ନୂଆ ଟ୍ରାନ୍ସଫର୍ମର ଲଗାଯାଉନି: ମାସେ ହେଲା ଜଳ ଯୋଗାଣ ବନ୍ଦ

ବଇଣ୍ଡା, ୧୬ା୫(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ଧଡରପାଳ ପଞ୍ଚାୟତ ନତଡା ଗ୍ରାମରେ ଥିବା ଟ୍ରାନ୍ସଫର୍ମରଟି ମାସେ ହେଲା ପୋଡିଯାଇଛି। ହେଲେ ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବାରୁ ଗ୍ରାମକୁ ମାସେ ହେଲାଣି ଜଳଯୋଗାଣ ବନ୍ଦ ରହିଛି। ଏଥିଯୋଗୁ ଗ୍ରାମବାସୀ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ତୀବ୍ର ହେଉଛି।

ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ପ୍ରତିବର୍ଷ ଜଳାଭାବ ସମସ୍ୟା ଦେଖାଯିବାରୁ ୨୦୧୦ରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ନତଡାରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗ୍ରାମର ୧୮୫ ପରିବାର ଏଥିରୁ ଉପକୃତ ହେଉଥିଲେ। ହେଲେ ଏବେ ଟ୍ରାନ୍ସଫର୍ମରଟି ପୋଡିଯାଇଥିବାରୁ ଜଳଯୋଗାଣ ବନ୍ଦ ରହିଛି। ଗ୍ରାମରେ ଥିବା ୪ ନଳକୂଅରୁ ୨ ମାସ ହେବ ୨ଟି ଅଚଳ ହୋଇପଡିଛି। ଜଳସ୍ତର କମୁଥିବାରୁ ଗୋଟିଏରୁ ପାଣି ବାହାରୁନାହିଁ। ଫଳରେ ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି।

ଏ ସମ୍ପର୍କରେ ଧଡରପାଳ ସରପଞ୍ଚ ଚେର ପଲେଇ କୁହନ୍ତି, ନୂତନ ଟ୍ରାନ୍ସଫର୍ମର ଲଗାଇବା ପାଇଁ ବହୁବାର ବଇଣ୍ଡା ଓ ବାମୁର ସେସୁ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ହେଲେ ସେସୁ କର୍ମଚାରୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ଜଳଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କୁହନ୍ତି, ଟ୍ରାନ୍ସଫର୍ମର ଅଚଳ ସମ୍ପର୍କରେ ଗ୍ରାମବାସୀ ମଙ୍ଗଳବାର ଅବଗତ କରାଇଛନ୍ତି। ତୁରନ୍ତ ପଦକ୍ଷେପ ନିଆଯିବ।  ଏ ନେଇ ସେସୁ ଏସ୍‌ଡିଓ ମୋହନ ନାୟକଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ ମତାମତ ମିଳିପାରିନାହିଁ। ଏ ସମ୍ପର୍କରେ ଏନ୍‌ଜେନ୍‌ ନରେଶ ନାୟକ କୁହନ୍ତି, ଟ୍ରାନ୍ସଫର୍ମର ଲଗାଇବା ଦାୟିତ୍ୱ ସେସୁର। ହେଲେ ଏ ବାବଦରେ ମୋ ନିକଟରେ ଖବର ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri