ନିମ୍ନମାନର କାମ ଯୋଗୁ ରାସ୍ତା ଦୁଇ ଫାଳ

କେନ୍ଦୁଝର, ୧।୧୦ (ସ୍ବ.ପ୍ର.)-ନିମ୍ନମାନର କାମ ଓ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ଜିଲାର ବିଶେଷ କରି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକରେ ବିଭିନ୍ନ ବିଭାଗ ଦ୍ୱାରା କରାଯାଇଥିବା ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ନୂଆ ରାସ୍ତା କାମଗୁଡିକ ମଧ୍ୟ କମ ଦିନରେ ଭାଙ୍ଗି ଯାଇ ଯାତାୟାତ ବିପଦପୂର୍ଣ୍ଣ ହୋଇପଡୁଛି। ଏଭଳି ଜମିରିପଶିଠାରୁ ମୟୂରଡିହି ପର୍ଯ୍ୟନ୍ତ ଦୀର୍ଘ ୪ କି.ମି. ୮୬୦ ମିଟର ରାସ୍ତା ନିମ୍ନମାନର କାମ ଯୋଗୁ ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଥିବା ବେଳେ ଘାଟିରେ ଥାକିଲି ମରା କାମ କରାଯାଇଥିବାରୁ ରାସ୍ତା ବ୍ୟବହାର ନ ହେଉଣୁ ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ା ପ୍ରାୟ ଏକ ଶହ ଫୁଟ ରାସ୍ତା ଦବି ଯାଇ ଫାଟି ଯାଇଥିବାରୁ ଲୋକ ମାନେ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ସେହିପରି ଅନେକ ସ୍ଥାନରେ ରାସ୍ତା କଡ଼ରେ ଠିକ ଭାବରେ ମାଟି ଓ ମୋରମ ପ୍ୟାକିଂ ଦିଆଯାଇନାହିଁ କିମ୍ବା ରୋଲିଂ କରାଯାଇ ନ ଥିବାରୁ ବର୍ଷାରେ ଧୋଇ ହୋଇଯାଉଛି। ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ନଷ୍ଟ ହେବାକୁ ବସିଲାଣି ା ସୂଚନା ଫଳକ ତଥ୍ୟ ଅନୁଯାୟୀ ୨ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି କାମ କରାଯାଇଛି। ୨୦୧୨ ଡିସେମ୍ବର ୫ରେ କାମ ଆରମ୍ଭ ହୋଇ ୨୦୧୮ ସେପ୍ଟେମ୍ବର ୪ରେ ଶେଷ ହେବାକୁ ଥିବା ଏହି ରାସ୍ତା କାମ ଅଦ୍ୟାବଧି ସରିନାହିଁ ା ତେବେ ଏହା ସତ୍ତ୍ୱେ ବିଲ୍‌ କରି ଠିକାଦାରଙ୍କୁ ପୈଠ କରାଯାଇଥିବା ଅଭିଯୋଗ ହେଉଛି ା ୫ ବର୍ଷ ରକ୍ଷଣାବେକ୍ଷଣ ବାବଦକୁ ୧୭.୧୭ ଲକ୍ଷ ଟଙ୍କା ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଜନ କେନ୍ଦୁଝର ୨ ଅଧୀନରେ ଏହି କାମ ଚାଲିଛି। ଶ୍ରମିକ ମାନେ ଆଇନଗତ ଭାବେ ମିଳିବାକୁ ଥିବା ସର୍ବନିମ୍ନ ମଜୁରି ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏଣୁ ଏହାର ତଦନ୍ତ ଶ୍ରମ ବିଭାଗ ପକ୍ଷରୁ କରିବାକୁ ଦାବି ହେଉଛି। ଯେଉଁଠି କାମ ଖରାପ ହୋଇଛି ସେଠାରେ କାମ ମରାମତି କରି ଠିକ କରାଯିବ ବୋଲି ଏହି କାର୍ଯ୍ୟର ତଦାରଖ କରିଥିବା ଯନ୍ତ୍ରୀ ଦୋଳଗୋବିନ୍ଦ ମହାରଣା କହୁଥିଲେ ହେଁ ନୂଆ କାମକୁ ମରାମତି କଲେ ଏହା କେତେ ଦୂର ସୃଦୃଢ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଓଡ଼ିଶା ଛୁଇଁଲା ମୌସୁମୀ, ରଜ ପୂର୍ବରୁ…

ଭୁବନେଶ୍ୱର,୧୨ା୬: କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡିଲା ଟିଣ ଛପର, ଘର ଉପରେ ପଡ଼ିଲା ଗଛ

ମୋହନା,୧୨।୬(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ଗୋବିନ୍ଦପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୋବିନ୍ଦପୁର…

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ପୁଣି ବଢ଼ିଲା ସୁନା ଦର:୨୨ କ୍ୟାରେଟ ସୁନା ଦର ଏବେ…

ଭୁବନେଶ୍ୱର,୧୨।୬: ଲଗାତାର ୨ ଦିନ ହ୍ରାସ ପାଇବା ପରେ ପୁଣି ବଢ଼ିଛି ସୁନା ଦର। ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୨ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri