ନୀତି ସିଇଓଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣରେ ମନ୍ଥରତାକୁ ନେଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କଟୁ ସମାଲୋଚନା କରିବା ପରେ ରେଳ ମନ୍ତ୍ରଣାଳୟ କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ବି ତାହା ହିଁ ଚାହେଁ। ରେଲ୍‌ଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବଙ୍କୁ ଲେଖିଥିବା ଚିଠିରେ କାନ୍ତ ଗୋଟିଏ ଗୋଟିଏ ଷ୍ଟେଶନର ନବୀକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ, ସଚିବ ଓ ରେଳ ବାବୁମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଉ, ଯେଉଁମାନେ ଧାର୍ଯ୍ୟ ସମୟସୀମା ଭିତରେ ପ୍ରକଳ୍ପ କାର୍ଯ୍ୟ କିପରି ସରିବ ସେ ଦିଗରେ ସହାୟତା କରିବେ। ଷ୍ଟେଶନ ପ୍ରକଳ୍ପ ମାନେ ରେଳ ସମ୍ପତ୍ତିକୁ ଲିଜ୍‌ରେ ଦେବା। ପ୍ରାପ୍ତ ସୂଚନା ଅନୁସାରେ ଯାଦବଙ୍କୁ ଏକ କମିଟି ଗଠନ କରିବାକୁ କୁହାଯାଇଛି, ଯେଉଁଥିରେ କାନ୍ତ ଓ ଯାଦବଙ୍କ ସମେତ ଅର୍ଥ ବ୍ୟାପାର ସଚିବ, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଏବଂ ରେଳ ବୋର୍ଡ ଫାଇନାନ୍ସିଆଲ କମିଶନର ସଦସ୍ୟ ରହିବେ। ଶେଷରେ ନୀତି ଆୟୋଗର କଟୁ ସମାଲୋଚନା ମନ୍ଥର ରେଳ ବାବୁମାନଙ୍କୁ ସକ୍ରିୟ ଓ ସଚେତନ କରିପାରିଛି। ସେମାନେ ଏବେ ତତ୍ପରତାର ସହ ମିଳିତ ଭାବେ କାର୍ଯ୍ୟ କରିବା ଦରକାର କାରଣ ସେମାନେ ଏବେ ଜାଣିସାରିଲେଣି ଯେ ସେମାନଙ୍କ କାର୍ଯ୍ୟକୁ ଉପରୁ ନିରୀକ୍ଷଣ କରାଯାଉଛି।
ସନ୍ଦେହରେ ବାବୁ
ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ବାବୁମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚୟତା ଓ ସନ୍ଦେହ ସୃଷ୍ଟି କରିଛି। ବର୍ତ୍ତମାନ ଯେଉଁମାନେ ଜମ୍ମୁ-କଶ୍ମୀର କ୍ୟାଡରରେ କାର୍ଯ୍ୟ କରୁଛନ୍ତି, ସେମାନେ ବିନା ବାଧାରେ ତାହା କରିଚାଲିବେ। କିନ୍ତୁ ରାଜ୍ୟରେ କାର୍ଯ୍ୟ କରିବାକୁ ଥିବା ସର୍ବଭାରତୀୟ ସେବା ଅଧିକାରୀମାନେ ଏଜିଏମ୍‌ୟୁଟି କ୍ୟାଡର ଅଧିକାରୀ ଭାବେ ନିଯୁକ୍ତି ପାଇବେ, କାରଣ ଅକ୍ଟୋବର ୩୧ ପରେ ଜମ୍ମୁ-କଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ଜାଣିବା ଶୁଣିବା ମହଲର କହିବା ଅନୁସାରେ ବାବୁମାନେ ଏଣିକି ଦେଶର ଅନ୍ୟ ଅଂଶରେ ନିଯୁକ୍ତି ପାଇବେ କି କେବଳ ନବନିଯୁକ୍ତମାନେ ରାଜ୍ୟ ବାହାରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ, ସେ ନେଇ ସେମାନେ ସନ୍ଦେହରେ ଅଛନ୍ତି। ବରିଷ୍ଠ ବାବୁମାନେ ରାଜ୍ୟ ବାହାରେ ନିଯୁକ୍ତି ପାଇବାର ସମ୍ଭାବନାକୁ ନେଇ ବିଶେଷ ଆଗ୍ରହୀ ନାହାନ୍ତି, ଯେଉଁଠାରେ ସେମାନେ ଅନେକ ବର୍ଷ ଧରି ସେବାରତ ଥିଲେ। ଜମ୍ମୁ-କଶ୍ମୀରର ବାବୁମାନଙ୍କୁ ବିଚଳିତ କରୁଥିବା ଅନ୍ୟ ପ୍ରସଙ୍ଗଟି ହେଉଛି ରାଜ୍ୟରେ ଦୀର୍ଘଦିନରୁ ଲାଗି ରହିଥିବା ବାବୁ ଅଭାବଜନିତ ସମସ୍ୟା। ଯାହା ଜଣାଯାଏ, ରାଜ୍ୟରେ ୧୩୭ ଜଣ ଆଇଏଏସ୍‌ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୭୦ ଜଣ। ବାବୁମାନେ ଆଶା କରୁଛନ୍ତି ଏହି ଅଭାବକୁ ଦୂର କରିବା ଲାଗି ସରକାର ଜମ୍ମୁ-କଶ୍ମୀରକୁ ଅଧିକ ଏଜିଏମ୍‌ୟୁଟି କ୍ୟାଡର ବାବୁଙ୍କୁ ପଠାଇବେ। ତେବେ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବିତ ଏଜିଏମ୍‌ୟୁଟି କ୍ୟାଡରର ମିଶ୍ରଣ ଯଦି ହୁଏ, ତେବେ ଦୃଶ୍ୟପଟ ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।
ପୁନଶ୍ଚ ଦଂଶନ
ଥରକୁ ଥର ଉତ୍ତରପ୍ରଦେଶ ସରକାରଙ୍କୁ ଆତ୍ମସଂଯମ କୀଟ ଦଂଶନ କରୁଛି। ଗତବର୍ଷ ରାଜ୍ୟ ସରକାର ବିଦେଶ ଗସ୍ତ ଖର୍ଚ୍ଚ କମାଇବା, ଇକୋନୋମି ଶ୍ରେଣୀରେ ଯାତାୟାତ କରିବା ଏବଂ ପଞ୍ଚତାରକା ହୋଟେଲରେ ମିଟିଂ ନ କରିବା ଲାଗି ବାବୁମାନଙ୍କୁ ଆଦେଶ ଦେଇଥିଲେ। ପୁଣି ସରକାର କହିଲେ ଯେ, କେବଳ ମେଡିକାଲ ଓ ପୋଲିସ ବିଭାଗ ଛଡ଼ା ଅନ୍ୟ ବିଭାଗରେ ନୂତନ ନିଯୁକ୍ତିକୁ ମଞ୍ଜୁରି ମିଳିବ ନାହିଁ। ଏହି ଆଦେଶନାମା ସମସ୍ତ ସରକାରୀ ବିଭାଗ, କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ପ୍ରଯୁଜ୍ୟ ଥିଲା। ବର୍ତ୍ତମାନ ସରକାର ଅର୍ଥ ଓ ଆକାଉଣ୍ଟସ ବିଭାଗରୁ ୯୩ଟି ପଦବୀ ଉଚ୍ଛେଦ କରି ଏହାକୁ ଖର୍ଚ୍ଚକାଟ ଓ ଆତ୍ମସଂଯମମୂଳକ ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ପଦବୀ ହେଉଛି ଜିଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ), ଜଙ୍ଗଲ ବିଭାଗ ଓ ଦାରିଦ୍ର୍ୟ ନିରାକରଣ ବିଭାଗର। ଯାହା ଜଣାଯାଏ, ଡିଆର୍‌ଡିଏ ବାବୁମାନଙ୍କୁ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗରେ ଥଇଥାନ କରାଯିବା ପରେ ଡିଆର୍‌ଡିଏ ବିଭାଗ ଏକପ୍ରକାର ମୃତ ପାଲଟି ଯାଇଥିଲା। ସେହିପରି ଏକ ଆଭ୍ୟନ୍ତରୀଣ ସର୍ଭେ ପରେ ଜଙ୍ଗଲ ଓ ଦାରିଦ୍ର୍ୟ ନିରାକରଣ ବିଭାଗରେ ଅନେକ ପଦ ଅତିରିକ୍ତ ରହିଥିବା ଜଣାପଡ଼ିଥିଲା, ଯାହା ରାଜ୍ୟ ରାଜକୋଷ ପାଇଁ ବୋଝ ହେଉଥିଲା। ତେଣୁ ରାଜ୍ୟ ସରକାର ଉକ୍ତ ପଦଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri