Posted inUncategorized

ନ୍ୟାୟିକ ବ୍ୟବସ୍ଥାରେ ଇ-ଫାଇଲିଂ ଭର୍ସନ ୩.୦

କଟକ ଅଫିସ,୩।୪: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ସଭାଗୃହରେ ଇ-ଫାଇଲିଂ ଭର୍ସନ ୩.୦, ଭଲନରେବୁଲ ୱିଟନେସ୍‌ ଡିପୋଜିଶନ୍‌ ସେଣ୍ଟର୍ସ ଆଣ୍ଡ୍‌ ଭର୍ଚୁଆଲ୍‌ କୋର୍ଟ ରୁମ୍‌ସ ଆଣ୍ଡ୍‌ ଓଡ଼ିଶା ଜୁଡିସିଆଲ ୱାର୍କ ଫ୍ଲୋ ଅଟୋମେଶନ ସିଷ୍ଟମ ଶନିବାର ଉଦ୍‌ଘାଟିତ ହୋଇଛି। ଏଥିରେ ସୁପ୍ରିମକୋର୍ଟ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର, ଇ-କମିଟି ଅଧ୍ୟକ୍ଷ ଜଷ୍ଟିସ ଆର୍‌.ସି. ଚଭନ, ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତଲ, ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ଆଡ୍‌ଭୋକେଟ୍‌ ଜେନେରାଲ, ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଇ-ଫାଇଲିଂ ଭର୍ସନ ୩.୦ ହେଉଛି ଏନ୍‌ଆଇସି ଦ୍ୱାରା ପ୍ରସ୍ତୁତ ସୁବୁଠୁ ଅଧିକ ଫଳପ୍ରଦ ବ୍ୟବସ୍ଥା ା ଏହି ଭର୍ସନ ଲାଗୁ କରିବାରେ ଓଡ଼ିଶା ହାଇକୋର୍ଟ ଦେଶର ପ୍ରଥମ ବୋଲି ଓଡ଼ିଶା ଜୁଡିସିଆଲ ଏକାଡେମୀ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି। ଏହାଦ୍ୱାରା ସମସ୍ତ ଓକିଲ ଓ ମହକିଲମାନେ ଉପକୃତ ହେବେ। ଏହି ବ୍ୟବସ୍ଥା ରାଜ୍ୟର ସମସ୍ତ ଜିଲା ଜଜ୍‌ କୋର୍ଟ ଓ ତାଲୁକ୍‌ ସ୍ତରରେ ଉପଲବ୍ଧ ହେବ। ଦେଶର କେରଳ, ଓଡ଼ିଶା, ମହାରାଷ୍ଟ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ପ୍ରଥମେ ରାଜ୍ୟର ଭଦ୍ରକ ଓ ମାଲକାନଗିରିରେ ଏହି ବ୍ୟବସ୍ଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏପରି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ସାକ୍ଷ୍ୟଗ୍ରହଣ କରାଯାଇପାରିବ ା ଏହି ଇ-ଫାଇଲିଂ ଭର୍ସନ ୩.୦ ବ୍ୟବସ୍ଥା ରାଜ୍ୟର ଅନୁଗୋଳ, ଭଦ୍ରକ, ବଲାଙ୍ଗୀର, କଟକ, ଜଗତ୍‌ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ଭୁବନେଶ୍ୱର, କୋରାପୁଟ, ନୟାଗଡ, ନୂଆପଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୋନପୁରରେ ମଧ୍ୟ ଲାଗୁ କରାଯାଇଛି। ହାଇକୋର୍ଟ ବିଚାରପତି ବିଶ୍ୱଜିତ୍‌ ମହାନ୍ତି ସ୍ବାଗତ ଭାଷଣ ଓ ବିଚାରପତି ବିଭୁପ୍ରସାଦ ରାଉତରାୟ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri