ନାଳରୁ ଅଧାପୋତା ଅବସ୍ଥାରେ ଶ୍ରମିକ ଉଦ୍ଧାର, ୭ ଦିନ ହେବ ନିଖୋଜ ଥିଲେ

ଛେଣ୍ଡିପଦା ,୨୬।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଡାହିବର ଗ୍ରାମ ନିକଟସ୍ଥ ନାଳରୁ ଶୁକ୍ରବାର ଅଧାପୋତା ଅବସ୍ଥାରେ ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟ ସାହେବଗଞ୍ଜ ଥାନା ରାଜମହଲ ଗ୍ରାମର ବରଜାହାନ ଶେଖ।
ପ୍ରକାଶ ଯେ, ସ୍ବଚ୍ଛ ଭାରତ ମିଶନରେ ବିଭିନ୍ନ ଗ୍ରାମରେ ପାଇଖାନା ନିର୍ମାଣ ପାଇଁ ୫ ଶ୍ରମିକ ଛେଣ୍ଡିପଦା ଅଞ୍ଚଳରେ ରହୁଥିଲେ। ଗତ ୧୯ ତାରିଖ ରାତିରେ ବରଜାହାନ ଶୌଚ ହେବାକୁ ଯାଉଛି କହି ଆଉ ଘରକୁ ଫେରି ନ ଥିଲେ। ସେ ନ ଫେରିବାରୁ ଅନ୍ୟ ସାଥିମାନେ ବହୁ ଖୋଜାଖୋଜି କରିଥିଲେ। ଶେଷରେ ନିରାଶ ହେବାରୁ ସାଥି ଶ୍ରମିକ ମହମ୍ମଦ ୟାସିମ ଶେଖ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଛେଣ୍ଡିପଦା ପୋଲିସ ଏକ ନିଖୋଜ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ନିଖୋଜର ୭ ଦିନ ପରେ ଶ୍ରମିକଙ୍କୁ ଅଧାପୋତା ଅବସ୍ଥାରେ ଗଉଡୁଣି ନାଳରୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ୫ ଶ୍ରମିକ ଗୁରୁତର

ତାଳଚେର,୨୨।୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଣିହାଁ ଏନଟିପିସି ପାୱାର୍‌ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ହୋଇଛି। ବଙ୍କର (ବି)ରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଶ୍ରମିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri