ନୂଆ ଆଭିମୁଖ୍ୟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ଦ୍ୱିତୀୟ ପାଳିରେ ଜନସାଧାରଣଙ୍କ ଉଚ୍ଚ ପ୍ରତ୍ୟାଶା ପ୍ରତି ସଚେତନ ଅଛନ୍ତି। ଦେଶର ଦୁର୍ଗତି ପାଇଁ ପୂର୍ବର ଉପା ସରକାର ଉପରେ ବା ଆହୁରି ପୂର୍ବର ନେହେରୁ ସରକାର ଉପରେ ଦୋଷ ଲଦିଦେଇ ସେ ନିଜ ଦାୟିତ୍ୱକୁ ଫାଙ୍କିଦେଇ ପାରିବେ ନାହିଁ। ତେଣୁ ତାଙ୍କୁ ଦକ୍ଷତା ପ୍ରଦର୍ଶନ କରିବାକୁ ପଡ଼ିବ।
ଅମଲାତନ୍ତ୍ର ଉପରେ ଖୁବ୍‌ ଆସ୍ଥା ସ୍ଥାପନ କରୁଥିବା ମୋଦି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିରେ ପରିବର୍ତ୍ତନ, ପ୍ରଶାସନିକ ସଂସ୍କାର ଓ କ୍ଷମତା ବିକାଶ ଉପରେ ଜୋର ଦେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ହେଉଛି ସବୁ ନିଷ୍ପତ୍ତି ନେବା ପ୍ରକ୍ରିୟାର କେନ୍ଦ୍ର। ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗଙ୍କୁ ହଠାତ୍‌ ତାଙ୍କ ସ୍ଥାନରୁ ହଟାଇ ଏହା ପୁଣି ଅମଲାତନ୍ତ୍ର ଉପରେ ନିଜର କର୍ତ୍ତୃତ୍ୱକୁ ଦୋହରାଇଛି। ଦେଶ ସାରା ବାବୁମାନଙ୍କୁ ଏହାଦ୍ୱାରା ସୂଚନା ମିଳିଯାଇଛି କି ମୋଦି ୨.୦ ସରକାର ଅପାରଗ ବା ସରକାରଙ୍କ ଆଭିମୁଖ୍ୟକୁ ବୁଝିପାରୁ ନ ଥିବା ବାବୁମାନଙ୍କୁ ଆଦୌ ସହ୍ୟ କରିବେ ନାହିଁ।
ଅଧିକାଂଶ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ସ୍ଥିରତା ଉପରେ ଗୁରୁତ୍ୱ ଦେବେ। ସେ ତାଙ୍କ ପୂର୍ବ ପାଳି ସରକାରର ଅଧିକାଂଶ ବାବୁଙ୍କୁ ପୂର୍ବ ପଦରେ ରଖିଛନ୍ତି ଏବଂ ତାଙ୍କର ମୁଖ୍ୟ ସହଯୋଗୀମାନେ ମଧ୍ୟ ତାଙ୍କ ପଟରେ ରହିଛନ୍ତି। ପିଏମ୍‌ଓର କାର୍ଯ୍ୟଶୈଳୀ ପୂର୍ବ ପରି ରହିଛି କିନ୍ତୁ ଏହା ଅଧିକ ଅଭିଜ୍ଞତା ବା ଅଧିକ ଅଭିଜ୍ଞ ବାବୁଙ୍କ ଦ୍ୱାରା ସମୃଦ୍ଧ ହୋଇଛି। ଶୁଣିବାକୁ ମିଳୁଛି ଯେ, ମାସକ ପରେ ଉପର ସ୍ତରରେ କିଛି ପରିବର୍ତ୍ତନ ଘଟିବ। ମୋଦିଙ୍କ କାର୍ଯ୍ୟ ସଂସ୍କୃତିର ମୁଖ୍ୟ ଉପାଦାନ ହେଉଛି ଡାଇରେକ୍ଟ ଆକ୍‌ସେସ୍‌ (ସିଧାସଳଖ ଯୋଗାଯୋଗ), କାର୍ଯ୍ୟଧାରାର ସରଳୀକରଣ ଏବଂ ନିଷ୍ପତ୍ତି ନେବା ଓ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ ନ କରିବା। ସେ ଚାହାନ୍ତି ବାବୁମାନେ ସୃଜନାତ୍ମକ ଚିନ୍ତା କରିବେ ଏବଂ ରିସ୍କ ନେଇ କାର୍ଯ୍ୟ କରିବେ। ସୂଚନା ମିଳୁଛି ଯେ, ନୂତନ କର୍ମଚାରୀବର୍ଗ ପରିଚାଳନା ନୀତି ଆସିବ, ଯେଉଁଥିରେ କର୍ମଚାରୀମାନେ ପ୍ରଶାସନର ପ୍ରାଥମିକତା ଅନୁସାରେ ନିଯୁକ୍ତି ପାଇବେ, ପ୍ରଥମ ପାଳି ପରି ସରକାରଙ୍କ ପ୍ରତି ଆସ୍ଥା ବା ବିଶ୍ୱାସକୁ ଭିତ୍ତି କରି ନୁହେଁ।
ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାଳିରେ ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ବ୍ୟବସ୍ଥା, ଅଫିସ୍‌ ଓ ଫାଇଲଗୁଡ଼ିକର କମ୍ପ୍ୟୁଟରୀକରଣ, ବାରମ୍ବାର ବହୁସଂଖ୍ୟାରେ ଅଦଳବଦଳ, ଅବଧି ପୂରିବା ପୂର୍ବରୁ ବାବୁମାନଙ୍କୁ ନିଜ ରାଜ୍ୟକୁ ପଠାଇଦେବା ପ୍ରଭୃତି ଘଟଣା ଅମଲାତନ୍ତ୍ରକୁ ଦୋହଲାଇଦେଇଥିଲା ବେଳେ ଦ୍ୱିତୀୟ ପାଳିରେ ସରକାର ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୨୦୧୪ରେ କେନ୍ଦ୍ରରେ ମୋଦି କ୍ଷମତାକୁ ଆସିବା ପରେ ସେ ନେଇଥିବା ପଦକ୍ଷେପଗୁଡ଼ିକୁ ନେଇ ବାବୁମାନେ ଯାହା ଭାବନ୍ତୁ ନା କାହିଁକି ଏହା ଅତୀତରେ କାମ ଦେଇଥିଲା। ତଥାପି ଏହାର କିଛି ଉପଯୋଗିତା ନାହିଁ ବୋଲି ମନେକରାଯାଉଛି।
ତେଣୁ ଅଧିକାଂଶ ଆଶା କରୁଛନ୍ତି ଯେ, ମୋଦିଙ୍କ ପ୍ରଥମ ପାଳିର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିବ। ନିର୍ବାଚନରେ ବିପୁଳ ଜନସମର୍ଥନ ପାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଲୋକପ୍ରିୟତାରେ ତାଙ୍କର ପୂର୍ବସୂରି ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କ ସମକକ୍ଷ ହୋଇପାରିଛନ୍ତି। ସେମାନଙ୍କ ପରି ମୋଦି ନୂତନ ଚିନ୍ତାଧାରା ଆପଣେଇ ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରି ଇତିହାସ ସୃଷ୍ଟି କରିବାକୁ ଚାହିଁପାରନ୍ତି। ଏଥିପାଇଁ ସେ ତାଙ୍କ କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ବାବୁମାନଙ୍କୁ ବାଛିବାର ଆବଶ୍ୟକତା ରହିଛି।
ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ପାଳି ଅପେକ୍ଷା ଏବେ ବାବୁମାନଙ୍କର ଅଧିକ ପରିଚିତ। ଏଥର ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟସୂଚୀ ହେଉଛି ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ୨୦୨୨ ସୁଦ୍ଧା ଉଭୟ ଅର୍ଥନୀତି ଓ ରାଷ୍ଟ୍ର ଶାସନ ବ୍ୟବସ୍ଥାରେ ଉଲ୍ଲେଖନୀୟ ପରିବର୍ତ୍ତନ କରି ତାଙ୍କ ପ୍ରଶାସନ ଉପରେ ଏକ ସ୍ବତନ୍ତ୍ର ମୋହର ଲଗାଇବାକୁ ସୁନିଶ୍ଚିତ କରିବା। ଭାରତକୁ ବିକାଶ ପଥରେ ଉଚ୍ଚତର ସ୍ତରକୁ ନେବା ପାଇଁ ହେଲେ ଦରକାର ଜନାଭିମୁଖୀ ଆଇନକାନୁନଗୁଡ଼ିକର ଉତ୍ତରଦାୟୀ ଓ ଦକ୍ଷ କାର୍ଯ୍ୟକାରିତା ଏବଂ ମୋଦି ତାହା କରିବା ପାଇଁ ଯତ୍ପରୋନାସ୍ତି ଚେଷ୍ଟିତ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri