ନାବାଳିକାଙ୍କୁ ଅପହରଣ, ହତ୍ୟା ମାମଲା: ତଦନ୍ତ ଆରମ୍ଭ, ଅଭିଯୁକ୍ତ କୋର୍ଟ ଚାଲଣ

ରସୁଲପୁର, ୪ା୮(ଡିଏନଏ): ରସୁଲପୁର ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମର ତ୍ରିଲୋଚନ ଭୋଇଙ୍କ ଘରୁ ଶୁକ୍ରବାର ପୂର୍ବାହ୍ନରେ କୁଆଖିଆ ଥାନା ପୋଲିସ ପକ୍ଷରୁ ଜଣେ ନାବାଳିକା (୧୫)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ନାବାଳିକାଙ୍କୁ ପରିବାର ଲୋକେ ସାବାଳିକା ବୋଲି ଦର୍ଶାଇବା ସହ ହତ୍ୟାକାଣ୍ଡକୁ ଆତ୍ମହତ୍ୟା ଦର୍ଶାଇ ପୋଲିସକୁ ଭୂଆଁ ବୁଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ସବୁ ପ୍ରୟାସ ଭଣ୍ଡୁର ହୋଇଛି। ନାବାଳିକାଙ୍କ ମା’ଙ୍କ ପକ୍ଷରୁ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ଅଭିଯୋଗ ଘଟଣାକୁ ନୂଆ ମୋଡ ଦେଇଛି। ଅଭିଯୋଗ ଆଧାରରେ ପୋଲିସ ଅପହରଣ, ଧର୍ଷଣ ଓ ହତ୍ୟା ମାମଲା (ନଂ-୧୯୬/୧୯) ରୁଜୁ କରି ରାତାରାତି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଆଶିଷ ଭୋଇ(୨୫) ଓରଫ ହାଉଳି।
ପ୍ରକାଶ ଯେ, ୨୮ଦିନ ତଳେ ଯାଜପୁର ସଦର ଥାନା ସାମନ୍ତରାପୁର ଗ୍ରାମର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ। ସେ ତାଙ୍କ ବଡ ଭଉଣୀ ଘରକୁ ଯାଉଛି ବୋଲି କହି ଘରୁ ଯାଇଥିଲେ। ମାତ୍ର ଆଶିଷ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିବାବେଳେ ଶୁକ୍ରବାର ତାଙ୍କ ମୃତଦେହ ଅଭିଯୁକ୍ତ ଆଶିଷଙ୍କ ଘରୁ ଉଦ୍ଧାର କରାଯାଇଥିଲା। ଏହାପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚିତ ହୋଇଥିଲା। ମୃତ ଝିଅଟି ନାବାଳିକା ବୋଲି ଜାଣି ଆଶିଷଙ୍କ ପରିବାର ଲୋକେ ଘଟଣାକୁ ଘଣ୍ଟ ଘୋଡାଇବାକୁ ଚାହିଁଥିଲେ ା ଏ ସମ୍ପର୍କରେ ନାବାଳିକାଙ୍କ ବାପା ସହ କଥା ହେବା ପାଇଁ ରାଜନେତାଙ୍କ ଜରିଆରେ ପ୍ରୟାସ କରାଯାଇଥିଲା। ନାବାଳିକାଙ୍କ ବାପାଙ୍କୁ ଟଙ୍କାର ଲୋଭ ଦେଖାଇ ଘଟଣା ଚପାଇ ଦେବାକୁ ଚକ୍ରାନ୍ତ କରାଯାଇଥିଲା। ଫଳରେ ଝିଅର ବୟସ ୨୦ ବର୍ଷ ହୋଇଥିବାବେଳେ ସେ ଆତ୍ମହତ୍ୟା କରିଥିବା ନେଇ ବାପା ପୋଲିସ ନିକଟରେ ବୟାନ ଦେଇଥିଲେ। ମାତ୍ର ଘଟଣା ସମ୍ପର୍କରେ ମୃତ ନାବାଳିକାଙ୍କ ମା’ ବିଳମ୍ବିତ ରାତିରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ଓ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ମୃତ ନାବାଳିକାଙ୍କ ମୃତ୍ୟୁର କାରଣ ଓ ତାର ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୋଲିସ ଅପହରଣ, ବଳାତ୍କାର, ହତ୍ୟାର ଦଫା ଲଗାଇବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲା ା ଅଭିଯୁକ୍ତର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଶନିବାର ପୋଲିସ ପକ୍ଷରୁ ମୃତ ନାବାଳିକା ପଢୁଥିବା ହାଇସ୍କୁଲରେ ପହଞ୍ଚତ୍ ନାମ ପଞ୍ଜୀକରଣ ବହି ଜବତ କରିବା ସହ ପ୍ରଧାନ ଶିକ୍ଷକଙ୍କୁ ପଚରାଉଚୁରା କରିଥିବା ଜଣାଯାଇଛି। ଏଥିସହ ପୋଲିସ ନାବାଳିକା ଓ ଅଭିଯୁକ୍ତଙ୍କ ଘରେ ପହଞ୍ଚତ୍ ମଧ୍ୟ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଗଲେ ୟୁଟ୍ୟୁବର ମୋନାଲିସା, ବଦ୍ରି

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ବେଆଇନ ଭାବେ ଘରେ ମାଙ୍କଡ଼ ରଖି ସେମାନଙ୍କ ସହ ଫଟୋ ଓ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରୁଥିବା ୟୁଟ୍ୟୁବର...

ବିରଜା ମନ୍ଦିରରେ ପୂଜା ପରେ ସମ୍ବଲପୁର ଗଲେ ପ୍ରଣବ

ଯାଜପୁର ଟାଉନ,୨୯ା୩(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ସମ୍ବଲପୁର ସାଂସଦ ପ୍ରାର୍ଥୀ...

ରାସ୍ତା କାର୍ଯ୍ୟରେ ଅନିୟମିତତା ଅଭିଯୋଗ

କାଳିଆପାଣି,୨୯ା୩(ଅସିତ ମହାନ୍ତ): ଯାଜପୁର ଜିଲା ସୁକିନ୍ଦା ବ୍ଲକର ଖଣି ଅଞ୍ଚଳରେ ବିଭିନ୍ନ ଯୋଜନାରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଏଭଳି...

୫ ମାସ ପରେ ବି ସରିଲାନି ଡିପିଆର୍‌

ଯାଜପୁର,୨୯ା୩ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ରୋଡ୍‌ ରେଳଷ୍ଟେଶନଠାରୁ ଧାମରା ବନ୍ଦର ଭାୟା ଯାଜପୁର ଓ ଆରଡି ପ୍ରସ୍ତାବିତ ନୂତନ ରେଳପଥର ଚୂଡ଼ାନ୍ତ ଲୋକେଶନ ସର୍ଭେ ଏବଂ ଡିଟେଲ...

ରାତିସାରା ଚାଲିଛି ମୋରମ ଲୁଟ୍‌

ଯାଜପୁର/କୋରେଇ(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି),୨୯ା୩ : ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ରାଜସ୍ବ ବିଭାଗଠାରୁ ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ହୋଇଛି।...

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା

ଯାଜପୁର,୨୮ା୩: ୟୁଟ୍ୟୁବର ମୋନାଲିସା ଭଦ୍ର ଯାଜପୁରରୋଡ୍‌ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଗୁରୁବାର ଆତ୍ମସମର୍ପଣ କରିଛନ୍ତି। ମୋନାଲିସା ବନ୍ୟଜନ୍ତୁଙ୍କୁ ଘରେ ରଖି ଭିଡିଓ ପ୍ରସ୍ତୁତ କରି ସୋସିଆଲ...

ଝୁଲି ରହିଲା କୋରେଇ,ବରୀ, ବଡ଼ଚଣା

ଯାଜପୁର,୨୮ା୩(ହର୍ଷବର୍ଦ୍ଧନ ବେହେରା) :ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ବୁଧବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏଥିରେ ୭୨...

ସାହିତ୍ୟ ହେଉଛି ଲେଖକଙ୍କ ବୈଭବ

ଯାଜପୁରରୋଡ୍‌,୨୭ା୩: ଯାଜପୁରରୋଡ୍‌ ସ୍ଥିତ ଉତ୍ସବ ପ୍ୟାଲେସ୍‌ରେ ‘ଅଭିମାନ’ ପ୍ରକାଶନର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ କବି ପ୍ରଭାକର ଶତପଥୀ,ରାଜକିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri