ପକ୍ଷାଘାତରେ ପୀଡ଼ିତ ବଶିଷ୍ଠ: ହେଲପରି କରି କୁଟୁମ ପୁଷୁଛେ ମଝିଆଁ ପୁଓ

ଲୋଇସିଂହା,୨୪।୬ (ଡି.ଏନ୍‌.ଏ):
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ(୬୦)। ଦିନ୍‌ଥିଲା ସେ ବାହା ଜାଂଗଲ ମାଜି ୮ ପରାନୀ କୁଟୁମ ପୁଷୁଥିଲେ। ସେଥ୍‌ରୁ ସେ ୩ ଝି’ ଗୁଟେ ପୁଓକେ ମୁନୁଷ୍‌ କରିଛନ୍‌। ହେଲେ ଗଲା ୩ ବଛର ହେଲା ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଅକାମିକା ହେଇଯାଇଛନ୍‌। ଟଁକା ପଏସା ଅଭାବୁ ଚିକିତ୍ସା କରେଇ ନାଇଁ ପାରବାର। ଇଆଡ଼େ ଦୁତିଅ ପୁଓ ରମାକାନ୍ତ ବସରେ ହେଲପରି କରି କୁଟୁମ ପାଲବାର ସଂଗେ ସାନଭାଇକେ ଇଞ୍ଜିନିୟରିଂ ପାଠ୍‌ ପଢ଼ଉଛନ୍‌।
ସୂଚନା ଅନ୍‌ସାରେ ବୁଢ଼ିପଦର ପଁଚେତ୍‌ ଅଧୀନ ନେଗିପାଲି ହରିଜନ ପଡ଼ାର ବଶିଷ୍ଠ ନାଗ। ପରିବାର କହେଲେ ମାଏକିନା ବୈଦେହି, ୩ ଝି’ ଆର ୩ ପୁଓକେ ନେଇ ତାକର ସଁସାର। ଦୁଖେ କଷ୍‌ଟେ ବଶିଷ୍ଠ ୩ ଝି’ ଆର ବଡ଼ଖା ପୁଓକେ ବିହାଚୁରା କରିସାରିଛନ୍‌। ହେଲେ ବଡ଼ଖା ପୁଓ ନିଜର କୁଟୁମ ଧରି ବାହାରେ ରହୁଛନ୍‌। ଏନ୍‌ତାଥି ଗଲା ୩ ବଛର ହେଲା ବଶିଷ୍ଠ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ହେଇ ଘରେ ପଡ଼ି ରହିଛନ୍‌। ସେ ଚିକିସତ୍ା ଲାଗି ବୁର୍ଲା ବଡ଼ ଡାକ୍‌ତରଖାନାକେ ଯାଇ ହଜାର ହଜାର ଟଁକା ଉଷୋକଷା କରିଥିଲେ। ଅଭାବ ପଡ଼ଲାରୁ ୧ ଏକର ଆଟ ଜମି ବିକି ଚିକିସତ୍ା କରେଇ ନିରାଶ ହେଇଥିଲେ। ଏହେଦେ ଅଭାବ ଅନାଟନ ଲାଗି ଚିକିସତ୍ିତ ନାଇଁ ହେଇପାରବାର। ଏନ୍‌ତାଥି ସେ ଭଗବାନ ଭରସାରେ ଘରେ ପଡ଼ିରହିଛନ୍‌। ସେନ୍‌ତା ବଶିଷ୍ଠକଁର ସାନପୁଓ ଝନେ ମେଧାବୀ ଛାତ୍ର। ସେ ଏହେଦେ ଭୁବନେଶ୍ୱର ଜଟଣୀରେ ଇଞ୍ଜିନିୟରିଂ ପଢ଼ୁଛନ୍‌। ତାହାକୁ ପାଠ୍‌ପଢ଼ାବାର ଲାଗି ମଝିଅଁା ପୁଓ ରମାକନ୍ତ ବସରେ ହେଲପରି କରୁଛନ୍‌। ସେ ଯାହା କମଉଛନ୍‌ ସେଥ୍‌ରେ ଭାଇର ପାଠ୍‌ପଢ଼ା ଆର ପରିବାର ଚଲୁଛେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ଫିମାସ ପରିବାରକେ ପଁଚେତ୍‌ରୁ ମିଲୁଥିବାର ୨୦ କେ.ଜି. ଚାଉଲ ଆର ଗଲା ୨ ମାସ ହେଲା ବଶିଷ୍ଠ ପାଉଥିବାର ବୁଢ଼ାବୁଢ଼ି ଭତା। ୨୦୦୨ ସାଲେ ସେ ସରକାରୀ ଯୋଜନାରେ ଗୁଟେ ଇନ୍ଦିରା ଆବାସ ପାଇଥିଲେ। ସେତେବେଲେ ନେହି କାମ୍‌ରେ ୧୦ରୁ ୧୨ ହଜାର ଟଁକା ଖରଚ୍‌ ହେଇଥିଲାବେଲେ ପାଇଥିଲେ ୬ ହଜାର ଟଁକା। ଯେନ୍‌ଥିରଲାଗି ସେଦିନ୍‌ଠାନୁ ଇନ୍ଦିରା ଆବାସ ଘରଟା ଦରଖଁଡ଼ିଆ ହେଇ ପଡ଼ିରହିଛେ। ଆଏଜ୍‌ବି ଇ ଗରିବ୍‌ ପରିବାର ସରକାରକଁର ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛେ। ବଶିଷ୍ଠ ଗୁଲ୍‌ଗୁଲା ହେଇ ସରକାରୀ ଯୋଜନାରେ ଘରଖଁଡ଼େ, ଚିକିତ୍ସା ସାହାଯ୍‌ ଆର ସାନପୁଓର ପାଠ୍‌ପଢ଼ା ଖରଚ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌। ଇ ବାବ୍‌ଦେ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡ଼ିଆକୁଁ ପଚରାଲାରୁ ଘର ଗୁଟେର ଲାଗି ଦରକାରି କାଗଜପତର ଦେଲେ ହେଇଯିବା, ହେଲେ ତାକର ପୁଓର ପାଠ୍‌ପଢ଼ା ଖରଚ୍‌ କଥା ଡିଡବ୍ଲୁଓକଁର ସଂଗେ କଥା ହେଇ କହିପାରମି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ମୁଁ ମୁଖ୍ୟମନ୍ତ୍ରୀଙ୍କ ସୈନିକ, ଦଳର ସ୍ବାର୍ଥ ଲାଗି ଲଢ଼ିବି: ରୋହିତ  

ସମ୍ବଲପୁର,୧୮।୪:  ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ପୁର୍ବରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଛିଡା କରାଯାଇଥିଲା। ହେଲେ ବୁଧବାର ଘୋଷିତ ୫ମ ସୂଚୀରେ ପ୍ରସନ୍ନଙ୍କୁ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ବିନା ଶୋଭାଯାତ୍ରାରେ ହେଲା ହନୁମାନ ଜୟନ୍ତୀ: ଆଳତି କଲେ ଧର୍ମେନ୍ଦ୍ର

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର): ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିନା ଶୋଭାଯାତ୍ରାରେ ସମ୍ବଲପୁର ସହରରେ ରବିବାର ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହୋଇଛି। ଗତବର୍ଷର ହନୁମାନ...

ଆମଦାନୀ ନେତାଙ୍କୁ ଭରସା କରିଚାଲିଛି ବିଜେଡି

ସମ୍ବଲପୁର,୧୪।୪ (ଭବାନୀ ଶଙ୍କର ଭୋଇ)ସମ୍ବଲପୁର ଜିଲାର କୁଚିଣ୍ଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଏହି କ୍ଷେତ୍ରରେ ବିଜେଡି ଆମଦାନୀ...

ବିନା ଶୋଭାଯାତ୍ରାରେ ହେବ ହନୁମାନ ଜୟନ୍ତୀ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରରେ ରବିବାର ହନୁମାନ ଜୟନ୍ତୀ ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପ୍ରଶାସନିକ କଟକଣା ହେତୁ ବିନା ଶୋଭାଯାତ୍ରାରେ ଉତ୍ସବ...

ଆଜିଠୁ ସମଲେଇ ମନ୍ଦିରରେ ମାଦକଦ୍ରବ୍ୟ ନିଷେଧ

ସମ୍ବଲପୁର,୧୪ା୪(ପ୍ରମୋଦ ବହିଦାର)ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ମାଦକ ଦ୍ରବ୍ୟ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟବୋର୍ଡର ନିଷ୍ପତ୍ତି ଅନୁସାରେ ପୀଠ...

ବିଜେଡି ଗୋଷ୍ଠୀ କନ୍ଦଳ ଟାଳିବାକୁ ପ୍ରସନ୍ନ କାର୍ଡ

ସମ୍ବଲପୁର,୧୩ା୪(ପ୍ରମୋଦ ବହିଦାର), ଭୁବନେଶ୍ୱର(ଅନିଲ ଦାସ): ବିଜେଡି ଗୁରୁବାର ସମ୍ବଲପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri