ନିଃସ୍ବାର୍ଥପର ସେବା ଈଶ୍ବର ପ୍ରାପ୍ତିର ମାଧ୍ୟମ

ବିଜେପୁର,୮।୧୦(ଡି.ଏନ.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କଲଙ୍ଗାପାଲିରେ ସାତଦିନ ଧରି ଚାଲିଥିବା ଶାରଦୀୟ ସେବା ଶିବିର ଉଦଯାପିତ ହୋଇଯାଇଛି। ସ୍କୁଲ ଚେୟାରମେନ ପରିତୋଷ ସୁନା ଏହାକୁ ଉଦଘାଟନ କରିଥିଲେ। ବିଭିନ୍ନ ଦିବସରେ ଛାତ୍ରୀଗଣ ଗ୍ରାମ ସଫେଇ, ପ୍ଲାଷ୍ଟିକ ବର୍ଜନ, ବିପର୍ଯ୍ୟୟ ପରିଚାଳନା, ଟୀକାକରଣ, ଫିଟ ଇଣ୍ଡିଆ, ଯୋଗ ଉପରେ ସଚେତନତା ସୃଷ୍ଟି କରିଥିଲେ। ଉଦଯାପନି ସମାରୋହରେ କଲେଜ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଯୋଗେଶ ମେହେର, ସ୍କୁଲ ଚେୟାରମେନ ପରିତୋଷ ସୁନା, ଅମୂଲ୍ୟନିଧି ପ୍ରଧାନ, ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ମୁଖବକ୍ତା ଭାବେ ଯୋଗଦେଇଥିଲେ। ନିଃସ୍ବାର୍ଥପର ସେବା ହିଁ ଈଶ୍ବର ପ୍ରାପ୍ତିର ମାଧ୍ୟମ। ତେଣୁ ଯିଏ ଯେଉଁ କ୍ଷେତ୍ରରେ କାମ କରୁଥାଉନା କାହିଁକି ସେଇ କର୍ମରେ ନିଃସ୍ବାର୍ଥପରତା ପରିଲକ୍ଷିତ ହେବା ଆବଶ୍ୟକ ବୋଲି ସଭାରେ ମତପ୍ରକାଶ ପାଇଥିଲା। ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇ ଥିଲା। ପ୍ରୋଗ୍ରାମ ଅଫିସର ଡ. ସୁବ୍ରତା ରାଣୀ ରାଉତ ବିବରଣୀ ପଠନ କରିଥିଲେ। ଇତିହାସ ଅଧ୍ୟାପକ ମାନସ ରଞ୍ଜନ ଧନ୍ୟବାଦ ଅର୍ପଣ କରି ଥିଲେ। ପରେ ଛାତ୍ରୀମାନେ ମନୋରମ ସାସ୍କୃତିକ କାଯ୍ୟକ୍ରମ ପରିବେଷଣ କରିଥିଲେ। ବିଜେପୁର ଡିଗ୍ରୀ କଲେଜ ଏନଏସଏସ ୟୁନିଟ ୩ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୫ଜଣ ଛାତ୍ରୀ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ଚାଞ୍ଚଲ୍ୟ: ୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର ଉଦ୍ୟମ, ଅଭିଯୁକ୍ତ ବାପାଙ୍କୁ ମାଂସ ପାଇଁ ପଠାଇ ଝିଅକୁ…

ଭଞ୍ଜନଗର,୧୩ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ଏକ ଘୃଣ୍ୟ ଘଟଣା ଘଟିଛି। ଜଣେ ୪୦ ବର୍ଷର ବିବାହିତ ଯୁବକ ତାଙ୍କ ସାଙ୍ଗର ୪ ବର୍ଷର…

କୋଇଡାରେ ଭୟଙ୍କର ଜଳପ୍ରଳୟ: କେର୍କେଟା ସାହିରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଜଳବନ୍ଦୀ

ଟେନସା,୧୩ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଓ୍ବାର୍ନିଂ (Red Warning) ଜାରି କରିଛି ପାଣିପାଗ ବିଭାଗ । ତେବେ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri