଦି ବାତ୍ୟା ‘ଫନୀ’ ପୂର୍ବରୁ ନିର୍ଦ୍ଧାରିତ ସମୟରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇପାରି ନ ଥାଆନ୍ତା ତେବେ ଆଜି ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇପାରି ନ ଥାଆନ୍ତା। ଏଥିସହିତ ୯୦ ଦିନରେ ଏସୀୟ କ୍ରୀଡ଼ା ଆୟୋଜନ କରିବା, ୩୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ମିଶନ ଶକ୍ତି ଗଠନ କରିବା, ପଟ ପରିବର୍ତ୍ତନ ଭଳି ଯୁଗାନ୍ତକାରୀ କାଳିଆ ଯୋଜନା ଘୋଷଣା ହେବାର ୧୫ ଦିନ ମଧ୍ୟରେ ଜାତୀୟସ୍ତରରେ ପ୍ରଶଂସିତ ହୋଇପାରି ନ ଥାଆନ୍ତା। ୩୦ ଦିନ ମଧ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଇପାରି ନ ଥାନ୍ତା। ଓଡ଼ିଶାର ଜନସାଧାରଣ ଏଭଳି ଶାସନ ପଦ୍ଧତିକୁ ପସନ୍ଦ କରିଛନ୍ତି।
ମନ୍ତ୍ରିମଣ୍ଡଳ ବୈଠକରେ ନିର୍ବାଚନୀ ଇସ୍ତାହାରକୁ ଅନୁମୋଦନ କରାଯାଇଛି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କେତେ ପାଳନ କରାଯାଇଛି, ତାହା ବର୍ଷ ପରେ ଅର୍ଥାତ ୨୦୨୦ ମେ’ ୨୯ ତାରିଖରେ ଲୋକମାନଙ୍କ ଆଗରେ ରଖିବାକୁ ପଡ଼ିବ। ଏଥିପାଇଁ ମନ୍ତ୍ରୀମାନଙ୍କୁ ସେମାନଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରୋକ୍ଷରେ ଚେତାବନୀ ମଧ୍ୟ ଦେଇଛନ୍ତି। ନୂଆ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ପାଇଁ ମନ୍ତ୍ରୀମାନେ ଦିନରାତି କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନୂଆ ଓ ସଶକ୍ତ ଓଡ଼ିଶା, ଯାହାକି ଦାରିଦ୍ର୍ୟକୁ ଅତୀତ ବୋଲି ଧରିବାକୁ ପଡ଼ିବ। ରାଜ୍ୟର ବିକାଶରେ ମହିଳା ଓ ଦୁର୍ବଳ ବର୍ଗଙ୍କ ସମାନ ଭାଗୀଦାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ନୂଆ ଓଡ଼ିଶା, ଯାହା ଯୁବଗୋଷ୍ଠୀଙ୍କ ସ୍ବପ୍ନକୁ ସାକାର କରିବା ଦିଗରେ ସହାୟକ ହେବ। ଓଡ଼ିଶା ସମୟ ଆସିଯାଇଛି ବୋଲି ବିଶ୍ୱବାସୀ ଜାଣିବା ଦରକାର। ଏଥିପାଇଁ ବର୍ତ୍ତମାନଠାରୁ କାର୍ଯ୍ୟ କରିବାର ସମୟ ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ ନୂତନ ମନ୍ତ୍ରୀମାନଙ୍କୁ କାର୍ଯ୍ୟ କରିବାର ଶୈଳୀ ଶିଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?