ନ୍ୟାୟ ଉଭାନ

ଭାରତରେ ଆଇନ ପ୍ରଣୟନ ଓ ବିଶେଷକରି ପୋଲିସ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ଜ୍ୱଳନ୍ତ ଉଦାହରଣ ପେହଲୁ ଖାନ୍‌ ହତ୍ୟା ପରବର୍ତ୍ତୀ ଅଭିଯୋଗଫର୍ଦ୍ଦ ଘଟଣାକୁ ଦେଖିଲେ ଜଣାପଡ଼ୁଛି। ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନର ଅଲ୍‌ଓ୍ବାରଠାରେ ୨୦୧୭ ଏପ୍ରିଲରେ ପେହଲୁ ଖାନ୍‌ଙ୍କୁ ତଥାକଥିତ ଗୋରକ୍ଷକମାନେ ପିଟି ମାରି ଦେଇଥିଲେ। ଆକ୍ରମଣ ସମୟର ଭିଡିଓ ସେତେବେଳେ ଭାଇରାଲ ହେବା ପରେ ଦେଶବ୍ୟାପୀ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୋଷୀକୁ ଦଣ୍ଡ ଦେବା ଲାଗି ସବୁଆଡ଼ୁ ଚାପ ପଡ଼ିଥିଲା। ହେଲେ ୮ ଅଭିଯୁକ୍ତ ଜେଲରେ ରହିବା ପରେ ମୁକ୍ତ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି। ପରିତାପର ବିଷୟ, ମୃତ ପେହଲୁଙ୍କ ନାମରେ ରାଜସ୍ଥାନ ପଶୁହତ୍ୟା ନିରାକରଣ ଓ ଚାଲାଣ ନିୟନ୍ତ୍ରଣ ଆଇନର ଧାରା ୬ରେ ଚାର୍ଜଶିଟ୍‌ ହୋଇଥିବା ବେଳେ ତାଙ୍କ ପୁଅ ଇର୍ସାଦ ଓ ଅରିଫ୍‌ଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଏର ହୋଇଛି। ୨୯ ଜୁନ୍‌ରେ ଏ ସଂକ୍ରାନ୍ତ ଖବର ପ୍ରସାରିତ ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ଉକ୍ତ ଚାର୍ଜଶିଟ୍‌ରେ ପେହଲୁଙ୍କ ନାମ ନାହିଁ। ଘଟଣା ପ୍ରଘଟ ପରେ ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ଏଭଳି ମତ ରଖିବା ସନ୍ଦେହ ସୃଷ୍ଟି କରିଛି।
ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦିଆଯିବା ପରେ ତାଙ୍କ ବିରୋଧରେ ପୁନଶ୍ଚ ଚାର୍ଜଶିଟ୍‌ ଦାଖଲ ହେବା ନିଶ୍ଚିତ ଭାବେ ଏକ ବିଷମ ଦିଗକୁ ଇଙ୍ଗିତ କରୁଛି। ପେହଲୁଙ୍କ ବିରୋଧରେ ଯେଭଳି ଅଭିଯୋଗ ଅଣାଯାଇଛି, ତାହାକୁ ମରଣୋତ୍ତର ଚାର୍ଜଶିଟ୍‌ ଭାବେ ଅଭିହିତ କରାଯାଇପାରେ। ସୂଚନା ମିଳିଛି ଯେ, ରାଜସ୍ଥାନରେ ଅଶୋକ ଗେହଲଟ୍‌ଙ୍କ ସରକାର ଗଠନ ହେବାର ୧୩ ଦିନ ପରେ ଅର୍ଥାତ୍‌ ୨୦୧୮ ଡିସେମ୍ବର ୩୦ରେ ଉକ୍ତ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଏବେ ଗେହଲଟ୍‌ ନିଜ ଶାସନରେ ଦେଖାଦେଇଥିବା ଛିଦ୍ରକୁ ଲୁଚାଇବାକୁ ଯାଇ ପୂର୍ବର ଭାଜପା ସରକାର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କିନ୍ତୁ ଚାର୍ଜଶିଟ୍‌ ଦାଖଲ ହେବା ଘଟଣା କଂଗ୍ରେସର ମୁଖା ଖୋଲିଦେଇଛି। ସାଧାରଣରେ ବିଶ୍ୱାସ ସୃଷ୍ଟି ହୋଇଛି ଯେ, ଭାଜପାର କଠୋର ହିନ୍ଦୁତ୍ୱ ମାଧ୍ୟମରେ ନିର୍ବାଚନୀ ସଫଳତାକୁ ଅନୁକରଣ କରିବାକୁ ଯାଇ କଂଗ୍ରେସ ଏକ ନରମ ହିନ୍ଦୁତ୍ୱର ପନ୍ଥା ଆପଣାଇଛି, ଯେଉଁଥିପାଇଁ ମୃତ ପେହଲୁଙ୍କ ପରିବାରକୁ ଏବେ ମଧ୍ୟ ନ୍ୟାୟ ନ ମିଳିବାର ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ତତ୍କାଳୀନ ଭାଜପା ସରକାର ସମୟରେ ହୋଇଥିବା ତଦନ୍ତ ଆଧାରରେ ଅଭିଯୋଗଫର୍ଦ୍ଦ ତିଆରି ହୋଇଥିବା ନେଇ ଗେହଲଟ୍‌ଙ୍କ ସଫେଇକୁ ସାଧାରଣରେ ଗ୍ରହଣ କରାଯାଇପାରିବ ନାହିଁ। ତଦନ୍ତ ଏବଂ ବ୍ୟବସ୍ଥାରେ ତ୍ରୁଟି କେଉଁଠାରେ ରହିଛି, ତାହା ଦେଖିବା ହେଉଛି ସରକାରଙ୍କ କାର୍ଯ୍ୟ। ପେହଲୁ ହତ୍ୟା ଭଳି ସମ୍ବେଦନଶୀଳ ମାମଲାରେ ପୋଲିସ ଅତ୍ୟଧିକ ସକ୍ରିୟ ରହିବା କଥା। ହେଲେ ଏଠାରେ ଆଇନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ପେହଲୁଙ୍କ ପରିବାର ପ୍ରତି ନ୍ୟାୟ ଦିଆଯିବା ତ ଦୂରର କଥା, ବରଂ ପୁତ୍ରମାନଙ୍କ ସହ ପରଲୋକଗତ ପିତାଙ୍କ ନାମରେ ଅଭିଯୋଗଫର୍ଦ୍ଦ ଅଣାଯିବା ଦ୍ୱାରା ଅନ୍ୟାୟ ଶେଷ ସୀମାରେ ପହଞ୍ଚିଛି ବୋଲି କୁହାଯାଇପାରେ। ବିଶେଷକରି ହତ୍ୟାକାରୀ ମୁକ୍ତ ଭାବେ ବୁଲିବା ଏହି ଚିନ୍ତାକୁ ସୁଦୃଢ଼ କରୁଛି। ଅଲ୍‌ଓ୍ବାର ନିକଟସ୍ଥ ଜୟପୁର-ଦିଲ୍ଲୀ ରାଜପଥରେ ଗୋରକ୍ଷକ କହୁଥିବା ସ୍ଥାନୀୟ ଲୋକେ ପେହଲୁଙ୍କୁ ପିଟି ମାରିବାର ଭିଡିଓ ପ୍ରମାଣ ମିଳିବା ସତ୍ତ୍ୱେ ୮ ଅଭିଯୁକ୍ତ ଜାମିନରେ ଆସି ବୁଲିବା ନେଇ କେଉଁଆଡ଼ୁ ବିରୋଧ ନ ହେବା ଏ ବ୍ୟବସ୍ଥା କେତେ ସ୍ଥାଣୁ ହୋଇଯାଇଛି ବୁଝାପଡ଼ୁଛି। ଅଭିଯୁକ୍ତଙ୍କୁ କ୍ଷମା ଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ପୋଲିସର ବ୍ୟବହାର ଦେଖିଲେ ବ୍ୟବସ୍ଥା କେତେ ପକ୍ଷପାତିତା କରୁଛି, ତାହା ସ୍ପଷ୍ଟ ଜଣାପଡ଼ୁଛି। ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ। କାରଣ ପୋଲିସର ଏଭଳି ଆଚରଣ କେବଳ ରାଜସ୍ଥାନ କିମ୍ବା ପେହଲୁ ଘଟଣାରେ ସୀମିତ ରହୁନାହିଁ। ଆଜି ଭାରତବ୍ୟାପୀ ସବୁ ରାଜ୍ୟର ପୋଲିସ ବାହିନୀର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ଘୋର ଜନବିରୋଧୀ ହେବା ସହିତ ଆଇନକୁ ମନଇଚ୍ଛା କାର୍ଯ୍ୟକାରୀ କରାଇବାର ଉଦାହରଣ ଦେଖିବାକୁ ମିଳୁଛି। ରାଜନେତାମାନେ ଏଭଳି ପରିସ୍ଥିତିକୁ ଜାଣିଶୁଣି ଅଣଦେଖା କରୁଥିବା ବେଳେ ନ୍ୟାୟାଧୀଶମାନେ ଏହି ମାନସିକତାକୁ ସକ୍ରିୟ ସହଯୋଗ କରୁଥିବା ହେତୁ ଦେଶର ଭବିଷ୍ୟତ ଅଧିକ ଜଟିଳ ହେବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri