ନାତୁଣୀକୁ ମାଡ଼ ମାରି ଜେଜେ ମା’ ଗିରଫ

ବନ୍ତଳା, ୫।୮(ଡି.ଏନ.ଏ.) ୩ ବଷର୍ର୍ର ନାତୁଣୀକୁ ମାଡ଼ ମାରିବା ଓ ଦୀର୍ଘ ସମୟ ଘରେ ତାଲା ପକାଇ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜେଜେ ମା’। ଏଭଳି ଘଟଣା ରବିବାର ଅନୁଗୋଳ ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। କ୍ଷତାକ୍ତ ଅବସ୍ଥାରେ ପୋଲିସ ଶିଶୁଟିକୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁକନ୍ୟାର ଚିକିତ୍ସା ଚାଲିଥିବା ଜଣାପଡିଛି।
ସୂଚନା ମୁତାବକ, ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼ତରାସ ଗ୍ରାମର ଅସିତ ରାଉତ ସ୍ତ୍ରୀ ଦୀପ୍ତି ରାଉତ(୨୨)ଙ୍କ ୫ ଓ ୩ ବର୍ଷର ଦୁଇ କନ୍ୟା ସନ୍ତାନ ରହିଛନ୍ତି। ବର୍ଷେ ପୂର୍ବରୁ ଦୀପ୍ତିଙ୍କ ମୃତ୍ୟୁ ହୋଇଯାଇଥିବାରୁ ଦୁଇ ଶିଶୁ ବାପା, ଜେଜେ ମା’ ଓ ଜେଜେ ବାପାଙ୍କ ସହ ରହୁଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ, ଜେଜେ ମା’ କୁମୁଦିନୀ ରାଉତ ଶିଶୁଙ୍କୁ ଅଧିକାଂଶ ସମୟରେ ମାର୍‌ପିଟ କରିଥାନ୍ତି। ରବିବାର ସକାଳେ କୁମୁଦିନୀ ତାଙ୍କ ସାନ ନାତୁଣୀକୁ ମାଡ଼ ମାରିବା ସହିତ ଘରେ ପୂରାଇ ତାଲା ପକାଇଦେଇଥିଲେ। ଦୀର୍ଘ ସମୟ ଧରି ତାଲା ନ ଖୋଲିବାରୁ ଅଙ୍ଗନଓ୍ବାଡ଼ି କର୍ମୀ ଓ ସମିତିସଭ୍ୟ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ସହ ଜିଲା ଶିଶୁ ମଙ୍ଗଳ ଅଧିକାରୀ, ବନ୍ତଳା ଥାନା ଆଇଆଇସିଙ୍କୁ ସୂଚନା ଦେଇଥିଲେ। ଗ୍ରାମବାସୀ ଓ ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଶିଶୁକନ୍ୟାକୁ ତାଲା ଖୋଲି ବାହାର କରାଯାଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ସେଠାରୁ ଉଦ୍ଧାର କରି ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରିଥିଲା। ବନ୍ତଳା ଥାନାରେ ଆୟୁସିଏଡବ୍ଲ୍ୟୁ(ଇନଭେଷ୍ଟିଗେଶନ ୟୁନିଟ କ୍ରାଇମ ଏଗେନ୍ସଷ୍ଟ ଓମେନ)ର ଅତିରିକ୍ତ ଏସପି ବସନ୍ତ କୁମାର ପ୍ରଧାନ ପହଞ୍ଚି ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଗ୍ରାମର ତାପସ ସାମଲଙ୍କ ଅଭିଯୋଗ କ୍ରମେ ପୋଲିସ ନଂ. ୧୩୫/୧୯ରେ ମାମଲା ରୁଜୁ କରିବା ସହ ଅପରାହ୍ନରେ କୁମୁଦିନୀଙ୍କୁ ଗିରଫ କରାଯାଇଥିଲା।

ଘଟଣା ସମ୍ପର୍କରେ ଅଙ୍ଗନଓ୍ବାଡ଼ି କର୍ମୀ ବିଦ୍ୟୁତପ୍ରଭା ସିଂ, ସମିତି ସଭ୍ୟା କାମିନୀ ସାମଲ କୁହନ୍ତି, କୁମୁଦିନୀ ଏକ ବାଡିରେ ଶିଶୁଟିକୁ ମାଡ଼ ମାରି ତାଲା ପକାଇଦେଇଥିଲେ। ଶିଶୁଟି ଜୋରରେ କାନ୍ଦିବା ସହ ପାଣି ମାଗିଥିଲା। ହେଲେ କୁମୁଦିନୀ କବାଟ ଖୋଲି ନ ଥିଲେ। ତେଣୁ ଶିଶୁଟିକୁ ବାଳାଶ୍ରମରେ ସୁରକ୍ଷିତ ଛାଡିବାକୁ ସରପଞ୍ଚ ରୁନୁବାଳା ମାଝି, ଗ୍ରାମ ସଭାପତି ଧୂଳିଆ ସାହୁ, ତାପସ ସାମଲ, ବୀରେନ୍ଦ୍ର ସାମଲ, ସୁଶାନ୍ତ ମାଝି, ଆଶୁତୋଷ ଦେବତା, ଲୁଲୁ ମାଝି ପ୍ରମୁଖ ଦାବି କରିଛନ୍ତି। ବାପା ଅସିତ କୁହନ୍ତି, ମୋ ଅନୁପସ୍ଥିତିରେ ମା’ ବାଡେଇଛନ୍ତି। ମୁଁ ଏ ବିଷୟରେ ଜାଣି ନ ଥିଲି। ଆଗରୁ କେବେ ବାଡେଇବା ଜାଣିନି। ଝିଅକୁ ମୋ ପାଖରେ ରଖିବି। ଏ ନେଇ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୌରୀଶଙ୍କର ବେହେରା କହିଛନ୍ତି, ସୂଚନା ପାଇବା ପରେ ତୁରନ୍ତ ଆଇଆଇସିଙ୍କୁ ଜଣାଇ ଦିଆଯାଇଥିଲା। ପୋଲିସ ଶିଶୁକୁ ଉଦ୍ଧାର କରି ମହିଳା ପୋଲିସ ଦ୍ୱାରା ଶିଶୁ ମଙ୍ଗଳ ଅଧିକାରୀଙ୍କ ପାଖରେ ହାଜର କରିଥିଲେ। ଶିଶୁଟି ସୁସ୍ଥ ହେଲା ପରେ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri