ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ

ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ ପଡ଼ିରହିଛନ୍ତି। ଆଖି ପୂରାଇ ଦେଖିଲେ ଯେ କେହି ବି ସହଜରେ ଠଉରାଇ ପାରିବ କଅଁଳ ଶିଶୁଟିର ଅସହାୟତା। ହେଲେ ଫାଇଲ ଚାଷରେ ବ୍ୟସ୍ତ ପ୍ରଶାସନର ନଜର କିନ୍ତୁ ପଡ଼ିନି ଅବୋଧ ଶିଶୁଟି ଉପରେ। ଏପରି ନୁହେଁ ଯେ, ଅଭିଯୋଗ ହୋଇନି କି ବିଭାଗୀୟ ଅଧିକାରୀଙ୍କ କାନରେ କଥା ପଡ଼ିନି। ହେଲେ ଆନ୍ତରିକତା ଅଭାବରୁ ଶିଶୁ ପାଖରେ ପହଞ୍ଚତ୍ ପାରିନି ପୁଷ୍ଟିକର ଖାଦ୍ୟ। ଅପପୁଷ୍ଟିର ଶିକାର ହୋଇଥିବା ସମ୍ପୃକ୍ତ ସାଢ଼େ ୩ ବର୍ଷର ଦିବ୍ୟାଙ୍ଗ ଶିଶୁ ହେଲେ ଗଁଦିଆ ବ୍ଲକ ନିହଲପ୍ରସାଦ ଗ୍ରାମର କାର୍ତ୍ତିକ ସେଠୀଙ୍କ ବଡ଼ପୁଅ ସତ୍ୟ। ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାରେ ଏଭଳି ଚିତ୍ର ନଗଡ଼ାକୁ ମନେପକାଇ ଦେଇଛି। ଏହି ଘଟଣା ପଦାକୁ ଆସିବା ପରେ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ସମନ୍ବିତ ଶିଶୁ ବିକାଶ ଯୋଜନାକୁ ନେଇ ପ୍ରଶ୍ନ ଉଠିଛି।
ନିହଲପ୍ରସାଦ ଗ୍ରାମରେ ରୁହନ୍ତି କାର୍ତ୍ତିକ ସେଠୀଙ୍କ ପରିବାର। ସ୍ତ୍ରୀ, ଦୁଇପୁଅଙ୍କୁ ନେଇ ତାଙ୍କ ସଂସାର। ବଡ଼ ପୁଅ ସତ୍ୟ ଦୃଷ୍ଟିହୀନ। ସୁଷମ ଖାଦ୍ୟ ଅଭାବରୁ ସେ ଅପପୁଷ୍ଟିର ଶିକାର। ଉଠିବାକୁ ବଳ ପାଉ ନ ଥିବାରୁ ସତ୍ୟ ଏବେ କତରାଗଲା। ଦୀର୍ଘଦିନ ଧରି ବିଛଣାରେ ପଡ଼ି ରହିଥିବାରୁ ତାଙ୍କ ଶରୀରରେ ଘା’ ହୋଇଯାଇଛି। କାର୍ତ୍ତିକ କୁହନ୍ତି, ସେ ଦିନମଜୁରିଆ। ଖଟିଲେ ପରିବାର ଚଳେ। ମଜୁରି ଟଙ୍କାରେ ଘର ଖର୍ଚ୍ଚ ଉଠାଇବା କାଠିକର ପାଠ। ଦୁଇ ପିଲାଙ୍କ ପାଇଁ ଭଲ ଖାଇବା କେଉଁଠୁ ଯୋଗାଡ଼ କରିବେ। ଏ ନେଇ ସେ ବହୁବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାଙ୍କ ପୁଅକୁ ଦିବ୍ୟାଙ୍ଗ ଭତ୍ତା ତାଲିକାରେ ସାମିଲ କରାଯାଉନାହିଁ। ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ପୁଅର ସମସ୍ୟା ନେଇ ସେ ୪୦ କିମି ଦୂର ଗଁଦିଆ ବ୍ଲକ କାର୍ଯ୍ୟାଳୟ ଏବଂ ୭୦କିମି ଦୂର ଢେଙ୍କାନାଳକୁ ଆସି ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି। ହେଲେ କେହି ତାଙ୍କ କଥା ବୁଝୁ ନ ଥିବା ସେ କହିଛନ୍ତି।
ଅନ୍ୟପଟେ ଅବହେଳିତ ଶିଶୁଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ର କର୍ମକର୍ତ୍ତା ଟଙ୍କଧର ବାରିକ ସତ୍ୟଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ଗଁଦିଆ ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡିପିଓ)ଙ୍କୁ ଅବଗତ କରାଇଛନ୍ତି। ସିଡିପିଓ ଉର୍ମିଳା ଦେହୁରୀ କୁହନ୍ତି, ସ୍ଥାନୀୟ ସୁପରଭାଇଜରଙ୍କୁ ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଜିଲା ସମାଜ ମଙ୍ଗଳ ଅଧିକାରୀ ଦାୟିତ୍ୱରେ ଥିବା ଜିଲା ସାମାଜିକ ସଶକ୍ତୀକରଣ ଓ ସୁରକ୍ଷା ଅଧିକାରୀ ପ୍ରସନ୍ନ କୁମାର ମଲିକ କୁହନ୍ତି, ଏ ସମ୍ପର୍କରେ ପଦକ୍ଷେପ ନେବାକୁ ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କୁ ଜଣାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

ସନ୍ଦିଗ୍ଧ ପାରା ଉଦ୍ଧାର:ଗୋଡ଼ରେ ଲାଗିଛି ଜିପିଏସ୍‌ ଟ୍ରାକର ଭଳି ଚିପ୍‌

ଢେଙ୍କାନାଳ,୯ା୪(ରତନ ନାୟାର):ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ଲାଉଲଇ ଗ୍ରାମର ଏକ ମନ୍ଦିର ପରିସରରୁ ସୋମବାର ଏକ ପାରାକୁ ଅଞ୍ଚଳବାସୀ ଉଦ୍ଧାର କରିଛନ୍ତି। ଉକ୍ତ...

ବୋମାମାଡ଼ କରି ଲୁଟିନେଲେ ୧୪ ଲକ୍ଷ ଟଙ୍କା

କାମାକ୍ଷାନଗର,୫।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରୁ ଶୁକ୍ରବାର ସକାଳେ ଏକ ବଡ଼ ଲୁଟ୍‌ ହୋଇଛି। ୫ ଜଣ ଦୁର୍ବୃତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri