ନୂଆ ରୂପ ନେଉଛି ରସୁଲଗଡ଼ ଛକ: ଆବର୍ଜନା କଳାକୃତିରେ ଓଡ଼ିଶାର ଝଲକ

ଭୁବନେଶ୍ୱର,୨୫।୪(ସସ୍ମିତା ପାଇକରାୟ)- ରାଜଧାନୀ ପ୍ରବେଶ ପଥରେ ରହିଥିବା ସହରର ସର୍ବାଧିକ ଜନଗହଳିପୂର୍ଣ୍ଣ ରସୁଲଗଡ଼ ଛକ ନୂଆ ରୂପ ପାଇବ। ବାଣୀବିହାର, ଆଚାର୍ଯ୍ୟ ବିହାର ପରେ ଏହି ଛକକୁ ଆକର୍ଷଣୀୟ ଭାବେ ସଜାଯାଉଛି। ସୌନ୍ଦର୍ଯ୍ୟକରଣ ପାଇଁ ଛକର ଗୋଲେଇ ମଧ୍ୟରେ ଏକ ଆକର୍ଷଣୀୟ ପାର୍କ ନିର୍ମାଣ କରାଯାଉଛି। କଂକ୍ରିଟ୍‌ ଆବର୍ଜନାକୁ ବ୍ୟବହାର କରି ଭାରତର ଜଣେ ଶ୍ରେଷ୍ଠ କାରିଗର ତଥା ସ୍ଥପତି ଏହାର ନିର୍ମାଣ କରୁଛନ୍ତି, ଯାହାକି ଭୁବନେଶ୍ୱର ବିଉଟିଫିକେଶନ ପ୍ରୋଜେକ୍ଟରେ ପ୍ରମୁଖ ଆକର୍ଷଣ ସାଜିବ।

ନ୍ୟାଶନାଲ ହାଇଓ୍ବେ ଅଥରିଟି ଅଫ୍‌ ଇଣ୍ଡିଆ(ଏନ୍‌ଏଚ୍‌ଏଆଇ) ଦ୍ୱାରା ହେଉଥିବା ଏହି ସୌନ୍ଦର୍ଯ୍ୟକରଣ ସଷ୍ଟେନେବୁଲ୍‌ ଡେଭେଲପ୍‌ମେଣ୍ଟ ବା ଦୀର୍ଘସ୍ଥାୟୀ ବିକାଶର ବାର୍ତ୍ତା ପ୍ରଦାନ କରିବ। ରାଜପଥ ନିର୍ମାଣ ବେଳେ ବାହାରୁଥିବା ଆଇରନ୍‌ ଓ କଂକ୍ରିଟ୍‌ ଆବର୍ଜନାକୁ ବ୍ୟବହାର କରି ସହରର ଏହି ପ୍ରବେଶ ପଥକୁ ସଜାଯାଉଛି। ଦେଶର ଖ୍ୟାତନାମା ସ୍ଥପତି ତଥା ଚିତ୍ରଶିଳ୍ପୀ ମାନବ ଗୁପ୍ତା ଏହାର ଡିଜାଇନ୍‌ କରୁଥିବା ବେଳେ ପ୍ରକଳ୍ପର ନଁା ରହିଛି ‘ଏ ସିଟି ଇନ୍‌ ଏ ସିଟି’। ପ୍ରଥମଥର ପାଇଁ ହେଉଥିବା ଏହି ‘୭ ଟାଓ୍ବାର ମ୍ୟୁରାଲ୍‌’କୁ ସ୍ଥପତି ଭୁବନେଶ୍ୱର ତଥା ଓଡ଼ିଶା ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି, ଯେଉଁଥିରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ଓ୍ବେଷ୍ଟ୍‌ କଂକ୍ରିଟ୍‌ ବ୍ଲକ୍‌ରୁ ତିଆରି ହେଉଥିବା ଏହି ପବ୍ଲିକ୍‌ ଆର୍ଟ ପ୍ରୋଜେକ୍ଟରେ ସ୍କ୍ରାପ୍‌ ଆଇରନ୍‌ ରଡ୍‌, ସ୍କ୍ରାପ୍‌ ଆଇରନ୍‌ ପାଇପ୍‌, ସ୍କ୍ରାପ୍‌ ଆଇରନ୍‌ ପ୍ଲେଟ୍‌ ଓ କଂକ୍ରିଟ ଓ୍ବେଷ୍ଟ୍‌ ବ୍ଲକ୍‌ସମାନ ବ୍ୟବହାର କରାଯାଇଛି। ପରିବେଶ ପ୍ରଦୂଷଣ କରୁଥିବା ଏହି ସାମଗ୍ରୀକୁ ପୁନଃ ବ୍ୟବହାର କରାଯିବା ସହ ଏଥିରେ ସମ୍ପୂର୍ଣ୍ଣ ଭୁବନେଶ୍ୱର ସହରର ଝଲକ ଦେଖିବାକୁ ମିଳିବ। ଲିଙ୍ଗରାଜ ମନ୍ଦିର, ଧଉଳି ଶାନ୍ତିସ୍ତୂପରୁ ଆରମ୍ଭ କରି ଶ୍ରୀଜଗନ୍ନାଥ ଏବଂ ଓଡ଼ିଶାର କଳା, ସଂସ୍କୃତି, ଓଡ଼ିଶୀ ନୃତ୍ୟ ଆଦିକୁ ଦର୍ଶାଯାଉଛି। ଫଳରେ ସହରକୁ ପ୍ରବେଶ କରୁଥିବା ଲୋକ ଏଠାରୁ ଓଡ଼ିଶାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦେଖିପାରିବେ। ଏହାସହ ବର୍ତ୍ତମାନ ସମୟରେ ଟ୍ୟୁବ୍‌ ଓ୍ବେଲ୍‌ ବା ନଳକୂପ ଆଉ ଦେଖିବାକୁ ମିଳୁ ନ ଥିବାବେଳେ ସଷ୍ଟେନେବୁଲ୍‌ ଡେଭେଲପ୍‌ମେଣ୍ଟ ମ୍ୟୁଜିୟମ୍‌ରେ ଆବର୍ଜନାକୁ ବ୍ୟବହାର କରି ପ୍ରସ୍ତୁତ ହୋଇଛି ୨୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବଡ଼ ନଳକୂପର ପ୍ରତିକୃତି। ଏହି ପ୍ରକଳ୍ପ ମାଧ୍ୟମରେ ଭୁବନେଶ୍ୱର ଏବଂ ଓଡ଼ିଶାକୁ ସମ୍ମାନ ଜଣାଇ ମୁଁ ଏହାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ନିର୍ମାଣ କରିଛି। ଏହି ପବ୍ଲିକ୍‌ ଆର୍ଟ ପ୍ରୋଜେକ୍ଟ ବହୁ ସ୍ବତନ୍ତ୍ର ଓ କନ୍‌ଷ୍ଟ୍ରକଶନ୍‌ ଓ୍ବେଷ୍ଟ୍‌ ବ୍ୟବହାର କରି ନିର୍ମାଣ ହେଉଥିବା ପ୍ରଥମ ସ୍ଥାପତ୍ୟ ବୋଲି ମାନବ ଗୁପ୍ତା କହିଛନ୍ତି। ଦେଢ଼ମାସ ଧରି ଚାଲିଥିବା ଏହି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବାକୁ ଆଉ ପ୍ରାୟ ଦୁଇସପ୍ତାହ ଲାଗିବ ବୋଲି ସେ କହିଥିବା ବେଳେ ଆଲୋକୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ନିର୍ମାଣ କରୁଥିବା ସଂସ୍ଥାର ଶୁଭକାନ୍ତ ରାଉତ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?