ନିଜେ ପଢିବି, ନିଜକୁ ଗଢିବି

ମାଲକାନଗିରି, ୫।୯(ସ୍ବ.ପ୍ର.): ଶିକ୍ଷାର ବିକାଶ ତଥା ଗୁଣାତ୍ମକ ଶିକ୍ଷା ନିମନ୍ତେ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଛନ୍ତି। ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା ଏବଂ ସାଇକେଲ ଇତ୍ୟାଦି ପ୍ରଦାନ କରାଯାଇ ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପରେ ପ୍ରଶିକ୍ଷଣ ଦେଲା ପରେ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରୁନାହିଁ। ଏହାକୁ ଲକ୍ଷ୍ୟ କରି ମାଲକାନଗିରି ଜିଲା ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରକୈନ୍ଦ୍ରିକ ଶିକ୍ଷା ପାଇଁ ଏକ ନୂତନ ଯୋଜନା କରିଛନ୍ତି। ଯାହାର ନାମ ରଖାଯାଇଛି ‘ନିଜେ ପଢିବି, ନିଜକୁ ଗଢିବି’। ଅର୍ଥାତ୍‌ ପିଲାଟି କେମିତି ନିଜେ ପାଠ ପଢିବା ପାଇଁ ଆଗ୍ରହ ପ୍ରକାଶ କରିବ ସେଥିପାଇଁ ପିଲାମାନଙ୍କୁ କେତୋଟି ସାଧାରଣ ନିୟମାବଳୀ ଦିଆଯାଇଛି। ଯେଭଳି ନିୟମିତ ବିଦ୍ୟାଳୟକୁ ଅସିବା, ପାଠ ପଢାବେଳେ ମନଯୋଗ ସହକାରେ ଶୁଣିବା, ଅବୁଝା ପାଠକୁ ସାଥୀ ପିଲା କିମ୍ବା ଶିକ୍ଷକଙ୍କୁ ପଚାରି ବୁଝିବା, ପ୍ରଶ୍ନୋତ୍ତର ବହି ପଢି ନିଜେ ଉତ୍ତର ଲେଖିବା, ସାଥୀ ବହି ବହି ବଦଳରେ ଖାତାରୁ ଉତ୍ତର ପଢିବା, ପାଠପଢା ବହିକୁ ସବୁଠାରୁ ଭଲ ସାଙ୍ଗ ମନେ କରିବା, ପାଠପଢା କାର୍ଯ୍ୟକୁ ମୁଖ୍ୟକାର୍ଯ୍ୟ ରୂପେ ଗ୍ରହଣ କରିବା ଇତ୍ୟାଦି ନିୟମମାନ ପବିତ୍ର ଗୁରୁଦିବସରେ ପିଲାମାନଙ୍କୁ ଶପଥ ପାଠ କରାଯାଇଛି। ଯଦି ପିଲାଟି ନିଜେ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିବ ତେବେ ପାଠ କେବେ ବି କଷ୍ଟ ଲାଗିବନି, ସେଥିପାଇଁ ପାଠ ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଏହା ଏକ ନୂତନ ପ୍ରୟାସ ବୋଲି ପ୍ରଧାନଶିକ୍ଷକ କରୁଣାକର ମଲିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେଲ ଅଭାବରୁ ଚାଲିଲାନି ଜେନେରେଟର: ମରିଗଲେ ଫାର୍ମର ସମସ୍ତ କୁକୁଡ଼ା

ମାଲକାନଗିରି,୧୭।୫(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲାରେ ଡିଜେଲ ଅଭାବ ଏବେ ଗୁରୁତର ସମସ୍ୟା ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହେବା ପରେ ଜେନେରେଟର ଚାଲି ନ ଥିବାରୁ ଏକ…

ପ୍ରକଳ୍ପ ଜିଲାର ବଡ଼ ପରିବର୍ତ୍ତନ ଆଣିବ: ମନ୍ତ୍ରୀ

ମାଲକାନଗିରି,୫ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଜିଲା ପାଇଁ ମୋଟ…

ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ

ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି…

କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା: ଗୋଡ଼ରେ ଲେଖି ମାଟ୍ରିକ୍‌ ପରୀକ୍ଷା ପାସ୍‌ କଲେ ଲକ୍ଷ୍ମୀ

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଦୁର୍ଯ୍ୟୋଧନ ପାତ୍ର): ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ମାଲକାନଗିରି ଜିଲାର ଲକ୍ଷ୍ମୀ ଖିମୁଣ୍ଡୁ ୨ ହାତ…

ମାଟ୍ରିକ ପରୀକ୍ଷାରେ ମାଲକାନଗିରିର ସଫଳତା:ଶୁଭଶ୍ରୀ ଜିଲା ଟପ୍ପର

ମାଲକାନଗିରି,୩ା୫(ଗୌରିଶଙ୍କର ପଣ୍ଡା/ଶିବଦତ୍ତ ସାହୁ): ଚଳିତବର୍ଷ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫଳରେ ମାଲକାନଗିରି ଜିଲାର ପାସ ହାର ରାଜ୍ୟର ହାରାହାରି ପାସ ହାରଠାରୁ ଅଧିକ ରହିବା ସହ ସର୍ବାଧିକ…

କୋଟିଏରୁ ଅଧିକ ଟଙ୍କା ଖାଇଗଲେ ବ୍ୟାଙ୍କ ମ୍ୟାନେଜର, ମିଛ ରସିଦ୍‌ ଦେଇ…

ମାଲକାନଗିରି,୨୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ଲ୍ୟାମ୍ପସ ଟଙ୍କାକୁ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଦେଇଥିବା ଜଣାପଡ଼ିଛି। ଯାହାର ଟେର୍‌ ପାଇ ନ…

ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍‌ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri