Posted inଜାତୀୟ

ନ୍ୟାୟ ପାଇଁ ସୋସିଆଲ ମିଡିଆରେ ଅଭିଯାନ: ଦେଶବ୍ୟାପୀ ଆକ୍ରୋଶ, ବିକ୍ଷୋଭ

ଆଲିଗଡ଼/ନୂଆଦିଲ୍ଲୀ,୮ା୬(ପି.ଟି.):ଆଖି ଦୁଇଟିକୁ ନଷ୍ଟ କରିଦିଆଯାଇଛି, ମସ୍ତିଷ୍କକୁ ଗଳିତ କରାଯାଇଛି ଓ ହାତଗୋଡ଼ ଭାଙ୍ଗି ଦିଆଯାଇଛି। ବଳାତ୍କାରକୁ ଅସ୍ବୀକାର କରାଯାଇ ପାରୁନାହିଁ। ନାବାଳିକଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟରୁ ଏହି ବିଷୟ ସାମ୍ନାକୁ ଆସିବା ପରେ ଠଉରାଇ ହୋଇଯାଉଛି ବର୍ବରତା ଓ ନିର୍ମମତାର କେତେ ସୀମା ଲଂଘିଛନ୍ତି ହତ୍ୟାକାରୀ ଜାହିଦ ଓ ଅସ୍‌ଲମ୍‌।
ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବା ଭଳି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶ(ୟୁପି)ର ଆଲିଗଡ଼ରେ ଘଟିଛି। ମାତ୍ର ୧୦ ହଜାର ଟଙ୍କା ପାଇଁ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ହତ୍ୟା କରାଯାଇଛି। ହତ୍ୟା ପୂର୍ବରୁ ତାଙ୍କୁ ବଳାତ୍କାର ମଧ୍ୟ କରାଯାଇଥିବା ସନ୍ଦେହ କରାଯାଉଛି। ନିଖୋଜ ନାବାଳିକାଙ୍କ ମୃତଦେହ ମିଳିବା ପରେ କେବଳ ଆଲିଗଡ଼ ନୁହେଁ, ବରଂ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବର ଉଠିଛି। ସୋସିଆଲ ମିଡିଆରେ ନାବାଳିକାଙ୍କ ନ୍ୟାୟ ଦାବିରେ ଅଭିଯାନ ଜୋର୍‌ ଧରିବା ସହ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଆଲିଗଡ଼ ଘଟଣାକୁ ନେଇ ସେ ସ୍ତବ୍ଧ ଓ ବିଚଳିତ। ଜଣେ ଶିଶୁକନ୍ୟାଙ୍କୁ ଜଣେ ମଣିଷ ଏତେ ନିର୍ମମ ବ୍ୟବହାର କିପରି କରିପାରେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଟୁଇଟରରେ ରାହୁଲ ଦାବି କରିଛନ୍ତି। ତାଙ୍କ ଭଉଣୀ ତଥା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଆଲିଗଡ଼ର ନିର୍ମମ ହତ୍ୟା ଆଉ ଏକ ଅମାବୀୟ କାଣ୍ଡ ଓ ନିରୀହ ଶିଶୁ ବିରୋଧରେ ଅକଥନୀୟ ଅପରାଧ। ତାଙ୍କ ମା’ବାପା ଏଥିରୁ କିପରି କଷ୍ଟ ପାଉଥିବେ ତାହା ଅନୁଭବ କରିହେଉଛି। ସେହିପରି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ଏହାକୁ ଅତ୍ୟନ୍ତ ଲଜ୍ଜାଜନକ ଓ ଦୁଃଖଦ ଘଟଣା ଭାବେ ଅଭିହିତ କରି ଉତ୍ତରପ୍ରଦେଶ ସରକାର ଅଭିଯୁକ୍ତଙ୍କୁ ତୁରନ୍ତ ଦଣ୍ଡିତ କରନ୍ତୁ ବୋଲି ଦାବି କରିଛନ୍ତି। ସେଲିବ୍ରିଟିମାନେ ମଧ୍ୟ ଏହି କାଣ୍ଡକୁ ନିନ୍ଦା କରି ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିଛନ୍ତି। ଅଭିନେତା ଅକ୍ଷୟ କୁମାର ଟୁଇଟ୍‌ କରିଛନ୍ତି, ଆଲିଗଡ଼ ଘଟଣାକୁ ନେଇ ସେ ଆତଙ୍କିତ ଓ କ୍ରୋଧିତ। ଆମ ପିଲାଙ୍କ ପାଇଁ ଯେପରି ଦୁନିଆ ଚାହୁଁ, ନିଶ୍ଚିତ ଭାବେ ଏହା ତାହା ନୁହେଁ। ଅପରାଧୀଙ୍କୁ ଦଣ୍ଡ ମିଳୁ। ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଲେଖିଛନ୍ତି, ଏଭଳି ହୀନ କାର୍ଯ୍ୟ କରିବା ପାଇଁ ଜଣେ କିପରି ଚିନ୍ତା କରିପାରେ। ନିନ୍ଦା ପାଇଁ ଭାଷା ନାହିଁ। ସେହିପରି ଅଭିନେତ୍ରୀ ସୋନମ କପୁର ଆହୁଜା କହିଛନ୍ତି, ଆଲିଗଡ଼ ଝିଅ ଉପରେ ଯାହା ବିତିଛି ତାହା ହୃଦୟ ବିଦାରକ ଓ ଭୟଙ୍କର। ଶିଶୁ ପାଇଁ ପ୍ରାର୍ଥନା। ଏହାକୁ ସ୍ବାର୍ଥପର ଏଜେଣ୍ଡା ଭାବେ ବ୍ୟବହାର କରା ନ ଯାଉ। ଶିଶୁକନ୍ୟା ନାମରେ ଟୁଇଟରରେ ଏକ ହ୍ୟାସ୍‌ଟ୍ୟାଗ୍‌ ଟ୍ରେଣ୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହାକୁ ନେଇ ୫୦ ହଜାର ଟୁଇଟ୍‌ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri