ନେପାଳ ଗଲା

ଏବର କେନ୍ଦ୍ର ସରକାର ସର୍ବଦା କହିଆସୁଛନ୍ତି, ଭାରତ ବିଶ୍ୱର ବିଭିନ୍ନ ଦେଶ ସହ ଉତ୍ତମ ସମ୍ପର୍କ ରଖିଚାଲିଛି। ଆମେରିକା ଓ ଅନ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତର ନେତୃତ୍ୱକୁ ସମ୍ମାନ ଦେଉଥିବା ବିଷୟ ବିଭିନ୍ନ ମଞ୍ଚରେ ବାରମ୍ବାର କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୦ ଭେଣ୍ଟିଲେଟର ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। ଗୋଟିଏ ପଟେ ଟ୍ରମ୍ପ୍‌ଙ୍କ ଗତ ଫେବୃୟାରୀରେ ଗୁଜରାଟର ଅହମଦାବାଦ ପରିଦର୍ଶନ ଏବଂ ତାଙ୍କ ସମ୍ବର୍ଦ୍ଧନା ଲାଗି କରାଯାଇଥିବା ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କଥା ସମସ୍ତେ ଜାଣନ୍ତି। ଅନ୍ୟପଟେ ଖୋଦ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ ନିଜ ଦେଶ ଆମେରିକାରେ ଲାଗି ରହିଥିବା କରୋନା ଭାଇରସ୍‌ଜନିତ ମୃତ୍ୟୁ ସମ୍ଭାଳିବା ପାଇଁ ଭେଣ୍ଟିଲେଟର ଯୋଗାଇପାରି ନାହାନ୍ତି। ଏହି ଉପହାର କେତେଦୂର ଭାରତର ସମସ୍ୟା ସମାଧାନ କରିବାରେ ସହାୟକ ହେବ କହିବା କଷ୍ଟକର। କିନ୍ତୁ ଏଭଳି ଏକ ବିପଜ୍ଜନକ ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ଦାନ ସତେ ଯେମିତି କୌତୂହଳର ବିଷୟ ମନେହେଉଛି। ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରସ୍ତୁତ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌, ଯାହାକୁ କେବଳ ରାଷ୍ଟ୍ରପତି ଟ୍ରମ୍ପ କହୁଛନ୍ତି ଯେ କୋଭିଡ୍‌-୧୯ ଦ୍ୱାରା ପୀଡ଼ିତ ରୋଗୀଙ୍କୁ ଏହା ଉପଶମ କରିବ, ତାହାକୁ ଭାରତରୁ ଆମଦାନୀ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ। ଦେଖିବାକୁ ଗଲେ ସେହି ଔଷଧ ରପ୍ତାନିକୁ ଭାରତ ସରକାର ବନ୍ଦ କରିଥିଲେ। ଭାରତ ଯଦି ତାହା ପଠାଇବାକୁ ମନା କରିବ, ତେବେ ଉଚିତ ଜବାବ ଦିଆଯିବ ବୋଲି ଟ୍ରମ୍ପ୍‌ ଘୋଷଣା କଲେ। ଏପରି ଧମକ ପାଇ ଭାରତ ସରକାର ତାଙ୍କ ନିଷ୍ପତ୍ତିରୁ ଓହରିଗଲେ। ପରେ ଧମକରେ ଆଣ୍ଠେଇ ପଡ଼ିଥିବା ଭାରତକୁ ମଲମ ଲଗାଇବାକୁ ଯାଇ ଟ୍ରମ୍ପ୍‌ ମାତ୍ର ୨୦୦ ଭେଣ୍ଟିଲେଟର ଦେବାକୁ କହିଛନ୍ତି। ଏଥିରୁ ମନେହୁଏ ନାହିଁ ଯେ, ଯେପରି ଆମେରିକା ଓ ଭାରତ ମଧ୍ୟରେ ଏକ ସମାନ ଓଜନର ସମ୍ପର୍କ ରହିଛି।
ଏବେ ଦୂରରୁ ଫେରିଆସି ନିକଟତର ପଡ଼ୋଶୀ ସହ ସମ୍ପର୍କକୁ ଦୃଷ୍ଟି ଦିଆଯାଉ। ଭାରତ-ନେପାଳ ସୀମାକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଛି। ଭାରତର ପଡ଼ୋଶୀ ଛୋଟିଆ ଦେଶ ନେପାଳ ତା’ର ନୂଆ ରାଜନୈତିକ ମାନଚିତ୍ରକୁ ଅନୁମୋଦନ କରିଛି। ଏଥିରେ ଉତ୍ତରାଖଣ୍ଡରେ ଅବସ୍ଥିତ କାଲାପାଣି, ଲିପୁଲେଖ ଓ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳ ସ୍ଥାନ ଦେଇଛି। ଖୁବ୍‌ଶୀଘ୍ର ଏହି ମାନଚିତ୍ରକୁ ସାଧାରଣରେ ପ୍ରକାଶ କରାଯିବ ବୋଲି ନେପାଳ ବହିର୍ବ୍ୟାପାର ମନ୍ତ୍ରୀ ପ୍ରଦୀପ କୁମାର ଗିଓ୍ବାଲି ୧୯ ମେ’ରେ କହିଛନ୍ତି। ସୂଚନା ଦିଆଯାଇପାରେ ଯେ, କାଲାପାଣି ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲାରେ ଥିବା ବେଳେ କାଠମାଣ୍ଡୁ ଏହାକୁ ଧାରଚୁଲା ଜିଲାର ବୋଲି କହୁଛି। ସେହିପରି ଲିପୁଲେଖ ପାସ୍‌ ଓ ଲିମ୍ପିୟାଧୁରା ଉଭୟ ଦେଶର ସୀମାନ୍ତରେ ଥିବାରୁ ପରସ୍ପର ମଧ୍ୟରେ ଏହି ଅଞ୍ଚଳକୁ ନେଇ ବିବାଦ ଉପୁଜିଛି।
ଭାରତ-ନେପାଳ ସମ୍ପର୍କର ତିକ୍ତତାକୁ ବୁଝିବାକୁ ହେଲେ ଅତୀତକୁ ଦେଖିବାକୁ ହେବ। ଦକ୍ଷିଣ ନେପାଳରେ ବାସ କରୁଥିବା ମାଧେସୀ ସମ୍ପ୍ରଦାୟର ଜନସାଧାରଣଙ୍କ ବଂଶଗତ ସମ୍ପର୍କ ଉତ୍ତର ପ୍ରଦେଶ ଓ ବିହାର ସହିତ ରହିଛି। ନେପାଳର ମୂଳ ବାସିନ୍ଦାମାନେ ସେମାନଙ୍କୁ ନେପାଳି ଭାବେ ମାନ୍ୟତା ଦିଅନ୍ତି ନାହିଁ। ସେଠାରେ ନୂତନ ସମ୍ବିଧାନ ପ୍ରଣୟନ ବେଳେ ମାଧେସୀ ସମ୍ପ୍ରଦାୟକୁ କୌଣସି ସାମ୍ବିଧାନିକ ଅଧିକାର ଦିଆଯାଇ ନ ଥିଲା। ସେମାନେ କାଠମାଣ୍ଡୁ ବିରୋଧରେ ପ୍ରତିବାଦ କରିବାରୁ ଭାରତର ଭୂମିକା ନେପାଳ ଜନସାଧାରଣଙ୍କୁ କ୍ରୋଧିତ କରିଥିଲା। ମାଧେସୀମାନେ ଅର୍ଥନୈତିକ ଅବରୋଧ କରିଛନ୍ତି ବୋଲି କହି ଭାରତ ସରକାରଙ୍କ ଅତ୍ୟନ୍ତ ଦୂରଦୃଷ୍ଟିହୀନତାରୁ ଔଷଧ, ପେଟ୍ରୋଲଜାତ ସାମଗ୍ରୀ ଏବଂ ଖାଦ୍ୟ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକୁ ନେପାଳ ଯିବାକୁ ଦିଆଯାଇ ନ ଥିଲା। ସେବେଠାରୁ ଏକମାତ୍ର ହିନ୍ଦୁ ରାଷ୍ଟ୍ର ତା’ର ନୂତନ ସମ୍ବିଧାନରେ ନିଜକୁ ଧର୍ମନିରପେକ୍ଷ ଆଖ୍ୟା ଦେଇଦେଲା। ଏହା ମୋଦି ସରକାରଙ୍କୁ ଅଧିକ କ୍ଷୁବ୍ଧ କରିଥିଲା। ନେପାଳୀ ଗଣମାଧ୍ୟମରେ ପ୍ରଚାର କରାଗଲା ଯେ, ଭାରତ ପୁନର୍ବାର ରାଜ ପରିବାରକୁ କ୍ଷମତାସୀନ କରିବାକୁ ମସୁଧା ଚଳାଇଛି। ଗଣତାନ୍ତ୍ରିକ ନେପାଳ ତାହାର ପ୍ରତିକ୍ରିୟା ସ୍ବରୂପ କମ୍ୟୁନିଷ୍ଟ ଚାଇନା ସହିତ ସମ୍ପର୍କ ଗଢ଼ିବାକୁ ଯାଇ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବର) ଚୁକ୍ତିରେ ସ୍ବାକ୍ଷର କରିଥିଲା। ସେଥିପାଇଁ ଏବେ ସବୁ ଛୋଟ ବଡ଼ କଥାରେ ଟଣାଓଟରା ଚାଲିବ ବୋଲି ଭାରତୀୟମାନେ ବୁଝିଯିବା ଦରକାର। ଚଳିତ ମାସ ପ୍ରାରମ୍ଭରେ ନେପାଳର ଧାରଚୁଲା ସହ ଲିପୁଲେଖ ପାସ୍‌ ସଂଯୋଗ ଲାଗି ନୂଆ ରାସ୍ତା ନିର୍ମାଣକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ଘାଟନ କରିଥିଲେ। ଏହି ରାସ୍ତା ଦ୍ୱାରା କୈଳାସ ମାନସରୋବର ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ଦୂରତା କମିଯିବ। ଏହାକୁ ନେଇ କାଠମାଣ୍ଡୁ ଆପତ୍ତି ଉଠାଇଥିଲା। ନେପାଳର କହିବା ଅନୁଯାୟୀ, ଲିପୁଲେଖ ଅଞ୍ଚଳ ନେପାଳରେ ଥିବା ହେତୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିବା ସୀମା ବିବାଦକୁ ଉସୁକାଇଛି। ଅନ୍ୟପକ୍ଷରେ ଭାରତର ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ କହିଛନ୍ତି ଯେ, ନେପାଳ-ଭାରତ ସୀମା ବିବାଦକୁ ଚାଇନା ଟିହାଉଛି। ଏହା ନିଶ୍ଚିତ ଭାବେ ସତ୍ୟ ହୋଇଥିବ। ଆଜିର ରାଜନୈତିକ ନେତୃତ୍ୱ ବ୍ୟକ୍ତିଗତ କାରଣରୁ ଦେଶର ଦୀର୍ଘମିଆଦୀ ହିତକୁ ଜଳାଞ୍ଜଳି ଦେଇଦେଉଛନ୍ତି। ତ୍ତତ୍ତର ଭାରତର ସୀମାରେ ନେପାଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେହି ଦେଶର ଦକ୍ଷିଣରେ ଭାରତ ଥିବା ବେଳେ ଉତ୍ତରରେ ଚାଇନା। ଯଦି ନେପାଳର ସମ୍ପର୍କ ଚାଇନା ସହିତ ଅଧିକ ନିବିଡ଼ ହୋଇଚାଲେ, ତେବେ ଚାଇନାର ଲାଲ୍‌ ସେନା ଉତ୍ତର ପ୍ରଦେଶ ଓ ବିହାରକୁ ସୀମାନ୍ତ ରାଜ୍ୟରେ ଅତି ସହଜରେ ପରିଣତ କରିଦେବ। ଅର୍ଥାତ୍‌ ଭାରତର ସୀମାର ଦୈର୍ଘ୍ୟ ଅନେକ ପରିମାଣରେ ବଢ଼ିଯିବ। ଏବେ ଘଟାଯାଉଥିବା କୂଟନୈତିକ ତ୍ରୁଟି ଭାରତର ଭବିଷ୍ୟତକୁ ଅନ୍ଧକାର କରିବା ସହିତ ଅନେକ ଯୁଗ ପାଇଁ ସମସ୍ୟା ସୃଷ୍ଟି କରିଦେବ। ଏହିଭଳି ପୂର୍ବର ବନ୍ଧୁ ଥିବା ଦେଶଗୁଡ଼ିକ ସହିତ ତିକ୍ତତା ବଢ଼ୁଥିବାରୁ ବାଂଲାଦେଶ ଏବେ ଭାରତ ସପକ୍ଷବାଦୀରୁ ବିପକ୍ଷବାଦୀ ପାଲଟିବା ଆରମ୍ଭ କଲାଣି। ଅନୁରୂପ ଭାବେ ଡୋକ୍‌ଲାମ ଯୋଗୁ ଭୁଟାନ୍‌ ଏବଂ ବିଭିନ୍ନ କାରଣରୁ ମ୍ୟାନ୍‌ମାର ଓ ଶ୍ରୀଲଙ୍କା ସହିତ ସମ୍ପର୍କ ଅତି ବିଗିଡ଼ିଯାଇଛି। ଆଜିର ସମୟରେ ଏହା ଭାରତ ପାଇଁ ଅତ୍ୟନ୍ତ ଆବଶ୍ୟକ ଯେ, ପ୍ରଥମେ ପଡ଼ୋଶୀ ଦେଶକୁ ନିହାତି ବନ୍ଧୁତ୍ୱର ନିବିଡ଼ତା ପ୍ରମାଣ ଦେଇ ପୁନର୍ବାର ସୁସମ୍ପର୍କ ଗଢ଼ିବା।


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?