ନୀତି ସିଇଓଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ରେଳ ଷ୍ଟେଶନଗୁଡ଼ିକର ଆଧୁନିକୀକରଣରେ ମନ୍ଥରତାକୁ ନେଇ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅମିତାଭ କାନ୍ତ କଟୁ ସମାଲୋଚନା କରିବା ପରେ ରେଳ ମନ୍ତ୍ରଣାଳୟ କାର୍ଯ୍ୟରେ ତତ୍ପରତା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ବି ତାହା ହିଁ ଚାହେଁ। ରେଲ୍‌ଓ୍ବେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବଙ୍କୁ ଲେଖିଥିବା ଚିଠିରେ କାନ୍ତ ଗୋଟିଏ ଗୋଟିଏ ଷ୍ଟେଶନର ନବୀକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲୁଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ ପ୍ରସ୍ତାବ ଦେଇଥିଲେ ଯେ, ସଚିବ ଓ ରେଳ ବାବୁମାନଙ୍କର ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀ ଗଠନ କରାଯାଉ, ଯେଉଁମାନେ ଧାର୍ଯ୍ୟ ସମୟସୀମା ଭିତରେ ପ୍ରକଳ୍ପ କାର୍ଯ୍ୟ କିପରି ସରିବ ସେ ଦିଗରେ ସହାୟତା କରିବେ। ଷ୍ଟେଶନ ପ୍ରକଳ୍ପ ମାନେ ରେଳ ସମ୍ପତ୍ତିକୁ ଲିଜ୍‌ରେ ଦେବା। ପ୍ରାପ୍ତ ସୂଚନା ଅନୁସାରେ ଯାଦବଙ୍କୁ ଏକ କମିଟି ଗଠନ କରିବାକୁ କୁହାଯାଇଛି, ଯେଉଁଥିରେ କାନ୍ତ ଓ ଯାଦବଙ୍କ ସମେତ ଅର୍ଥ ବ୍ୟାପାର ସଚିବ, ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଏବଂ ରେଳ ବୋର୍ଡ ଫାଇନାନ୍ସିଆଲ କମିଶନର ସଦସ୍ୟ ରହିବେ। ଶେଷରେ ନୀତି ଆୟୋଗର କଟୁ ସମାଲୋଚନା ମନ୍ଥର ରେଳ ବାବୁମାନଙ୍କୁ ସକ୍ରିୟ ଓ ସଚେତନ କରିପାରିଛି। ସେମାନେ ଏବେ ତତ୍ପରତାର ସହ ମିଳିତ ଭାବେ କାର୍ଯ୍ୟ କରିବା ଦରକାର କାରଣ ସେମାନେ ଏବେ ଜାଣିସାରିଲେଣି ଯେ ସେମାନଙ୍କ କାର୍ଯ୍ୟକୁ ଉପରୁ ନିରୀକ୍ଷଣ କରାଯାଉଛି।
ସନ୍ଦେହରେ ବାବୁ
ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟର ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ବାବୁମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚୟତା ଓ ସନ୍ଦେହ ସୃଷ୍ଟି କରିଛି। ବର୍ତ୍ତମାନ ଯେଉଁମାନେ ଜମ୍ମୁ-କଶ୍ମୀର କ୍ୟାଡରରେ କାର୍ଯ୍ୟ କରୁଛନ୍ତି, ସେମାନେ ବିନା ବାଧାରେ ତାହା କରିଚାଲିବେ। କିନ୍ତୁ ରାଜ୍ୟରେ କାର୍ଯ୍ୟ କରିବାକୁ ଥିବା ସର୍ବଭାରତୀୟ ସେବା ଅଧିକାରୀମାନେ ଏଜିଏମ୍‌ୟୁଟି କ୍ୟାଡର ଅଧିକାରୀ ଭାବେ ନିଯୁକ୍ତି ପାଇବେ, କାରଣ ଅକ୍ଟୋବର ୩୧ ପରେ ଜମ୍ମୁ-କଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ଜାଣିବା ଶୁଣିବା ମହଲର କହିବା ଅନୁସାରେ ବାବୁମାନେ ଏଣିକି ଦେଶର ଅନ୍ୟ ଅଂଶରେ ନିଯୁକ୍ତି ପାଇବେ କି କେବଳ ନବନିଯୁକ୍ତମାନେ ରାଜ୍ୟ ବାହାରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ, ସେ ନେଇ ସେମାନେ ସନ୍ଦେହରେ ଅଛନ୍ତି। ବରିଷ୍ଠ ବାବୁମାନେ ରାଜ୍ୟ ବାହାରେ ନିଯୁକ୍ତି ପାଇବାର ସମ୍ଭାବନାକୁ ନେଇ ବିଶେଷ ଆଗ୍ରହୀ ନାହାନ୍ତି, ଯେଉଁଠାରେ ସେମାନେ ଅନେକ ବର୍ଷ ଧରି ସେବାରତ ଥିଲେ। ଜମ୍ମୁ-କଶ୍ମୀରର ବାବୁମାନଙ୍କୁ ବିଚଳିତ କରୁଥିବା ଅନ୍ୟ ପ୍ରସଙ୍ଗଟି ହେଉଛି ରାଜ୍ୟରେ ଦୀର୍ଘଦିନରୁ ଲାଗି ରହିଥିବା ବାବୁ ଅଭାବଜନିତ ସମସ୍ୟା। ଯାହା ଜଣାଯାଏ, ରାଜ୍ୟରେ ୧୩୭ ଜଣ ଆଇଏଏସ୍‌ ଅଫିସର ରହିବାର ବ୍ୟବସ୍ଥା ଥିବାବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୭୦ ଜଣ। ବାବୁମାନେ ଆଶା କରୁଛନ୍ତି ଏହି ଅଭାବକୁ ଦୂର କରିବା ଲାଗି ସରକାର ଜମ୍ମୁ-କଶ୍ମୀରକୁ ଅଧିକ ଏଜିଏମ୍‌ୟୁଟି କ୍ୟାଡର ବାବୁଙ୍କୁ ପଠାଇବେ। ତେବେ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବିତ ଏଜିଏମ୍‌ୟୁଟି କ୍ୟାଡରର ମିଶ୍ରଣ ଯଦି ହୁଏ, ତେବେ ଦୃଶ୍ୟପଟ ଅଧିକ ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।
ପୁନଶ୍ଚ ଦଂଶନ
ଥରକୁ ଥର ଉତ୍ତରପ୍ରଦେଶ ସରକାରଙ୍କୁ ଆତ୍ମସଂଯମ କୀଟ ଦଂଶନ କରୁଛି। ଗତବର୍ଷ ରାଜ୍ୟ ସରକାର ବିଦେଶ ଗସ୍ତ ଖର୍ଚ୍ଚ କମାଇବା, ଇକୋନୋମି ଶ୍ରେଣୀରେ ଯାତାୟାତ କରିବା ଏବଂ ପଞ୍ଚତାରକା ହୋଟେଲରେ ମିଟିଂ ନ କରିବା ଲାଗି ବାବୁମାନଙ୍କୁ ଆଦେଶ ଦେଇଥିଲେ। ପୁଣି ସରକାର କହିଲେ ଯେ, କେବଳ ମେଡିକାଲ ଓ ପୋଲିସ ବିଭାଗ ଛଡ଼ା ଅନ୍ୟ ବିଭାଗରେ ନୂତନ ନିଯୁକ୍ତିକୁ ମଞ୍ଜୁରି ମିଳିବ ନାହିଁ। ଏହି ଆଦେଶନାମା ସମସ୍ତ ସରକାରୀ ବିଭାଗ, କାର୍ଯ୍ୟାଳୟ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଲାଗି ପ୍ରଯୁଜ୍ୟ ଥିଲା। ବର୍ତ୍ତମାନ ସରକାର ଅର୍ଥ ଓ ଆକାଉଣ୍ଟସ ବିଭାଗରୁ ୯୩ଟି ପଦବୀ ଉଚ୍ଛେଦ କରି ଏହାକୁ ଖର୍ଚ୍ଚକାଟ ଓ ଆତ୍ମସଂଯମମୂଳକ ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ପଦବୀ ହେଉଛି ଜିଲା ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା (ଡିଆର୍‌ଡିଏ), ଜଙ୍ଗଲ ବିଭାଗ ଓ ଦାରିଦ୍ର୍ୟ ନିରାକରଣ ବିଭାଗର। ଯାହା ଜଣାଯାଏ, ଡିଆର୍‌ଡିଏ ବାବୁମାନଙ୍କୁ ଗ୍ରାମାଞ୍ଚଳ ଉନ୍ନୟନ ବିଭାଗରେ ଥଇଥାନ କରାଯିବା ପରେ ଡିଆର୍‌ଡିଏ ବିଭାଗ ଏକପ୍ରକାର ମୃତ ପାଲଟି ଯାଇଥିଲା। ସେହିପରି ଏକ ଆଭ୍ୟନ୍ତରୀଣ ସର୍ଭେ ପରେ ଜଙ୍ଗଲ ଓ ଦାରିଦ୍ର୍ୟ ନିରାକରଣ ବିଭାଗରେ ଅନେକ ପଦ ଅତିରିକ୍ତ ରହିଥିବା ଜଣାପଡ଼ିଥିଲା, ଯାହା ରାଜ୍ୟ ରାଜକୋଷ ପାଇଁ ବୋଝ ହେଉଥିଲା। ତେଣୁ ରାଜ୍ୟ ସରକାର ଉକ୍ତ ପଦଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri