Posted inଜାତୀୟ

ନେହେରୁଙ୍କ ଉପରେ ବର୍ଷିଲେ ଅମିତ୍‌ ଶାହ: କଶ୍ମୀର ପାଇଁ ଜାତିସଂଘ ଯିବା ବଡ଼ ଭୁଲ୍‌

ନୂଆଦିଲ୍ଲୀ,୩୦ା୯(ପି.ଟି.): ୧୯୪୮ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ଯିବା ହିମାଳୟ ଭଳି ବଡ଼ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। କଶ୍ମୀର ଉପତ୍ୟକାରେ ଆଉ କଟକଣା ନାହିଁ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ସାରା ବିଶ୍ୱ ସମର୍ଥନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଗଷ୍ଟ ୫ର ଏହି ବଳିଷ୍ଠ ପଦକ୍ଷେପ ଯୋଗୁ ଆଗାମୀ ୧୦ ବର୍ଷରେ ଜମ୍ମୁ-କଶ୍ମୀର ଦେଶର ସବୁଠୁ ବିକଶିତ ଅଞ୍ଚଳରେ ପରିଣତ ହେବାକୁ ଯାଉଛି ବୋଲି ଶାହ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଦେଶ ସ୍ବାଧୀନ ହେଲାବେଳେ ୬୩୧ଟି ଦେଶୀୟ ରାଜ୍ୟ ଥିଲା। ସେଥିରୁ ୬୩୦ଟିକୁ ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତରେ ମିଶାଇଥିବାବେଳେ ନେହେରୁ ମାତ୍ର ଗୋଟିଏ ଦେଶୀୟ ରାଜ୍ୟକୁ ଫେରାଇଆଣିବାରେ ସକ୍ଷମ ହୋଇଥିଲେ। କେବଳ ଜମ୍ମୁ-କଶ୍ମୀରକୁ ଛାଡ଼ିଲେ ଅନ୍ୟ ୬୩୦ ଦେଶୀୟ ରାଜ୍ୟ ଭାରତରେ ସମ୍ପୂର୍ଣ୍ଣ ମିଶ୍ରଣ ହୋଇଥିଲା। ୧୯୪୭ ଅକ୍ଟୋବର ୨୭ରେ ଭାରତୀୟ ସେନା କଶ୍ମୀରରେ ପହଞ୍ଚତ୍ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କରିଥିଲେ। ସେମାନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଆଡ଼େ ମାଡ଼ିଚାଲିଥିଲେ ଓ ଏହାକୁ ଦଖଲ କରିବାର ନିକଟବର୍ତ୍ତୀ ହୋଇଥିଲେ। କିନ୍ତୁ ବିଡ଼ମ୍ବନା, ତତ୍କାଳୀନ କେନ୍ଦ୍ର ସରକାର ହଠାତ୍‌ ଅସ୍ତ୍ରବିରତି ଘୋଷଣା କଲେ। ଆମେ ଯୁଦ୍ଧ ଜିତିବାକୁ ଗଲାବେଳେ ଅସ୍ତ୍ରବିରତି ଘୋଷଣା କରିବାର କ’ଣ ଆବଶ୍ୟକ ଥିଲା ବୋଲି ଶାହ ପ୍ରଶ୍ନ କରିଛନ୍ତି। ଯଦି ସେତେବେଳେ ଅସ୍ତ୍ରବିରତି ଘୋଷଣା ହୋଇ ନ ଥାନ୍ତା ତେବେ ପିଓକେ ଆମର ହୋଇଥାନ୍ତା ବୋଲି ସେ କହିଛନ୍ତି। ନେହେରୁ ନିଜ ଭୁଲ୍‌ ବୁଝିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବଦୁଲ୍ଲାଙ୍କୁ ୧୧ ବର୍ଷ ଜେଲ୍‌ରେ ରଖିଥିଲେ। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ସ୍ବାକ୍ଷରିତ ସିମଲା ରାଜିନାମାକୁ ଶାହ ପ୍ରଶଂସା କରିଛନ୍ତି। ଏହି ରାଜିନାମା ଯୋଗୁ ଜମ୍ମୁ-କଶ୍ମୀର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପରିଣତ ହୋଇଥିଲା।
ଉପତ୍ୟକାରେ କଟକଣା ଜାରି ରହିଥିବା ନେଇ ବିରୋଧୀ ଦଳ ଭୁଲ୍‌ ତଥ୍ୟ ପ୍ରସାର କରାଉଛନ୍ତି। ପ୍ରକୃତରେ ସେଠାରେ କୌଣସି କଟକଣା ନାହିଁ, ତାହା କେବଳ ବିରୋଧୀ ନେତାମାନଙ୍କ ମାନସିକତାରେ ରହିଛି ବୋଲି ରବିବାର ସଂକଳ୍ପ ପୂର୍ବତନ ପ୍ରଶାସନିକ ଅଧିକାରୀ ଫୋରମ୍‌ ପକ୍ଷରୁ ଜାତୀୟ ସୁରକ୍ଷା ଉପରେ ଆୟୋଜିତ ସେମିନାରରେ ଉଦ୍‌ବୋଧନ ଦେଇ ଶାହ କହିଥିଲେ। କଶ୍ମୀରର ସମସ୍ତ ୧୯୬ ଥାନା ଅଞ୍ଚଳରୁ କର୍ଫ୍ୟୁ ଉଠାଇଦିଆଯାଇଛି। କେବଳ ୮ଟି ଥାନା ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି ଓ ସେଠାରେ ୫ କିମ୍ବା ଅଧିକ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି। କଶ୍ମୀର ଜନସାଧାରଣ ଅବାଧରେ ଯେକୌଣସି ସ୍ଥାନକୁ ଯାଇପାରୁଛନ୍ତି। ବିଭିନ୍ନ ରାଜ୍ୟରୁ ଖବରଦାତାମାନେ ଉପତ୍ୟକାକୁ ନିୟମିତ ଯାଉଥିବା ସ୍ବରାଷ୍ଟ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।
ନିକଟରେ ଶେଷ ହୋଇଥିବା ଜାତିସଂଘ ସାଧାରଣ ସଭା ଅଧିବେଶନ ସମ୍ପର୍କରେ ଉଲ୍ଲେଖ କରି ସାରା ବିଶ୍ୱର ନେତା ଭାରତର ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଥିବା ଶାହ କହିଛନ୍ତି। ସେଠାରେ ଉପସ୍ଥିତ କୌଣସି ଜଣେ ହେଲେ ନେତା ଭାରତର ନିଷ୍ପତ୍ତି ବିରୋଧରେ ସ୍ବର ଉଠାଇନାହାନ୍ତି। ଏହା ପ୍ରଧାନମନ୍ତ୍ରୀଙ୍କର ବଡ଼ କୂଟନୈତିକ ବିଜୟ। ଜମ୍ମୁ-କଶ୍ମୀରରେ ବର୍ଷ ବର୍ଷ ଧରି ଆତଙ୍କବାଦୀ ଆକ୍ରମଣରେ ୪୧,୮୦୦ ଲୋକ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଯବାନ ଅଛନ୍ତି। ତେବେ ଶହୀଦ ଯବାନ, ସେମାନଙ୍କ ବିଧବା ପତ୍ନୀ ଓ ପିଲାମାନଙ୍କ ମାନବାଧିକାର ଉଲ୍ଲଂଘନ ନେଇ କେହି ଜଣେ ହେଲେ ପ୍ରଶ୍ନ ଉଠାଇନାହାନ୍ତି। କିନ୍ତୁ କିଛିଦିନ ମୋବାଇଲ ଫୋନ୍‌ ସଂଯୋଗ ବନ୍ଦ ରହିବାରୁ ଏହାର ଜୋରଦାର ପ୍ରତିବାଦ କରାଯାଉଛି। ଫୋନ ସଂଯୋଗ ବନ୍ଦ ହେବା ମାନବାଧିକାର ଉଲ୍ଲଂଘନ ନୁହେଁ। ସେଠାରେ ୧୦ ହଜାର ନୂଆ ଲ୍ୟାଣ୍ଡଲାଇନ ସଂଯୋଗ ଦିଆସରିଲଣି ଓ ୬୦୦୦ ପିସିଓ କାର୍ଯ୍ୟ କରୁଛି ବୋଲି ଶାହ କହିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତି ଭାରତର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ ଏବଂ ଜମ୍ମୁ-କଶ୍ମୀର ସ୍ଥିତି ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇଯିବ ବୋଲି ଶାହ ଦୃଢ଼ୋକ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଥ୍ୟା ସମ୍ପତ୍ତି ତଥ୍ୟ ଦେଲେ ବାବୁଙ୍କୁ ମିଳିବ ଦଣ୍ଡ: ବେତନ ବଦଳରେ ଲାଗୁ ହେବ…

ଭୁବନେଶ୍ୱର,୧୩।୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀ ନିଜ ସମ୍ପତ୍ତି ବିବରଣୀ ଦେବାରେ ବିଳମ୍ବ କରୁଥିବାରୁ ଏହାକୁ ନେଇ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ…

ଭୟଙ୍କର ଦୁର୍ଘଟଣା: ଲ୍ୟାଣ୍ଡିଂ ସମୟରେ ଭାରତୀୟ ବାୟୁସେନାର AN-32 ବିମାନ କ୍ରାସ

ଗୁଆହାଟି,୧୩।୬: ଶନିବାର ଆସାମର ଜୋରହାଟରେ ଥିବା ଭାରତୀୟ ବାୟୁସେନା (IAF) ବାୟୁସେନାର ବାୟୁସେନା ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାୟୁସେନାର ଏକ AN-32 ପରିବହନ ବିମାନ…

ପୋଲିସ DG ପଦବୀ ପାଇଁ ୩୩ ବରିଷ୍ଠ IPS ମନୋନୀତ: ଓଡ଼ିଶା କ୍ୟାଡରର୍‌ ୨ ଜଣଙ୍କୁ ମିଳିଲା…

ଭୁବନେଶ୍ୱର,୧୩।୬: ପୋଲିସ DG ପଦବୀ ପାଇଁ ଦେଶରୁ ମୋଟ ୩୩ ଜଣ ବରିଷ୍ଠ IPS ମନୋନୀତ ହୋଇଛନ୍ତି। କ୍ୟାବିନେଟ୍‌ ନିଯୁକ୍ତି କମିଟି ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିଛି।…

ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରପଞ୍ଚ ଚାମେଲୀ, ବିଧାୟକଙ୍କୁ ନେଇ କହିଲେ…

କେନ୍ଦ୍ରାପଡ଼ା, ୧୩ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲୀ ଓଝା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି…

ଆମେରିକାକୁ ଧୋଇଲେ ଜୟଶଙ୍କର: କଡ଼ା ଟାର୍ଗେଟ୍‌ କରି କହିଲେ…

ନୂଆଦିଲ୍ଲୀ,୧୩।୬:ଓମାନ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜ ଉପରେ ଆମେରିକା ନୌସେନାର କାର୍ଯ୍ୟାନୁଷ୍ଠାନରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଭାରତ ଆମେରିକା ନିକଟରେ କଡ଼ା…

ବୈତରଣୀ-କୋଚିଳା ସଙ୍ଗମସ୍ଥଳରେ ନାହଁ ଘେରିବନ୍ଧ: ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶା ଭୋଗୁଛନ୍ତି ୩ ପଞ୍ଚାୟତର ୧୦ ହଜାରରୁ ଅଧିକ ଲୋକ

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ବୈତରଣୀ ଓ କୋଚିଳା ନଦୀର ସଙ୍ଗମସ୍ଥଳ ଗାନ୍ଧୀଘାଟ ଶାସନ ପ୍ରତିବର୍ଷ ବନ୍ୟା ବିଭୀଷିକାର ଶିକାର ହେଉଛି।…

ସରକାରୀ ରାସ୍ତା ମରାମତି କାମକୁ ନେଇ ରକ୍ତାକ୍ତ କାଣ୍ଡ: ଯୁବକଙ୍କୁ ଛୁରାମାଡ଼ କରି ଅଭିଯୁକ୍ତ ଫେରାର୍‌

ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ,…

ହର୍ମୁଜରେ ଭାରତୀୟ ଜାହାଜ ଉପରେ ହୋଇଛି ଆକ୍ରମଣ: ଟ୍ରମ୍ପଙ୍କ ଦାବିକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲା ଇରାନ

ଓ୍ବାଶିଂଟନ୍‌,୧୩।୬:ହର୍ମୁଜ ପ୍ରଣାଳୀ ନିକଟରେ ଏକ ଭାରତୀୟ ଜାହାଜ ଉପରେ ଆକ୍ରମଣ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri