ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲରେ ଗଣବଳାତ୍କାର -ଭିଡିଓ ଭାଇରାଲ ପରେ ପୀଡିତା ଥାନାରେ ଅଭିଯୋଗ କଲେ

ଜୁନାଗଡ଼,୨୪।୯(ଡି.ଏନ.ଏ.)
କଳାହାଣ୍ଡି ଜିଲାରେ ଏକ ଗଣ ବଳାତ୍କାର ଘଟଣା ଘଟିଛି। ଜଣେ ନର୍ସିଂ ଛାତ୍ରୀଙ୍କୁ ଲିଫ୍ଟ ଦେବା ଆଳରେ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯାଇଛି ା ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ା ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧର ଗୁରୁତର ସହ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ୩ଟି ସ୍କ୍ବାଡ ଗଠନ କରିଛନ୍ତି। ସୋମବାର ସୁଦ୍ଧା ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଟକ ବ୍ୟକ୍ତିଙ୍କୁ ଧରି ଏସ୍‌ପି ବି.ଗଙ୍ଗାଧର ଫରେନସିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗଣବଳାତ୍କାର ଶିକାର ହୋଇଥିବା ଛାତ୍ରୀ ଜଣକ ଜୁନାଗଡର ଏକ ଘରୋଇ ନର୍ସିଂ କେନ୍ଦ୍ରରେ ତାଲିମ ନେଉଥିଲେ ା ପ୍ରତିଦିନ ସେ ଏକ ଘରୋଇ ବସ୍‌ରେ ଘରୁ ଜୁନାଗଡକୁ ଯାତାୟାତ କରିଥାନ୍ତି। ଗତ ୧୪ ତାରିଖ ଦିନ ସେ ଚିକିତ୍ସା ପାଇଁ ଭବାନୀପାଟଣାକୁ ଯାଇଥିଲେ। ସେଠାରୁ ଅପରାହ୍ନ ୧.୪୫ରେ ଭବାନୀପାଟଣା ବସଷ୍ଟାଣ୍ଡ ରାସ୍ତାକଡରେ ଠିଆ ହୋଇ ବସ୍‌କୁ ଅପେକ୍ଷା କରିଥିଲେ। ଏହି ସମୟରେ ସେ ଯାତାୟାତ କରୁଥିବା ଘରୋଇ ବସ୍‌ର ଡ୍ରାଇଭରଙ୍କ ସହ ତାଙ୍କର ଦେଖା ହୋଇଥିଲା। କୋକସରାକୁ ଆଉ ବସ୍‌ ନାହିଁ ା ତାଙ୍କ ସହ ଆଉ କେହି ଆସି ନ ଥିବା ଛାତ୍ରୀ ଜଣକ ଡ୍ରାଇଭରଙ୍କୁ କହିଥିଲେ। ତୁମେ ମୋ ବାଇକ୍‌ରେ ଆସ ମୁଁ ତୁମକୁ ଘରେ ଛାଡି ଦେବି ବୋଲି ଡ୍ରାଇଭର ତାଙ୍କୁ କହିଥିଲେ। ଡ୍ରାଇଭରଙ୍କ କଥାରେ ବିଶ୍ୱାସ କରି ଛାତ୍ରୀ ଜଣକ ତାଙ୍କ ବାଇକ୍‌ରେ ଆସିଥିଲେ। ଏହି ସମୟରେ ଡ୍ରାଇଭରଙ୍କୁ ଅନ୍ୟ କାହାର ଫୋନକଲ ଆସିଥିଲା। ମୁଁ ଆସୁଛି କହି ଡ୍ରାଇଭର ଫୋନ୍‌ କାଟି ଦେଇଥିଲେ। ଜୁନାଗଡ ନିକଟସ୍ଥ ବନମାଳୀପୁରଠାରେ ଡ୍ରାଇଭର ନିଜ ବାଇକ୍‌ ଗତିକୁ ମନ୍ଥର କରି ଦେଇଥିଲେ । ଏହାର କିଛି ସମୟ ପରେ ଘଟଣାସ୍ଥଳରେ ୬ରୁ ୭ ଜଣ ବ୍ୟକ୍ତି ପହଞ୍ଚତ୍ ଛାତ୍ରୀଙ୍କ ମୁହଁରେ କପଡା ଘୋଡେଇ ନିକଟସ୍ଥ ଘନା ଜଙ୍ଗଲକୁ ଟେକି ନେଇଥିଲେ। ଏହାପରେ ସେମାନେ ତାଙ୍କୁ ଛୁରୀ ଦେଖାଇ ଜଣକ ପରେ ଜଣେ ବଳାକତ୍ାର କରିଥିଲେ। ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ। ଏପରିକି ଜଣେ ବ୍ୟକ୍ତି ଉକ୍ତ ଘଟଣାର ଭିଡିଓ ସୁଟିଂ କରୁଥିଲେ। ବହୁ କଷ୍ଟରେ ଛାତ୍ରୀ ଜଣକ ସେମାନଙ୍କ କବଳରୁ ଆସି ରାସ୍ତାରେ ପହଞ୍ଚତ୍ ଥିଲେ ା ଏହାର କିଛି ସମୟ ପରେ ଉକ୍ତ ବସ୍‌ ଡ୍ରାଇଭର ତାଙ୍କ ପାଖକୁ ଆସିଥିଲେ। ଏ ସମ୍ପର୍କରେ ପୀଡିତା ଥାନାରେ ଏତଲା ଦେବା ପାଇଁ କହୁଥିଲେ ମଧ୍ୟ ସେ ମନା କରିଥିଲେ। ଏହି ଘଟଣା ପ୍ରଘଟ ହେଲେ ତୁମର ଇଜ୍ଜତ ଯିବ ବୋଲି ସେ ପୀଡିତାଙ୍କୁ କହିଥିଲେ। ହେଲେ ଏହାର କିଛିଦିନ ପରେ ଅଭିଯୁକ୍ତମାନେ ଉକ୍ତ ଭିଡିଓକୁ ଭାଇରାଲ କରି ଦେଇଥିଲେ। ଏ କଥା ଜଣାପଡିବା ପରେ ପୀଡିତା ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଏତଲା ଦେଇଛନ୍ତି। ସମ୍ପୃକ୍ତ ବସ୍‌ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଏ ନେଇ ଜୁନାଗଡ ଥାନାରେ ଏକ ମାମଲା (ନଂ. ୨୨୪/୧୯) ରୁଜୁ ହୋଇଛି। ଏହି ଘଟଣାରେ ବସ୍‌ ଡ୍ରାଇଭର ସାମିଲ ଥିବା ଓ ଅଭିଯୁକ୍ତଙ୍କ ପ୍ରତି ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୀଡିତାଙ୍କ ବାପା ଦାବି କରିଛନ୍ତି। ଏ ନେଇ କଳାହାଣ୍ଡି ଏସ୍‌ପି ବି ଗଙ୍ଗାଧରଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଖୁବଶୀଘ୍ର ଘଟଣାର ଫର୍ଦ୍ଦାଫାଶ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?