ନୀଳଗିରିକୁ ଚାଲିବ ପାସେଞ୍ଜର ଟ୍ରେନ୍‌, ରେଳ ଅଧିକାରୀଙ୍କ ସର୍ଭେ ଆରମ୍ଭ

ସଜନାଗଡ଼, ୬।୯(ଡି.ଏନ.ଏ.)-ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ବାରମ୍ବାର ଦାବି ହୋଇଆସୁଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ ପ୍ରଚେଷ୍ଟାରେ ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚାଲିବା ନେଇ ସବୁଜ ସଂକେତ ମିଳିଛି। ଗୁରୁବାର ରେଳ ବିଭାଗର ଅଧିକାରୀମାନେ ନୀଳଗିରି ଡାହାଣୀମରାଠାରୁ ସର୍ଭେ ଆରମ୍ଭ କରିଛନ୍ତି।
ନୀଳଗିରିଠାରୁ ୩କି.ମି. ଗୋପୀନାଥପୁର ପର୍ଯ୍ୟନ୍ତ ରେଳ ଲାଇନ୍‌ ସଂଯୋଗ ରହିଛି। ଏହି ରେଳଲାଇନ୍‌ର ବିଦ୍ୟୁତ୍‌କରଣ ମଧ୍ୟ ହୋଇଛି। ପୂର୍ବରୁ ଏହି ଅଞ୍ଚଳକୁ ରେଳବିଭାଗ ପଥର, ବାଲି, ମେଟାଲ ନିଜସ୍ବ କାର୍ଯ୍ୟ ପାଇଁ ବୋଝେଇ କରି ନେଉଥିଲା। ଏପରିକି ଏଠାରେ ସ୍ଥାପିତ ସ୍ଲିପର କାରଖାନାରେ ରେଳଲାଇନ୍‌ ତଳେ ବିଛାଇବା ପାଇଁ ସ୍ଲିପର ନିର୍ମାଣ ହେଉଥିଲା। ଦୀର୍ଘ ବର୍ଷ ଧରି ଏଠାରେ ଟ୍ରେନଲାଇନ ରହିଛି। ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ ଲାଗି ପୂର୍ବରୁ ବହୁ ବିଧାୟକ, ଏମ୍‌ପି ଓ ମନ୍ତ୍ରୀଙ୍କୁ ବହୁବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଦାବିକୁ ଯଥାର୍ଥ ଦର୍ଶାଇ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଲିଖିତ ପତ୍ର ଦେଇଥିଲେ। ଏଥିରେ ଡାହାଣୀମରା ନିକଟରେ ପାସେଞ୍ଜରଙ୍କ ପାଇଁ ଷ୍ଟେଶନ ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ଚିଠିକୁ ଗୁରୁତର ସହ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟେଲ୍‌ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀଙ୍କ ସହ ଆଲୋଚନା କରିଥିଲେ। ତେବେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସବୁଜ ସଙ୍କେତ ପାଇଲା ପରେ ରେଳ ବିଭାଗର ଅଧିକାରୀମାନେ ସର୍ଭେ କରିଥିଲେ। ଏ ନେଇ ନୀଳଗିରିଙ୍କୁ ପାସେଞ୍ଜର ଟ୍ରେନ୍‌ ଚଳାଚଳ କରିବା ଆଶା ଉଦ୍‌ଜୀବିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

ଯୌନ କାର୍ଯ୍ୟରେ ଲିପ୍ତ ପ୍ରତ୍ୟେକ ମହିଳାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରମି କୋର୍ଟ

ନୂଆଦିଲ୍ଲୀ,୩୧।୫: ଏକ ଐତିହାସିକ ରାୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ବେଶ୍ୟାବୃତ୍ତିରେ ଲିପ୍ତ ପ୍ରତ୍ୟେକ ମହିଳା ବଳପୂର୍ବକ ଶିକାର ହୋଇଥିବା ଏବଂ ଫଳସ୍ବରୂପ ତାଙ୍କୁ ପୁନର୍ବାସ କେନ୍ଦ୍ରକୁ ପଠାଇବା…

ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା: ଖୋଲିଲା ବଡ଼ ରହସ୍ୟ: ପ୍ରତି ସପ୍ତାହରେ କରୁଥିଲେ କ୍ୟାମେରା ଚାର୍ଜ

ଜଗତସିଂହପୁର,୩୧।୫: ଜଗତସିଂହପୁର ଜିଲାର DRDA କାର୍ଯ୍ୟାଳୟର ମହିଳା ୱାସ୍‌ରୁମ୍‌ରୁ ହିଡେନ୍ କ୍ୟାମେରା ଜବତ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଘଟଣାରେ ଜଡିତ ଜୁନିୟର କିରାଣି ସଞ୍ଜୟ…

ପରିତ୍ୟକ୍ତ ଘରେ ଯୁବକଙ୍କ ମୃତଦେହ: ପାଖରେ ପଡ଼ିଛି…

ବ୍ରହ୍ମପୁର,୩୧ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ପୋଲିସ ଜିଲାରେ ଲାଗି ରହିଥିବା ହତ୍ୟା ଘଟଣାରେ ରୋକ ଲାଗିପାରୁନାହିଁ। ଏପ୍ରିଲ ୧୫ରେ ଗୋପାଳପୁର ଥାନା ଅଞ୍ଚଳରୁ ପ୍ଲଟ ବ୍ୟବସାୟ ସୁଧୀର…

ନିରାଡମ୍ବର ଉତ୍ସବରେ ଶପଥ ନେବେ ଶିବକୁମାର, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ବେଙ୍ଗାଲୁରୁ,୩୧।୫: ବର୍ଷ ବର୍ଷ ଧରି ରାଜନୈତିକ ଚାଲବାଜି ଏବଂ ସିଦ୍ଦାରାମାୟାଙ୍କ ସହ ତୀବ୍ର କ୍ଷମତା ସଂଘର୍ଷ ପରେ, ଡି.କେ. ଶିବକୁମାର ଶେଷରେ କର୍ନାଟକର ମୁଖ୍ୟମନ୍ତ୍ରୀ ହେବାର ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri