ପଁଚେତ୍‌ରେ କାଗଜପତର ଦାଖଲ କରି ନିରାଶ: ବଏସ୍‌ ୭୦, ଭତାରୁ ବଁଚିତ୍‌ ପଞ୍ଚାନନ

ଅତାବିରା, ୧୧।୬ (ଡି.ଏନ.ଏ): କେନ୍ଦ୍ର ଆର ରାଏଜ୍‌ ସରକାର ବୁଢ଼ାବୁଢ଼ି, ବିଧବା, ଛାର୍‌ରି, ଦିବ୍ୟାଙ୍ଗମାନକୁ ଇନ୍ଦିରା ଗାନ୍ଧୀ, ମଧୁବାବୁ ଲେଖେଁ ପେନ୍‌ସନ ଯୋଜନାରେ ସାମିଲ କରି ଫିମାସ ଭତା ଯୁଗେଇ ଦେଉଛନ୍‌। ଇଥିରଲାଗି କେନ୍ଦ୍ର ଆର ରାଏଜ୍‌ ସରକାର ଫିବଛର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ କେତେ ଅଧ୍‌କାରୀ, କରମ୍‌ଚାରୀ, ସରପଁଚ୍‌, କାର୍ଯ୍ୟନିର୍ବାହୀ ଅଧ୍‌କାରୀମାନକର ଦାଇତିଅହୀନତାର ଲାଗି ହକ୍‌ଦାର ହିତାଧିକାରୀ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଉଛନ୍‌। ହେଲେ ସରକାର ଇ ଅଧ୍‌କାରୀ, କରମଚାରୀକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର, ଅନେକ ଜାଗାରେ ସରକାରକଁର ଇ ମହତ୍‌ ଯୋଜନା ବାଟବନା ହେଉଛେ। ଅନେକ ପଁଚେତ୍‌, ବ୍ଲକ ଅଫିସମାନକେ ଆବେଦନ ପତର ବଛର ବଛର ହେଲା ଖତଖାଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାରେ। ଗଁାର ପଞ୍ଚାନନ ପାତ୍ର(୭୦) ବାରବାର ବୁଢ଼ାବୁଢ଼ି ଭତାର ଲାଗି ଆବେଦନ କରି ନିରାଶ ହେଇଥିବାର କହିଛନ୍‌। ଇ ବାବ୍‌ଦେ ଭେଡ଼େନ ବିଡିଓ ମୁରଲୀଧର ନାୟକକୁଁ ପଚରାଲାରୁ ବ୍ଲକ ଅଫିସରେ ଦରକାରୀ କାଗଜପତର ଦାଖଲ କଲେ ଭତା ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri