ନିମ୍ନମାନର ରାସ୍ତା ନିର୍ମାଣକୁ ବିରୋଧ: ଠିକାଦାରଙ୍କୁ ଘେରିଲେ ଗ୍ରାମବାସୀ

ବନ୍ତ, ୩୧।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକ ଷେଣ୍ଡତିରା ପଞ୍ଚାୟତ ପରମାନନ୍ଦପୁରଠାରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ରାସ୍ତାକାମକୁ ବିରୋଧ କରି ଶୁକ୍ରବାର ଗ୍ରାମବାସୀ ସମ୍ପୃକ୍ତ ଠିକାଦାରଙ୍କୁ ଘେରିଥିଲେ। ଏହି ରାସ୍ତା ଉପରେ ଗ୍ରାମର ପ୍ରାୟ ୩ ଶହରୁ ଊଦ୍ଧର୍‌ବ ଲୋକ ନିର୍ଭର କରୁଥିବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯିବାକୁ ଗଁା ଲୋକେ ଦାବି କରିଛନ୍ତି।
ଉଲ୍ଲେଖନୀୟ ଯେ, ପିଡବ୍ଲ୍ୟୁଡି ରାସ୍ତାଠାରୁ ପରମାନନ୍ଦପୁର ପର୍ଯ୍ୟନ୍ତ ୧ କି.ମି. ୨୦୦ ମିଟର ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇ ୨୦୧୮ ଏପ୍ରିଲ ୧୯ରୁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରାସ୍ତା ପାଇଁ ୪୮ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ଗତ ଜାନୁୟାରୀ ୧୮ ତାରିଖ ସୁଦ୍ଧା କାମ ଶେଷ ହେବାର ଥିଲା। ହେଲେ ଏଯାଏ ରାସ୍ତାକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଆରମ୍ଭରୁ ନିମ୍ନମାନର କାମ ହେଉଥିବା ନେଇ ଗ୍ରାମବାସୀ ସମ୍ପୃକ୍ତ ଠିକାଦାର ଓ ବିଭାଗୀୟ ଅଧିକାରୀମାନଙ୍କୁ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଥିଲେ। କୌଣସି ସୁଫଳ ନ ମିଳିବରୁ ଶେଷରେ ଗ୍ରାମର ଗଜେନ୍ଦ୍ର ମହାପାତ୍ର, ପ୍ରଶାନ୍ତ ବାରିକ, ସୁରେନ୍ଦ୍ର ବେହେରା, ରମାକାନ୍ତ ମଙ୍ଗଳ, ରତ୍ନାକର ମହାଳିକ, ପାଣ୍ଡବ ମହାଳିକ, କୋଦଣ୍ଡ ମହାଳିକ, ରଞ୍ଜିତା ମହାଳିକ, ନିର୍ମଳା ମହାଳିକ ପ୍ରମୁଖ ଠିକାଦାରଙ୍କୁ ଘେରାଉ କରି ରାସ୍ତାକାର୍ଯ୍ୟ ଠିକ୍‌ ଭାବେ କରିବା ପାଇଁ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ କୃଷ୍ଣପଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି, ରାସ୍ତା ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଗୋଟିଏ ସ୍ଥାନରେ କିଛି ମାଟି କାମ ରହିଯାଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ରାତିଅଧରେ ଏଟିଏମ୍‌ ତାଡ଼ି ଥାର୍‌ ଗାଡ଼ିରେ ବାନ୍ଧି ନେଉଥିଲେ ଦୁର୍ବୃତ୍ତ, ଭୁକିଲା କୁକୁର, ଆଉ ତା’ ପରେ…

ଖଇରା,୧୧ା୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡିଆ ବଜାରରେ ଥିବା ଇଣ୍ଡିଆ -୧ ଏଟିଏମ୍‌ ମେଶିନ ତାଡ଼ି ଦୃବୁର୍ତ୍ତମାନେ ଥାର୍‌ ଗାଡ଼ି ପଛରେ ବାନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri