ନାରୀ ସ୍ବାଧୀନତା ଓ ସୁରକ୍ଷା

ପ୍ରଦୀପ୍ତ ନାୟକ
ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ତର୍ଜମା କଲେ ନାରୀ ସୁରକ୍ଷା ତଥା ସ୍ବାଧୀନତା ଆମ ଦେଶ ତଥା ରାଜ୍ୟରେ ନାହିଁ ବୋଲି ପ୍ରତୀୟମାନ ହୁଏ। ଆଉ ସବୁଠାରୁ ଚିନ୍ତାଜନକ ଓ ଲଜ୍ଜାକର ବିଷୟ ହେଲା, ଆମ ରାଜ୍ୟ ଓଡ଼ିଶାରେ ମହିଳା ହିଂସା ଦେଶରେ ସବୁଠାରୁ ଅଧିକ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭ ମସିହା ପର୍ଯ୍ୟନ୍ତ ଅପରାଧ ଚିଠା ପ୍ରସ୍ତୁତ କରିଥିବା ଏହି ଜାତୀୟ ଅନୁଷ୍ଠାନ କହିଛି, ଓଡ଼ିଶାରେ ଉକ୍ତ ବର୍ଷ ୨୦,୦୯୮ଟି ମହିଳା ହିଂସା ଓ ପାଶବିକ ଅତ୍ୟାଚାର ସଂଘଟିତ ହୋଇଛି। ଏହି ସଂଖ୍ୟା ୨୦୧୬ରେ ୧୭,୮୩୭ ଥିବାବେଳେ ଆମ ପୋଲିସ ବିଭାଗ ନାରୀ ଅତ୍ୟାଚାର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାରୀ ଭାବରେ ଏହି ପରିସଂଖ୍ୟାନ ଆମର ହସ୍ତଗତ ହୋଇଛି। ମାତ୍ର ଯଦି ବାସ୍ତବ ସ୍ଥିତି ପରଖିବା, ତେବେ ଆମକୁ ବର୍ତ୍ତମାନ ‘ମୋ ସରକାର’ ତଥା ‘୫-ଟି’ ଚାଲିଥିବା ଥାନାଗୁଡ଼ିକୁ ପରିଦର୍ଶନ କରିବାକୁ ପଡ଼ିବ। ରାଜ୍ୟରେ ସବୁଠାରୁ ଶୃଙ୍ଖଳିତ ସୁଦୃଢ଼ ପୋଲିସ ବ୍ୟବସ୍ଥା ଥିବା କୁହାଯାଉଥିବା ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଥାନାଗୁଡ଼ିକରେ ପରୀକ୍ଷଣ କଲେ ବୁଝାପଡ଼ିବ, କେତେ ମହିଳା ହିଂସା ମାମଲା ଥାନାକୁ ଆସୁଛି ଆଉ ପୋଲିସ ତ୍ୱରିତ ହିଂସା ରୋକିବାରେ କି କି ପଦକ୍ଷେପ ନେଉଛି। କିଭଳି ଭାବରେ ପୋଲିସ ବାବୁମାନେ ପୀଡ଼ିତା ଓ ତା’ର ପରିବାରବର୍ଗଙ୍କୁ ବ୍ୟବହାର କରୁଛନ୍ତି।
ଯାହା ସରକାର ପ୍ରଚାର କରୁଛନ୍ତି ବାସ୍ତବ ସ୍ଥିତି ତା’ର ଓଲଟା। ଅଧିକାଂଶ ଥାନାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦୂରର କଥା, ସମବେଦନା ଜଣାଇବାକୁ ମଧ୍ୟ ପୋଲିସ ବାବୁ କୁଣ୍ଠାବୋଧ କରନ୍ତି। ପୀଡ଼ିତାମାନେ ଲାଞ୍ଛିତ ଓ ଅପମାନିତ ହୁଅନ୍ତି, କାରଣ ସାଧାରଣତଃ ସେମାନେ ସବୁ ଦରିଦ୍ର, ଅନୁସୂଚିତ ଜାତି କି ଜନଜାତି ବର୍ଗର ହୋଇଥାନ୍ତି, ମଧ୍ୟବିତ୍ତ ଓ ଧନିକ ଘରର ମହିଳାମାନଙ୍କ ପ୍ରତି ଅପେକ୍ଷାକୃତ କମ୍‌ ହିଂସା ଓ ପାଶବିକ ଅତ୍ୟାଚାର ହୋଇଥାଏ। ଆଉ ସେଭଳି ପରିବାରର ପୀଡ଼ିତା ଯଦି ଥାନାକୁ ନ୍ୟାୟ ପାଇଁ ଯାଉଛି ହୁଏତ କିଛି ପରିମାଣରେ ସହାୟତା ପାଉଛି। ଏନ୍‌ସିଆରବି ତାଲିକାରେ ପୁଣି କୁହାଯାଇଛି ଯେ, ପ୍ରମାଣିତ ହୋଇ ମାମଲା ଚାଲୁଥିବା ମହିଳା ଅତ୍ୟାଚାର ଘଟଣାରେ ମଧ୍ୟ ଓଡ଼ିଶା ୨୦୧୭ ମସିହାରେ ଦେଶରେ ସବୁଠାରୁ ଆଗରେ ଓ ମାମଲା ସଂଖ୍ୟା ୨,୪୫୭। ତା’ ତଳକୁ ଭାଜପାଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୧୬୦୦ ଏବଂ ପଶ୍ଚିମବଙ୍ଗରେ ୯୫୪। ଉପରୋକ୍ତ ଘଟଣାଗୁଡ଼ିକରେ ପୋଲିସ କହୁଛି ମହିଳାମାନଙ୍କୁ ଭିଡ଼ହିଂସା, ଗ୍ୟାଙ୍ଗରେପ୍‌ ତଥା ସର୍ବସାଧାରଣ ସ୍ଥଳରେ ଯୌନଗତ ହିଂସା ଇତ୍ୟାଦିର ସାମ୍‌ନା କରିବାକୁ ପଡୁଛି। ଦେଶରେ ତିନି ପାରଙ୍ଗମ ରାଜ୍ୟରେ ନାରୀମାନେ ଅସୁରକ୍ଷିତ ବୋଲି ସରକାରୀ ତଥ୍ୟ କହୁଛି। ଦେଖାଯାଉଛି ମଦର ପ୍ରାବଲ୍ୟ ମହିଳା ହିଂସା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହା ସତ୍ତ୍ୱେ ଓଡ଼ିଶାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସରକାରୀ ମଦ ଦୋକାନ ଖୋଲୁଛି।
ଯଦି ମହିଳାମାନେ ଆଜିର ଦିନରେ ସମାଜରେ ନିରାପଦରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ବା ଦାୟିତ୍ୱ ସମ୍ପାଦନ କରିପାରିବେ ନାହିଁ ତେବେ ନାରୀ ସ୍ବାଧୀନତା, ସମାନତା ଓ ସହଭାଗିତା କଥା ଆମେ କିପରି ଆଶା କରିବା? ଝିଅଟିଏ ସ୍କୁଲ୍‌ କଲେଜ କିମ୍ବା ବାହାରକୁ ତା’ର କାମ ପାଇଁ ଯାଇ ଯେପର୍ଯ୍ୟନ୍ତ ନିରାପଦରେ ଘରକୁ ନ ଫେରିଛି, ବାପାମା’ ସେପର୍ଯ୍ୟନ୍ତ ଚିନ୍ତାରେ ରହୁଛନ୍ତି। ସିସି ଟିଭି କ୍ୟାମେରା, ମୋବାଇଲ୍‌ ଫୋନ୍‌ ଓ ଯାତାୟାତ ବ୍ୟବସ୍ଥାରେ ଯେତେ ଉନ୍ନତି ହେଲେ ମଧ୍ୟ ମହିଳାମାନଙ୍କର ନିସ୍ତାର ନାହିଁ। ଏପରି ହେଉଛି କାହିଁକି? ଏ ବିଷୟରେ ଯଦି ଗବେଷଣା କରାଯାଏ ତେବେ ନିଶ୍ଚିତ ବୁଝାପଡ଼ିବ ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ। ରାଜ୍ୟ ତଥା ଦେଶରେ ଚରମ ଦାରିଦ୍ର୍ୟ, ବେକାରି, ବେରୋଜଗାର, ନିରକ୍ଷରତା, ଆଇନ ସଚେତନତାର ଅଭାବ, ଲଗାମଛଡ଼ା ମଦ ବେପାର, ସର୍ବୋପରି ଏକ ଶୃଙ୍ଖଳିତ ସମାଜ ବ୍ୟବସ୍ଥା ଓ ଶାସନ ବ୍ୟବସ୍ଥାର ଅଭାବ ଯୋଗୁ ନାରୀ ଅତ୍ୟାଚାର, ଘରୋଇ ହିଂସା, କର୍ମକ୍ଷେତ୍ରରେ ହିଂସା ସଂଘଟିତ ହେଉଛି। ସରକାରୀ ଆଇନ କାନୁନ ସବୁ ପାଣିର ଗାର ହୋଇଯାଉଛି। ସେଥିପାଇଁ ନା ସରକାରଙ୍କ ନିଘା ଅଛି ନା ଆମ ଲୋକମାନଙ୍କର କିଛି ଚିନ୍ତା। ଆପେ ବଞ୍ଚତ୍ଲେ ବାପର ନାଁ ନ୍ୟାୟରେ ସମସ୍ତେ ଚୁପ୍‌, ମାତ୍ର ଯେତେବେଳେ ନିଜ ଉପରେ କେବେ ବିପଦ ଆସୁଛି ସେଠି ପିଠିରେ ପଡ଼ିବାକୁ କେହି ନାହିଁ।
ଓଡ଼ିଶାରେ ବିବାହ ଓ ଜୀବିକା ନିର୍ବାହ ନାମରେ ଶିଶୁକନ୍ୟା ଚାଲାଣ ବହୁଳ ଭାବରେ ହେଉଛି। ପେଟ ପୋଷିବା ପାଇଁ ସୁଦୂର ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ନାଟକ, ଦିଲ୍ଲୀ, ବମ୍ବେ ଇତ୍ୟାଦି ସ୍ଥାନକୁ ଯାଇ ମହିଳାଟିଏ ଯୌନ ଶୋଷଣ, ରୋଗ ଓ ଅତ୍ୟାଚାରର ଶିକାର ହୋଇ ଘରକୁ ଫେରୁଛି। ବର୍ଷ ବର୍ଷ ଧରି ବାରମ୍ବାର ଏପରି ଘଟି ଚାଲିଥିଲେ ମଧ୍ୟ ସରକାର ସ୍ଥିତି ସମ୍ଭାଳିବାରେ ଅସମର୍ଥ। ରାଜ୍ୟରେ ଲକ୍ଷ ଲକ୍ଷ ଲୋକ କାମ ନ ପାଇ ବାହାର ରାଜ୍ୟକୁ ଯାଉଛନ୍ତି। ଆମ ସରକାର ନିରୁପାୟ। ରାଜ୍ୟରେ ୪ କୋଟି ୧୯ ଲକ୍ଷ ୪୭ ହଜାର ୩୫୮ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମାତ୍ର ୬୧୨ଟି ଥାନା ଓ ୭୨ ହଜାର ୧୪୫ ପୋଲିସ ଅଫିସର ଏବଂ ସିପାହି ପଦବୀ ରହିଛି। ପରିତାପର ବିଷୟ ଯେ, ହଜାର ହଜାର ପଦବୀ ଖାଲି ପଡ଼ିଛି। କେବଳ ଭୁବନେଶ୍ୱର-କଟକ କମିଶନରେଟ ପୋଲିସରେ ୨୦୦ ଅଫିସର ଓ ୪୦୦ ସିପାହି ପଦବୀ ଖାଲି ପଡ଼ିଛି। ଯଦି ରାଜ୍ୟର ଦୁଇ ପ୍ରମୁଖ ସହରର ଆଇନଶୃଙ୍ଖଳା ରକ୍ଷା କରିବାରେ ପୋଲିସର ଏପରି ଦୟନୀୟ ଅବସ୍ଥା, ତେବେ ରାଜ୍ୟର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ କି ଅବସ୍ଥା ଥିବ ଅନୁମାନ କରାଯାଇପାରେ। ଅଯଥା ରାଜନୈତିକ ହସ୍ତକ୍ଷେପ ପୋଲିସର କର୍ତ୍ତବ୍ୟ ପାଳନରେ ଅନ୍ତରାୟ ସୃଷ୍ଟି କରୁଛି। ନାରୀଶିକ୍ଷାର ବିକାଶ ନ ହେବାରୁ ମଧ୍ୟଯୁଗୀୟ ସାମାଜିକ ପ୍ରଥା, ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ ମଧ୍ୟ ନାରୀ ଅତ୍ୟାଚାର ବଢ଼ାଉଛି। ଏପରି କ୍ଷେତ୍ରରେ ନାରୀ ସମାଜ କିପରି ବା ସୁରକ୍ଷିତ ହେବ!
ଟିକରପଡ଼ା, କାକଟପୁର, ପୁରୀ, ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri