ପଁଚେତ୍‌ରେ ତାଲା ପକାଲେ ଗଁ।ବାସୀ: ପିଇଲା ପାଏନ୍‌ରୁ ବଁଚିତ୍‌ ୬ ହଜାର ଲୋକ୍‌

ସିନାପାଲି, ୧୬।୬ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଏହେଦେ ପଶ୍ଚିମ ଓଡ଼ିଶା ଜଲୁଛେ କହେଲେ କିଛି କମ୍‌ ନାଇଁହୁଏ। ଲୋକ ଗରମ, ଗୁଲଗୁଲିରେ ଅଥାଥାଲି ହେଇଯାଉଛନ୍‌। ଏନ୍‌ତାଥି ଫେର ଅନେକ ଜାଗାରେ ଲୋକ ପାଏନ୍‌ ସମସିଆରେ ଯୁଝୁଛନ୍‌। ଇଆଡ଼େ ସରକାର କୋଟି କୋଟି ଟଁକା ଖରଚ୍‌ କରି ଲୁକ୍‌କର ଲାଗି ପିଇଲା ପାଏନ୍‌ ସୁବିଧା କରୁଛନ୍‌। ହେଲେ ଅନେକ ଯାଗାରେ ଅଧ୍‌କାରୀମାନକର ଉଦାସିନ୍‌ତା ଲାଗି କେନ୍‌ଠାନେ ପ୍ରକଳ୍ପ ଅଚଲ ତ ଆରକେନ୍‌ନେ ମାସ ମାସ ହେଲା ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଏନ୍‌ତା ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ ନୂଆପଡ଼ା ଜିଲା ସିନାପାଲି ବ୍ଲକ ହାତୀବନ୍ଧା ପଁଚେତ୍‌ ସଦର ଗଁାର ଲୋକ୍‌। ଯେନ୍‌ଥିରଲାଗି ଗଁାବାସୀ ଶନିବାର ପଁଚେତ୍‌ରେ ତାଲା ପକାବାର ତକ୍‌ କଁଟ ଯାଇଛେ।
ସୂଚନା ଅନ୍‌ସାରେ ହାତିବନ୍ଧା ଗଁାରେ ପାଖାପାଖି ୬ ହଜାରରୁ ଅଧ୍‌କା ଲୋକ୍‌ ବାସ କରୁଛନ୍‌। ବହୁତ୍‌ ବଛର ହେଲା ଗଁାକେ ପାଇପ୍‌ ପାଏନ୍‌ ସପ୍ଲାଏ ବେବସ୍‌ତା ଥିବାର ସରକାରୀ କାଗଜପତରରେ ରହିଛେ। ହେଲେ ଗଁାର ୬ଟା ଓ୍ବାର୍ଡ ଭିତରୁ ୩ଟା ଓ୍ବାର୍ଡକେ ବହୁତ୍‌ ବଛର ହେଲା ମୂଲହୁଁ ପାଏନ୍‌ ନାଇଁ ଯିବାର। ଲୋକ୍‌ ଉପେ ଶୂଇନ୍‌ ହେଇ ନାଲ୍‌ନଲିଆ, ଖୁଲାଚୁଅଁା, ବଁଧ୍‌କଟାର ପାଏନ୍‌ ବେଭାର କରି ନାନା ରୋଗ୍‌ର ଶିକାର ହେଉଛନ୍‌। ଇ ବାବ୍‌ଦେ ଗଁାବାସୀ ସରପଁଚ୍‌ନୁ ମୂଲ କରି ବିଡିଓ, ଜିଲାପାଲ, ଜଳ ଓ ପରିମଳ ବିଭାଗ ତକ୍‌ ଅଭିଯୋଗ କରି ନିରାଶ ହେଇଛନ୍‌। ଏନ୍‌ତାଥି ଲୋକ୍‌ ରିସ୍‌ମି ହେଇ ଶନିବାର ଗୁଟେ ରାଲିରେ ପଁଚେତ୍‌ ଅଫିସ ଆସି ତାଲା ପକେଇଥିଲେ ଆର ଶହ ଶହ ମହିଲା ପୁରୁଷ୍‌ ୫ ଘଁଟା ତକ୍‌ ଧାରନାରେ ବସିଥିଲେ। ପଛେ ସରପଁଚ୍‌ ସନ୍ତୋଷିନୀ ଅଗ୍ରଓ୍ବାଲ, ଥାନୀୟ ତହସିଲଦାର କପିଳଦେବ ସାହୁ ଆର ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଘଟନାଥଲକେ ପୁହଁୁଛି ଆଂଦୋଲନକାରୀକର ସଂଗେ ଆଲୋଚନା କରିଥିଲେ। ରଏବାର ଦିନୁ ହାତୀବନ୍ଧା ଗଁାକେ ୫ଟା ଟ୍ୟାଙ୍କରରେ ପିଇଲା ପାଏନ୍‌ ଯୁଗେଇ ଦେବାକେ ସରପଁଚ୍‌ ଅଗ୍ରଓ୍ବାଲ ଆଂଦୋଲନକାରୀକୁ ପରତିଶୁରତି ଦେଇଥିଲେ। ସେନ୍‌ତା ଜିଲା ଜଳ ଓ ପରିମଳ ବିଭାଗ ତରଫୁ ଗଁାରେ ଥିବାର ଓଭରହେଡ଼ ଟ୍ୟାଙ୍କକେ ବହୁତ୍‌ ଜଲଦି କାଯ୍‌କ୍ଷମ କରାଯିବା, ପାଏନ୍‌ରୁ ବଁଚିତ୍‌ ଥିବାର ଓ୍ବାର୍ଡବାସୀକୁ ପାଏନ୍‌ ଯୁଗେଇ ଦିଆଯିବା ବଲି ତହସିଲଦାର କପିଳଦେବ ସାହୁ କହିଛନ୍‌। ଇଆଡ଼େ ସମସିଆର ଥାୟୀ ସମାଧାନ ନାଇଁ ହେଲେ ଆଏବାର ଦିନେ ବଡ଼ଭାରି ଜନଆଂଦୋଲନ କରାଯିବା ବଲି ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍‌। ହାତୀବନ୍ଧା ଗଁାରେ ୬ ହଜାରୁ ଅଧ୍‌କା ଲୋକ୍‌ ବାସ କରୁଥିଲାବେଲେ ଗଁାବାସୀକୁ ୨ଟା ଟ୍ୟାଙ୍କରରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ଟ୍ୟାଙ୍କରରେ ଯୁଗେଇ ଦିଆଯାଉଥିବାର ପାଏନ୍‌ ବି ବେଭାର କଲାଲେଖେଁ ନୁହେ। ଇ ବାବ୍‌ଦେ ଅଭିଯୋଗ କଲେ କେହି ନାଇଁ ଶୁନବାର ବଲି ଗଁାବାସୀ କହିଛନ୍‌। ୨୦୦୩ ମସିହାରୁ ଗଁାରେ ପାଇପ୍‌ ପାଏନ୍‌ ସପ୍ଲାଏର ବେବସ୍‌ତା ରହିଛେ, ହେଲେ ନୂତନ ପାଇପ କି ଷ୍ଟାଣ୍ଡପୋଷ୍ଟ ତିଆର ନାଇଁ ହେଇ। ଯେନ୍‌ଥିରଲାଗି ଗଁାବାସୀ ଶନିବାର ପଁଚେତ୍‌ ଅଫିସରେ ତାଲା ପକେଇ ଧାରନାରେ ବସବାର ସଂଗେ ଉଦନ୍ତୀ ନଦୀରୁ ସବୁ ଓ୍ବାର୍ଡକେ ପିଇଲା ପାଏନ୍‌ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri