ନୂଆଦିଲ୍ଲୀରେ ଓଡ଼ିଆ କର୍ମଚାରୀଙ୍କ ଦୁରବସ୍ଥା : ଛୁଟି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବି

ଭୁବନେଶ୍ୱର,୧୬ା୯(ବ୍ୟୁରୋ) : ଦେଶର ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ଭବନ, ଓଡ଼ିଶା ସଦନ ଏବଂ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଏହି ସବୁରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ଠିକା କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ନିରାପତ୍ତା ରକ୍ଷୀ, ରୁମ୍‌ ବୟ, ମାଳି, ଡ୍ରାଇଭର ରହିଛନ୍ତି। ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା, ଯାତାୟାତ ଖର୍ଚ୍ଚ, ମହାନଗର ଭତ୍ତା ପ୍ରଭୃତି ମିଳୁନାହିଁ। ଅନୁରୂପ ଭାବେ ଏମାନଙ୍କୁ ସାମୟିକ ଛୁଟି, ଅର୍ଜିତ ଛୁଟି, ପର୍ବପର୍ବାଣି ଛୁଟି ତଥା ଅନ୍ୟାନ୍ୟ ଛୁଟି ମଧ୍ୟ ମିଳି ନ ଥାଏ। କୌଣସି କାରଣରୁ କାର୍ଯ୍ୟଦିବସରେ ଯୋଗଦେଇ ନ ପାରିଲେ ଏମାନଙ୍କୁ ଦରମାର କେତେକ ଅଂଶ ହରାଇବାକୁ ପଡ଼ିଥାଏ। ସଚିବାଳୟଠାରୁ ଆରମ୍ଭ କରି ରାଜ୍ୟରେ ଥିବା ଅନ୍ୟ ସରକାରୀ କାର୍ଯ୍ୟାଳୟର ଠିକା କର୍ମଚାରୀମାନେ ଛୁଟି ସହ ଅନ୍ୟାନ୍ୟ ସୁବିଧା ପାଉଛନ୍ତି, ହେଲେ ଦିଲ୍ଲୀରେ କାର୍ଯ୍ୟରତ କର୍ମଚାରୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ତେଣୁ ଅନ୍ୟ କର୍ମଚାରୀଙ୍କ ପରି ଦିଲ୍ଲୀରେ କାର୍ଯ୍ୟରତ ଓଡ଼ିଆଙ୍କୁ ସୁବିଧା ସୁଯୋଗ ପ୍ରଦାନ ନେଇ ଦାବି କରାଯାଇଛି। କର୍ମଚାରୀମାନେ ଏ ନେଇ ବରିଷ୍ଠ ଅଧିକାରୀଙ୍କୁ ଏକାଧିକ ଥର ଅବଗତ କରିଛନ୍ତି। ହେଲେ କୌଣସି ସୁଫଳ ପାଇପାରିନାହାନ୍ତି ବୋଲି କର୍ମଚାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତିଙ୍କ ଗାଁକୁ ଯିବେ ପ୍ରଧାନମନ୍ତ୍ରୀ, ଦିନିକିଆ ଗସ୍ତରେ ମୋଟ୍‌ ୩ ଘଣ୍ଟା ରହିବେ

ଭୁବନେଶ୍ୱର,୧୬।୬(ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୦ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରକୁ ଯିବେ। ପରେ…

ବାୟୁସେନା ବିମାନ ବି-୫୨ ଦୁର୍ଘଟଣାଗ୍ରସ୍ତ, ୮ ସେନା କର୍ମଚାରୀ ମୃତ

ଓ୍ବାଶିଂଟନ,୧୬।୬: ଆମେରିକାର କାଲିଫର୍ନିଆରେ ଏକ ବଡ଼ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଆମେରିକୀୟ ବାୟୁସେନା B-52 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ରହିଥିବା…

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri