ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦୀନ ମଜୁରିଆ

କାନପୁର: ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର ଭବିଷ୍ୟତ ଆଶା କରୁଥିବାବେଳେ ଦୀନ ମଜୁରିଆ ହେବା ଯେ କେତେ ପୀଡ଼ାଦାୟକ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ପରିସ୍ଥିତିକୁ ସାମନା କରିବାକୁ ପଡିଛି ଜାତୀୟସ୍ତରର ଉଦୀୟମାନ ଖେଳାଳି ବିପିନ ସେନ୍‌ଙ୍କୁ। ଉତ୍ତରପ୍ରଦେଶ କାନ୍‌ପୁରର ଅର୍ମାପୁର ବାସିନ୍ଦା ବିପିନ। ଦିନ ମଜୁରିଆ ଭାବେ ତାଙ୍କ ଦୀନ ବିତୁଛି। ଯେଉଁ ପଡ଼ିଆରେ ସେ ଖେଳ ପ୍ରଦର୍ଶନ କରିବାବେଳେ ଦର୍ଶକଙ୍କ ତାଳିରେ ପୂରା ପଡ଼ିଆ ଫାଟିପଡୁଥିଲା ସେହି ପଡ଼ିଆରେ ଘାସ କାଟୁଛନ୍ତି ଅର୍ମାପୁର ବାସିନ୍ଦା ୨୧ ବର୍ଷୀୟ ବିପିନ। ୨୦୧୬ରେ ରାଜ୍ୟସ୍ତରୀୟ କୁମ୍ଫୁ ପ୍ରତିଯୋଗିତାରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି। ୨୦୧୬-୧୭ରେ ରାଜ୍ୟସ୍ତରରେ କିକ୍‌ ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିବା ସହ ସେହି ବର୍ଷ ହରିୟାଣା କୁରୁକ୍ଷେତ୍ରରେ ଅନୁଷ୍ଠତି ଜାତୀୟ ପ୍ରତିଯୋଗିତାରେ ତାଙ୍କୁ ମିଳିଥିଲା ସ୍ବର୍ଣ୍ଣ ପଦକ । ଏହି ସଫଳତା ପାଇବା ପରେ ସେ ଏସିଆଡ୍‌ ଓ ଅଲିମ୍ପିକ୍‌ରେ ପଦକ ଜିତିବାର ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ଏଥିରେ ବାଧକ ସାଜିଛି ଅର୍ଥ। ତଥାପି ତାଙ୍କ ମନବଳ ଭାଙ୍ଗିଯାଇନି। ସେ ଦିନରେ ଗ୍ରୀନ୍‌ପାର୍କର ଘାସ କାଟୁଛନ୍ତି ଓ ରାତିରେ କିକ୍‌ ବକ୍ସିଂ ଅଭ୍ୟାସ କରୁଛନ୍ତି। ୨୦୧୬ରେ ବିପିନଙ୍କ ପିତାଙ୍କ ଦେହାନ୍ତ ହେବା ପରେ ପରିବାରର ଦାୟିତ୍ୱ ପଡିଥିଲା ତାଙ୍କ ଉପରେ। ମା’ ରାମଲଲିଙ୍କୁ ସାହାଯ୍ୟ କରିବା ତଥା ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ତାଙ୍କୁ ମଜୁରି ଲାଗିବାକୁ ପଡିଛି। ଗ୍ରୀନ ପାର୍କରେ ଘାସ କାଟିବା କାମ କଲେ ସେଠାରେ ତାଙ୍କୁ ଅଭ୍ୟାସର ସୁଯୋଗ ମିଳୁଛି ବୋଲି ବିପିନ କହିଛନ୍ତି। ସାହାସ, ମନବଳ ଓ ଏକାଗ୍ରତା ତାଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବ ବୋଲି ସେ ଦୃଢ ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୧୩।୮: ଭାରତୀୟ କ୍ରିକେଟରେ ସବୁଠାରୁ ବିସ୍ଫୋରକ ଯୁବ ବ୍ୟାଟରମାନଙ୍କ ମଧ୍ୟରେ ସାମିଲ ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଜିମ୍ବାୱେ ଗସ୍ତରେ ମଧ୍ୟ ବ୍ୟାଟରେ…

ସ୍ବର୍ଣ୍ଣ ଜିତି ସୁନାମ ଅର୍ଜନ କଲେ ଛତ୍ରପୁର ବାସିନ୍ଦା ରମେଶ: ଦେଶ ପାଇଁ ଆଣିଲେ ଗୌରବ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଛତ୍ରପୁର, ୧୩।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ନାଇଜେରିଆର ଲାଗୋସ ସହରରେ ଆୟୋଜିତ କମନୱେଲଥ ପାରା ଫେନ୍ସିଂ ଚାମ୍ପିଅନସିପ ୨୦୨୬ରେ କୃତିତ୍ୱ ଅର୍ଜନ କରିଛନ୍ତି ଓଡ଼ିଆ ପୁଅ ଭି.…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri