ପଁଚେତ୍‌ରେ ତାଲା ପକାଲେ ଗଁ।ବାସୀ: ପିଇଲା ପାଏନ୍‌ରୁ ବଁଚିତ୍‌ ୬ ହଜାର ଲୋକ୍‌

ସିନାପାଲି, ୧୬।୬ (ଡି.ଏନ.ଏ):  ମୁଡ଼ଫଟା ଖରା ତାତିର ଏହେଦେ ପଶ୍ଚିମ ଓଡ଼ିଶା ଜଲୁଛେ କହେଲେ କିଛି କମ୍‌ ନାଇଁହୁଏ। ଲୋକ ଗରମ, ଗୁଲଗୁଲିରେ ଅଥାଥାଲି ହେଇଯାଉଛନ୍‌। ଏନ୍‌ତାଥି ଫେର ଅନେକ ଜାଗାରେ ଲୋକ ପାଏନ୍‌ ସମସିଆରେ ଯୁଝୁଛନ୍‌। ଇଆଡ଼େ ସରକାର କୋଟି କୋଟି ଟଁକା ଖରଚ୍‌ କରି ଲୁକ୍‌କର ଲାଗି ପିଇଲା ପାଏନ୍‌ ସୁବିଧା କରୁଛନ୍‌। ହେଲେ ଅନେକ ଯାଗାରେ ଅଧ୍‌କାରୀମାନକର ଉଦାସିନ୍‌ତା ଲାଗି କେନ୍‌ଠାନେ ପ୍ରକଳ୍ପ ଅଚଲ ତ ଆରକେନ୍‌ନେ ମାସ ମାସ ହେଲା ନଲ୍‌ଚୁଅଁା ଅଚଲ ହେଇ ପଡ଼ିଛେ। ଏନ୍‌ତା ପିଇଲା ପାଏନ୍‌ ସମସିଆରେ ଯୁଝୁଛନ୍‌ ନୂଆପଡ଼ା ଜିଲା ସିନାପାଲି ବ୍ଲକ ହାତୀବନ୍ଧା ପଁଚେତ୍‌ ସଦର ଗଁାର ଲୋକ୍‌। ଯେନ୍‌ଥିରଲାଗି ଗଁାବାସୀ ଶନିବାର ପଁଚେତ୍‌ରେ ତାଲା ପକାବାର ତକ୍‌ କଁଟ ଯାଇଛେ।
ସୂଚନା ଅନ୍‌ସାରେ ହାତିବନ୍ଧା ଗଁାରେ ପାଖାପାଖି ୬ ହଜାରରୁ ଅଧ୍‌କା ଲୋକ୍‌ ବାସ କରୁଛନ୍‌। ବହୁତ୍‌ ବଛର ହେଲା ଗଁାକେ ପାଇପ୍‌ ପାଏନ୍‌ ସପ୍ଲାଏ ବେବସ୍‌ତା ଥିବାର ସରକାରୀ କାଗଜପତରରେ ରହିଛେ। ହେଲେ ଗଁାର ୬ଟା ଓ୍ବାର୍ଡ ଭିତରୁ ୩ଟା ଓ୍ବାର୍ଡକେ ବହୁତ୍‌ ବଛର ହେଲା ମୂଲହୁଁ ପାଏନ୍‌ ନାଇଁ ଯିବାର। ଲୋକ୍‌ ଉପେ ଶୂଇନ୍‌ ହେଇ ନାଲ୍‌ନଲିଆ, ଖୁଲାଚୁଅଁା, ବଁଧ୍‌କଟାର ପାଏନ୍‌ ବେଭାର କରି ନାନା ରୋଗ୍‌ର ଶିକାର ହେଉଛନ୍‌। ଇ ବାବ୍‌ଦେ ଗଁାବାସୀ ସରପଁଚ୍‌ନୁ ମୂଲ କରି ବିଡିଓ, ଜିଲାପାଲ, ଜଳ ଓ ପରିମଳ ବିଭାଗ ତକ୍‌ ଅଭିଯୋଗ କରି ନିରାଶ ହେଇଛନ୍‌। ଏନ୍‌ତାଥି ଲୋକ୍‌ ରିସ୍‌ମି ହେଇ ଶନିବାର ଗୁଟେ ରାଲିରେ ପଁଚେତ୍‌ ଅଫିସ ଆସି ତାଲା ପକେଇଥିଲେ ଆର ଶହ ଶହ ମହିଲା ପୁରୁଷ୍‌ ୫ ଘଁଟା ତକ୍‌ ଧାରନାରେ ବସିଥିଲେ। ପଛେ ସରପଁଚ୍‌ ସନ୍ତୋଷିନୀ ଅଗ୍ରଓ୍ବାଲ, ଥାନୀୟ ତହସିଲଦାର କପିଳଦେବ ସାହୁ ଆର ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଘଟନାଥଲକେ ପୁହଁୁଛି ଆଂଦୋଲନକାରୀକର ସଂଗେ ଆଲୋଚନା କରିଥିଲେ। ରଏବାର ଦିନୁ ହାତୀବନ୍ଧା ଗଁାକେ ୫ଟା ଟ୍ୟାଙ୍କରରେ ପିଇଲା ପାଏନ୍‌ ଯୁଗେଇ ଦେବାକେ ସରପଁଚ୍‌ ଅଗ୍ରଓ୍ବାଲ ଆଂଦୋଲନକାରୀକୁ ପରତିଶୁରତି ଦେଇଥିଲେ। ସେନ୍‌ତା ଜିଲା ଜଳ ଓ ପରିମଳ ବିଭାଗ ତରଫୁ ଗଁାରେ ଥିବାର ଓଭରହେଡ଼ ଟ୍ୟାଙ୍କକେ ବହୁତ୍‌ ଜଲଦି କାଯ୍‌କ୍ଷମ କରାଯିବା, ପାଏନ୍‌ରୁ ବଁଚିତ୍‌ ଥିବାର ଓ୍ବାର୍ଡବାସୀକୁ ପାଏନ୍‌ ଯୁଗେଇ ଦିଆଯିବା ବଲି ତହସିଲଦାର କପିଳଦେବ ସାହୁ କହିଛନ୍‌। ଇଆଡ଼େ ସମସିଆର ଥାୟୀ ସମାଧାନ ନାଇଁ ହେଲେ ଆଏବାର ଦିନେ ବଡ଼ଭାରି ଜନଆଂଦୋଲନ କରାଯିବା ବଲି ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍‌। ହାତୀବନ୍ଧା ଗଁାରେ ୬ ହଜାରୁ ଅଧ୍‌କା ଲୋକ୍‌ ବାସ କରୁଥିଲାବେଲେ ଗଁାବାସୀକୁ ୨ଟା ଟ୍ୟାଙ୍କରରେ ପାଏନ୍‌ ଯୁଗେଇ ଦିଆଯାଉଛେ। ହେଲେ ଟ୍ୟାଙ୍କରରେ ଯୁଗେଇ ଦିଆଯାଉଥିବାର ପାଏନ୍‌ ବି ବେଭାର କଲାଲେଖେଁ ନୁହେ। ଇ ବାବ୍‌ଦେ ଅଭିଯୋଗ କଲେ କେହି ନାଇଁ ଶୁନବାର ବଲି ଗଁାବାସୀ କହିଛନ୍‌। ୨୦୦୩ ମସିହାରୁ ଗଁାରେ ପାଇପ୍‌ ପାଏନ୍‌ ସପ୍ଲାଏର ବେବସ୍‌ତା ରହିଛେ, ହେଲେ ନୂତନ ପାଇପ କି ଷ୍ଟାଣ୍ଡପୋଷ୍ଟ ତିଆର ନାଇଁ ହେଇ। ଯେନ୍‌ଥିରଲାଗି ଗଁାବାସୀ ଶନିବାର ପଁଚେତ୍‌ ଅଫିସରେ ତାଲା ପକେଇ ଧାରନାରେ ବସବାର ସଂଗେ ଉଦନ୍ତୀ ନଦୀରୁ ସବୁ ଓ୍ବାର୍ଡକେ ପିଇଲା ପାଏନ୍‌ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ପଶିଲା ୩ ଲକ୍ଷରୁ ଅଧିକ ଘନଫୁଟ ବନ୍ୟାଜଳ

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ବୁଧବାର ପୂର୍ବାହ୍ନରେ ପୁଣିଥରେ ୨ଟି…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

୬୨୦ ଫୁଟ ଟପିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ୍‌

ସମ୍ବଲପୁର,୧୮।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି।…

ମୁଣ୍ଡ ଉପରେ ଝୁଲୁଛି ମୃତ୍ୟୁ! ଭଙ୍ଗା ଛାତ ତଳେ ଗଣ୍ଡାଜାମୁମାଲ ବିଦ୍ୟାଳୟର ଛାତ୍ରୀଛାତ୍ର

ଜମନକିରା,୧୮।୮( ରବିନ୍ଦ୍ର ପ୍ରସାଦ ଦାନୀ): ରାଜ୍ୟ ସରକାର ଶିକ୍ଷାର ବିକାଶ ଓ ବିଦ୍ୟାଳୟ ରୂପାନ୍ତରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବିକଳ ତଥା ହୃଦୟବିଦାରକ…

ହୀରାକୁଦ ଜଳଭଣ୍ଡାରରେ ବଢୁଛି ବନ୍ୟାଜଳ ପରିମାଣ, ପୁଣି ଖୋଲିଲା ୫ ଗେଟ୍‌, ଜଳସ୍ତର ରହିଛି…

ସମ୍ବଲପୁର,୧୭ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ଅତ୍ୟଧକ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri