ନ୍ୟାୟ ଉଭାନ

ଭାରତରେ ଆଇନ ପ୍ରଣୟନ ଓ ବିଶେଷକରି ପୋଲିସ ବ୍ୟବସ୍ଥା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହାର ଜ୍ୱଳନ୍ତ ଉଦାହରଣ ପେହଲୁ ଖାନ୍‌ ହତ୍ୟା ପରବର୍ତ୍ତୀ ଅଭିଯୋଗଫର୍ଦ୍ଦ ଘଟଣାକୁ ଦେଖିଲେ ଜଣାପଡ଼ୁଛି। ଗୋରୁ ଚୋରାଚାଲାଣ ଅଭିଯୋଗରେ ରାଜସ୍ଥାନର ଅଲ୍‌ଓ୍ବାରଠାରେ ୨୦୧୭ ଏପ୍ରିଲରେ ପେହଲୁ ଖାନ୍‌ଙ୍କୁ ତଥାକଥିତ ଗୋରକ୍ଷକମାନେ ପିଟି ମାରି ଦେଇଥିଲେ। ଆକ୍ରମଣ ସମୟର ଭିଡିଓ ସେତେବେଳେ ଭାଇରାଲ ହେବା ପରେ ଦେଶବ୍ୟାପୀ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଦୋଷୀକୁ ଦଣ୍ଡ ଦେବା ଲାଗି ସବୁଆଡ଼ୁ ଚାପ ପଡ଼ିଥିଲା। ହେଲେ ୮ ଅଭିଯୁକ୍ତ ଜେଲରେ ରହିବା ପରେ ମୁକ୍ତ ହୋଇ ବୁଲୁଥିବା ଦେଖିବାକୁ ମିଳୁଛି। ପରିତାପର ବିଷୟ, ମୃତ ପେହଲୁଙ୍କ ନାମରେ ରାଜସ୍ଥାନ ପଶୁହତ୍ୟା ନିରାକରଣ ଓ ଚାଲାଣ ନିୟନ୍ତ୍ରଣ ଆଇନର ଧାରା ୬ରେ ଚାର୍ଜଶିଟ୍‌ ହୋଇଥିବା ବେଳେ ତାଙ୍କ ପୁଅ ଇର୍ସାଦ ଓ ଅରିଫ୍‌ଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଏର ହୋଇଛି। ୨୯ ଜୁନ୍‌ରେ ଏ ସଂକ୍ରାନ୍ତ ଖବର ପ୍ରସାରିତ ହେବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କହିଛନ୍ତି, ଉକ୍ତ ଚାର୍ଜଶିଟ୍‌ରେ ପେହଲୁଙ୍କ ନାମ ନାହିଁ। ଘଟଣା ପ୍ରଘଟ ପରେ ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ୍‌ ଏଭଳି ମତ ରଖିବା ସନ୍ଦେହ ସୃଷ୍ଟି କରିଛି।
ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦିଆଯିବା ପରେ ତାଙ୍କ ବିରୋଧରେ ପୁନଶ୍ଚ ଚାର୍ଜଶିଟ୍‌ ଦାଖଲ ହେବା ନିଶ୍ଚିତ ଭାବେ ଏକ ବିଷମ ଦିଗକୁ ଇଙ୍ଗିତ କରୁଛି। ପେହଲୁଙ୍କ ବିରୋଧରେ ଯେଭଳି ଅଭିଯୋଗ ଅଣାଯାଇଛି, ତାହାକୁ ମରଣୋତ୍ତର ଚାର୍ଜଶିଟ୍‌ ଭାବେ ଅଭିହିତ କରାଯାଇପାରେ। ସୂଚନା ମିଳିଛି ଯେ, ରାଜସ୍ଥାନରେ ଅଶୋକ ଗେହଲଟ୍‌ଙ୍କ ସରକାର ଗଠନ ହେବାର ୧୩ ଦିନ ପରେ ଅର୍ଥାତ୍‌ ୨୦୧୮ ଡିସେମ୍ବର ୩୦ରେ ଉକ୍ତ ଚାର୍ଜଶିଟ୍‌ ପ୍ରସ୍ତୁତ ହୋଇଥିଲା। ଏବେ ଗେହଲଟ୍‌ ନିଜ ଶାସନରେ ଦେଖାଦେଇଥିବା ଛିଦ୍ରକୁ ଲୁଚାଇବାକୁ ଯାଇ ପୂର୍ବର ଭାଜପା ସରକାର ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କିନ୍ତୁ ଚାର୍ଜଶିଟ୍‌ ଦାଖଲ ହେବା ଘଟଣା କଂଗ୍ରେସର ମୁଖା ଖୋଲିଦେଇଛି। ସାଧାରଣରେ ବିଶ୍ୱାସ ସୃଷ୍ଟି ହୋଇଛି ଯେ, ଭାଜପାର କଠୋର ହିନ୍ଦୁତ୍ୱ ମାଧ୍ୟମରେ ନିର୍ବାଚନୀ ସଫଳତାକୁ ଅନୁକରଣ କରିବାକୁ ଯାଇ କଂଗ୍ରେସ ଏକ ନରମ ହିନ୍ଦୁତ୍ୱର ପନ୍ଥା ଆପଣାଇଛି, ଯେଉଁଥିପାଇଁ ମୃତ ପେହଲୁଙ୍କ ପରିବାରକୁ ଏବେ ମଧ୍ୟ ନ୍ୟାୟ ନ ମିଳିବାର ଆଶଙ୍କା ସୃଷ୍ଟି ହେଲାଣି। ତେଣୁ ତତ୍କାଳୀନ ଭାଜପା ସରକାର ସମୟରେ ହୋଇଥିବା ତଦନ୍ତ ଆଧାରରେ ଅଭିଯୋଗଫର୍ଦ୍ଦ ତିଆରି ହୋଇଥିବା ନେଇ ଗେହଲଟ୍‌ଙ୍କ ସଫେଇକୁ ସାଧାରଣରେ ଗ୍ରହଣ କରାଯାଇପାରିବ ନାହିଁ। ତଦନ୍ତ ଏବଂ ବ୍ୟବସ୍ଥାରେ ତ୍ରୁଟି କେଉଁଠାରେ ରହିଛି, ତାହା ଦେଖିବା ହେଉଛି ସରକାରଙ୍କ କାର୍ଯ୍ୟ। ପେହଲୁ ହତ୍ୟା ଭଳି ସମ୍ବେଦନଶୀଳ ମାମଲାରେ ପୋଲିସ ଅତ୍ୟଧିକ ସକ୍ରିୟ ରହିବା କଥା। ହେଲେ ଏଠାରେ ଆଇନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ପେହଲୁଙ୍କ ପରିବାର ପ୍ରତି ନ୍ୟାୟ ଦିଆଯିବା ତ ଦୂରର କଥା, ବରଂ ପୁତ୍ରମାନଙ୍କ ସହ ପରଲୋକଗତ ପିତାଙ୍କ ନାମରେ ଅଭିଯୋଗଫର୍ଦ୍ଦ ଅଣାଯିବା ଦ୍ୱାରା ଅନ୍ୟାୟ ଶେଷ ସୀମାରେ ପହଞ୍ଚିଛି ବୋଲି କୁହାଯାଇପାରେ। ବିଶେଷକରି ହତ୍ୟାକାରୀ ମୁକ୍ତ ଭାବେ ବୁଲିବା ଏହି ଚିନ୍ତାକୁ ସୁଦୃଢ଼ କରୁଛି। ଅଲ୍‌ଓ୍ବାର ନିକଟସ୍ଥ ଜୟପୁର-ଦିଲ୍ଲୀ ରାଜପଥରେ ଗୋରକ୍ଷକ କହୁଥିବା ସ୍ଥାନୀୟ ଲୋକେ ପେହଲୁଙ୍କୁ ପିଟି ମାରିବାର ଭିଡିଓ ପ୍ରମାଣ ମିଳିବା ସତ୍ତ୍ୱେ ୮ ଅଭିଯୁକ୍ତ ଜାମିନରେ ଆସି ବୁଲିବା ନେଇ କେଉଁଆଡ଼ୁ ବିରୋଧ ନ ହେବା ଏ ବ୍ୟବସ୍ଥା କେତେ ସ୍ଥାଣୁ ହୋଇଯାଇଛି ବୁଝାପଡ଼ୁଛି। ଅଭିଯୁକ୍ତଙ୍କୁ କ୍ଷମା ଓ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ପୋଲିସର ବ୍ୟବହାର ଦେଖିଲେ ବ୍ୟବସ୍ଥା କେତେ ପକ୍ଷପାତିତା କରୁଛି, ତାହା ସ୍ପଷ୍ଟ ଜଣାପଡ଼ୁଛି। ଏହା ଅତ୍ୟନ୍ତ ଉଦ୍‌ବେଗର ବିଷୟ। କାରଣ ପୋଲିସର ଏଭଳି ଆଚରଣ କେବଳ ରାଜସ୍ଥାନ କିମ୍ବା ପେହଲୁ ଘଟଣାରେ ସୀମିତ ରହୁନାହିଁ। ଆଜି ଭାରତବ୍ୟାପୀ ସବୁ ରାଜ୍ୟର ପୋଲିସ ବାହିନୀର ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ଘୋର ଜନବିରୋଧୀ ହେବା ସହିତ ଆଇନକୁ ମନଇଚ୍ଛା କାର୍ଯ୍ୟକାରୀ କରାଇବାର ଉଦାହରଣ ଦେଖିବାକୁ ମିଳୁଛି। ରାଜନେତାମାନେ ଏଭଳି ପରିସ୍ଥିତିକୁ ଜାଣିଶୁଣି ଅଣଦେଖା କରୁଥିବା ବେଳେ ନ୍ୟାୟାଧୀଶମାନେ ଏହି ମାନସିକତାକୁ ସକ୍ରିୟ ସହଯୋଗ କରୁଥିବା ହେତୁ ଦେଶର ଭବିଷ୍ୟତ ଅଧିକ ଜଟିଳ ହେବାର ସବୁ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri