Posted inଜାତୀୟ

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା ବେଳେ ଆଜି ନିଜର ଅସ୍ତିତ୍ୱ ପାଇଁ ଲଢିବାକୁ ପଡୁଛି। ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେଇଥିଲେ। ଏବେ ଦଳ ନୂଆ ଅଧ୍ୟକ୍ଷ ଖୋଜିବା ପରିବର୍ତ୍ତେ ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ ହେବାକୁ ମନେଇବାରେ ଲାଗିଛି। ଏମିତି ଦୀର୍ଘ ପ୍ରାୟ ଏକ ମାସ ଧରି ଚାଲିବା ପରେ ଶେଷରେ ରାହୁଲ କାହା କଥା ନ ଶୁଣି ଇସ୍ତଫା ଦେଇଥିଲେ। ଆଉ ଏବେ କଂଗ୍ରେସର ଜାହାଜ ବିନା କ୍ୟାପଟେନରେ ଚାଲୁଥିବାରୁ ଏହାର ଅସ୍ତିତ୍ୱକୁ ନେଇ ଉଠିଛି ପ୍ରଶ୍ନ। ଗୋଆ ଓ କର୍ନାଟକରେ କଂଗ୍ରେସର ସ୍ଥିତିକୁ ଦେଖିଲେ ଏହା ବିନା କ୍ୟାପଟେନର ଜାହାଜ ବୋଲି ସହଜରେ ଅନୁମାନ କରାଯାଇ ପାରୁଛି। ଏପର୍ଯ୍ୟନ୍ତ ଯାହା ଲକ୍ଷ୍ୟ କରାଯାଇଛି ଦଳ ନୂଆ ଅଧ୍ୟକ୍ଷ ବାଛିବାକୁ ଗୁରୁତ୍ୱ ଦେଉ ନ ଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ନେଇ କାର୍ଯ୍ୟକାରିଣୀ ବୈଠକ ମଧ୍ୟ ଡାକି ନାହିଁ। ଏହାକୁ ଦେଖି ଏବେ ଆଲୋଚନା ହେଲାଣି ଯଦି କଂଗ୍ରେସ ଖୁବ୍‌ଶୀଘ୍ର ଅଧ୍ୟକ୍ଷ ପଦ ପୂରଣ ନ କରେ ତେବେ ଦେଶରେ ଦଳ ତା’ର ସତ୍ତା ହରାଇବ। ସୂଚନାଯୋଗ୍ୟ, ରାହୁଲ ଅଧ୍ୟକ୍ଷ ପଦ ଛାଡିବା ପରଠାରୁ ଏପର୍ଯ୍ୟନ୍ତ ଦଳର ସ୍ଥିତି ଦେଖିଲେ ଲାଗୁଛି ସ୍ବାଧିନ ଭାରତରେ ପ୍ରଥମ ଥର ବୋଧହୁଏ କଂଗ୍ରେସ ଏଭଳି ସ୍ଥିତି ଦେଇ ଗତି କରୁଛି। ଏମିତିକି ଗୁଲାମ ନବି ଆଜାଦ ମଧ୍ୟ କହିଦେଇଛନ୍ତି କି କଂଗ୍ରେସକୁ ମୂଳପୋଛ କରିବାକୁ ଯେମିତି ଭାଜପା ନେତୃତ୍ୱକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

ଇମ୍ରାନଙ୍କ ଦଳର ଚାରି ଜଣ ନେତାଙ୍କୁ ଦଶ ବର୍ଷ ଜେଲଦଣ୍ଡ

ଲାହୋର,୨୧।୬: ଶନିବାର ପାକିସ୍ତାନର ଏକ କୋର୍ଟ ୨୦୨୩ ଦଙ୍ଗା ସହିତ ଜଡିତ ଏକ ମାମଲାରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳର ଚାରି ଜଣ…

ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…

ଟିମ ଇଣ୍ଡିଆରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଲେ ଅଧିନାୟକ ଶୁଭମନ, କହିଲେ…

ନୂଆଦିଲ୍ଲୀ, ୨୧।୬: ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ଏହା ସହିତ ଟିମ ଇଣ୍ଡିଆ, ଆଫଗାନିସ୍ତାନକୁ ଦିନିକିଆ ସିରିଜରେ କ୍ଲିନ ସ୍ବିପ୍‌…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ବଡ଼ ନିଷ୍ପତ୍ତି: ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତ ପରିବର୍ତ୍ତେ ଗସ୍ତ କରିବେ ଏହି ଦେଶ

ଢାକା,୨୧।୬: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ତାଙ୍କର ପ୍ରଥମ ବିଦେଶ ଗସ୍ତ ପାଇଁ ମାଲେସିଆ ଏବଂ ଚାଇନାକୁ ବାଛିଛନ୍ତି। ଏହି ନିଷ୍ପତ୍ତିକୁ ତାଙ୍କର ନୂତନ ବୈଦେଶିକ ନୀତି…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri