ନୃଶଂସତାର ସୀମା ଟପିଲେ ଜେଜେମା’: ନିଜ ନାତିକୁ ଅମାନବୀୟ ଭାବେ ପିଟିଲେ

ବସ୍ତା, ୪।୮(ସ୍ବ.ପ୍ର.)-ପିଲାମାନଙ୍କୁ ମା’ ବାପା ଆକଟ କଲା ବେଳେ ସେମାନେ ରକ୍ଷା ପାଇବା ପାଇଁ ଜେଜେମା’ ଜେଜେବାପାଙ୍କ ପାଖକୁ ଦୌଡି ଯାଇଥାନ୍ତି। ସେମାନେ ଜେଜେମା’ କୋଳରେ ନିଜକୁ ଅଧିକ ସୁରକ୍ଷିତ ମନେ କରନ୍ତି। ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଭେଲୋରା ପଞ୍ଚାୟତର ଗଙ୍ଗାଧରପୁର ଗ୍ରାମରେ ଜଣେ ୭ ବର୍ଷର ବାଳକଙ୍କୁ ତାଙ୍କ ଜେଜେମା’ ଅତି ନୃଶଂସ ଭାବେ ପିଟୁଥିବା ଭିଡ଼ିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଭିଡିଓରେ ଉକ୍ତ ମହିଳା ତାଙ୍କ ନାତିକୁ ଅମାନୁଷିକ ଭାବେ ଗୋଇଠା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି ା ଏହି ଘଟଣାକୁ ଶିଶୁମଙ୍ଗଳ ବିଭାଗ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।
ଶିଶୁ ମଙ୍ଗଳ ବିଭାଗର ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗଙ୍ଗାଧରପୁର ଗ୍ରାମର ରଞ୍ଜନ କୁମାର ଚଣ୍ଡ ଓ ତାଙ୍କ ସ୍ତ୍ରୀ ମଧୁସ୍ମିତା ବମ୍ବେରେ ରହି କାର୍ଯ୍ୟ କରନ୍ତି। ତାଙ୍କ ପୁଅ ବରୁଣ ତାଙ୍କ ଜେଜେମା ବୃନ୍ଦାବତୀଙ୍କ ନିକଟରେ ରୁହନ୍ତି। ଗତ ୧ତାରିଖ ରାତିରେ ବରୁଣ ଦୁଷ୍ଟାମି କରିବାରୁ ତାଙ୍କ ଜେଜେମା ବୃନ୍ଦାବତୀ ତାଙ୍କୁ ଗୋଇଠା ମାରିଥିଲେ। ଏପରିକି ତାର ହାତ, ଗୋଡ଼, ଛାତି ଓ ମୁଣ୍ଡରେ ଗୋଇଠା ମାରିବାର ଦୃଶ୍ୟକୁ କେହି ଜଣେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ପିଲାଟି ଯେତେ କାନ୍ଦୁଥଲେ ମଧ୍ୟ ଏହାକୁ ଖାତିର ନ କରି ଜେଜେମା ତାଙ୍କୁ ପିଟି ଚାଲିଥିଲେ। ଶନିବାର ଏହି ଭିଡ଼ିଓ ବହୁ ମାତ୍ରାରେ ଭାଇରାଲ ହେବା ପରେ ଏହା ପ୍ରଶାସନର ଦୃଷ୍ଟିଗୋଚର ହୋଇଥିଲା। ଭିଡ଼ିଓକୁ ଭିତ୍ତି କରି ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ କୁମାର ମାଝି, ଶିଶୁ ମଙ୍ଗଳ ଅଧ୍ୟକ୍ଷ ଭାଗିରଥୀ ବାରିକ, ପଦ୍ମଲୋଚନ ଦତ୍ତ, ଗୌରମଣି ଉପାଧ୍ୟାୟଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ହେଲ୍ପଲାଇନର ବାଲେଶ୍ୱର ଜିଲା ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କ ସହିତ ବାଲିଆପାଳ ଚାଇଲ୍ଡ ହେଲ୍ପଲାଇନର ସବସେଣ୍ଟର ମୁଖ୍ୟ କ୍ରିଷ୍ଣାରାଣୀ ଅଣ୍ଡିଆ, ଉତ୍ତମ କୁମାର ନାୟକଙ୍କ ସହିତ ବସ୍ତା ଥାନା ଅଧୀନ ଅମର୍ଦ୍ଦାରୋଡ଼ ଫାଣ୍ଡି ଅଧିକାରୀ ସଦଳବଳେ ଉକ୍ତ ଗ୍ରାମରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଶିଶୁ ମଙ୍ଗଳ ଅଧିକାରୀ ବରୁଣଙ୍କୁ ଉଦ୍ଧାର କରିବା ସହ ବୃନ୍ଦାବତୀଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇ ନାହିଁ। ଏ ସମ୍ପର୍କରେ ଚାଇଲ୍ଡଲାଇନ ଜିଲା ମୁଖ୍ୟ ପ୍ରଶାନ୍ତ କୁମାର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଉଦ୍ଧାର ହୋଇଥିବା ପିଲାକୁ ସିଡବ୍ଲ୍ୟସି ଆଗରେ ଉପସ୍ଥିତ କରାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri