Posted inଜାତୀୟ

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି ଓ୍ବାରେଣ୍ଟ୍‌ ଜାରି ହୋଇଛି। ତେବେ ଏହାକୁ ନେଇ ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ କହିଛନ୍ତି ଯେ, ମାର୍ଚ୍ଚ ୩ରେ ମଧ୍ୟ ଫାଶୀ ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ଜଣେ ଦୋଷୀଙ୍କ ପାଖରେ ରାଜକ୍ଷମା ଏବଂ କ୍ୟୁରେଟିଭ୍‌ ପିଟିଶନ ବିକଳ୍ପ ବାକି ରହିଛି। ତେବେ ଦୋଷୀଙ୍କ ପରିବାର ବର୍ଗଙ୍କ ସହିତ କଥାବାର୍ତ୍ତା ହେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ଥିର କରାଯିବ। କେତେ ଦିନ ପର୍ଯ୍ୟନ୍ତ ଫାଶୀକୁ ଟାଳି ହୋଇପାରିବ ବୋଲି ପ୍ରଶ୍ନର ଉତ୍ତରରେ ଏ.ପି. ସିଂ କହିଛନ୍ତି ଯେ, ମୁଁ ପରମାତ୍ମା ନୁହେଁ କିମ୍ବା ଧର୍ମରାଜ ନୁହେଁ। ତେବେ ଦୋଷୀଙ୍କ ସୁବିଧା ତଥା ଭାରତର ସମ୍ବିଧାନ ଆଧାରରେ ମୁଁ କେବଳ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିପାରିବି। ସୂଚନାଯୋଗ୍ୟ, ଦୋଷୀଙ୍କ ବିରୋଧରେ ଏକ ଲୁଟ ମାମଲାରେ ଦିଲ୍ଲୀ ହାଇକୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ୍‌ କରାଯାଇଥିବା ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ରହିଛି। ସେହିପରି ୨୦୧୮ ଜେଲ୍‌ ମାନୁଆଲ୍‌ ଅନୁସାରେ ଦୋଷୀଙ୍କ ପାଖରେ ଯେପର୍ଯ୍ୟନ୍ତ କୌଣସି ଆଇନଗତ ବିକଳ୍ପ ରହିଛି ତାଙ୍କୁ ଫାଶୀ ଦିଆଯାଇପାରିବ ନାହିଁ। ସେହିପରି ରାଜକ୍ଷମା ଖାରଜ ହେବା ପରେ ମଧ୍ୟ ୧୪ ଦିନର ସମୟ ଦିଆଯିବାର ଆଇନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ସାପକାମୁଡ଼ାରେ ଛାତ୍ରଙ୍କ ମୃତ୍ୟୁ: ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ-ଶିକ୍ଷକଙ୍କୁ ଘେରିଲେ ଗ୍ରାମବାସୀ, ପ୍ରଧାନଶିକ୍ଷୟିତ୍ରୀଙ୍କ ନିଲମ୍ବନ ପରେ…

ବୈଶିଙ୍ଗା,୧୧ା୭(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ପ୍ରାଥମିକ ବିଦ୍ୟାଳୟର ଜନୈକ ୫ମ ଶ୍ରେଣୀ ଛାତ୍ର ସାପକାମୁଡ଼ାରେ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ…

ଭାରତୀୟ ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି, ଓଡ଼ିଶାକୁ ପ୍ରଶଂସା କଲେ ରାଜନାଥ

ବିଶାଖାପାଟଣା,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ INS ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି।…

କୋରାପୁଟର ଜ୍ୟୋତିରେଖାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା, କହିଲେ ଆର୍ଥିକ ବିକାଶରେ…

କୋରାପୁଟ,୧୧ା୭(ଅମିତାଭ ବେହେରା): ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ସକ୍ରିୟ ଅଂଶଗ୍ରହଣ ଓ ଗଠନମୂଳକ ପରାମର୍ଶ ପାଇଁ ଜିଲାସ୍ତରୀୟ ମହାସଂଘର ସଭାପତି ଜ୍ୟୋତିରେଖା ଚେଟ୍ଟୀଙ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା…

IPL in Australia: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ IPL ମ୍ୟାଚ? ବିସିସିଆଇକୁ ଖୋଲା ପ୍ରସ୍ତାବ ଦେଲା CA

ନୂଆଦିଲ୍ଲୀ,୧୧।୭: ଆଗାମୀ ବିଗ ବ୍ୟାସ ଲିଗ (BBL) ସିଜିନର ଉଦଘାଟନୀ ମ୍ୟାଚ ଭାରତରେ ଅନୁଷ୍ଠିତ ହେବ ବୋଲି ନିଶ୍ଚିତ ହୋଇଛି। ଏହି ମ୍ୟାଚ ଚେନ୍ନାଇର ଚେପକ କ୍ରିକେଟ…

ବୁଡ଼ିଗଲା ବୋଟ୍‌, ୧୫ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

ହାନୋଇ,୧୧ା୭: ଦକ୍ଷିଣ ଭିଏତନାମାର ଫୁ କ୍ୱୋକ୍‌ ଦ୍ୱୀପ ନିକଟରେ ଏକ ସ୍ପିଡ୍‌ ବୋଟ୍‌ ବୁଡ଼ିଯିବାରୁ ଅତି କମ୍‌ରେ ୧୫  ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri