Posted inରାଜ୍ୟ

ନଭେମ୍ବର ୩ରୁ ରେଲ୍‌ଓ୍ବେର ରାମାୟଣ ସର୍କିଟ ଟୁର୍‌: ଭାରତ ଓ ଶ୍ରୀଲଙ୍କାରେ ତୀର୍ଥ ଭ୍ରମଣର ସୁଯୋଗ; ଭାରତ ପାଇଁ ୧୬୦୬୫, ଶ୍ରୀଲଙ୍କା ପାଇଁ ୩୬୯୫୦ ଟଙ୍କା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାମାୟଣ କଥାବସ୍ତୁର ପ୍ରତ୍ୟକ୍ଷ ଅନୁଭବ ତଥା ତୀର୍ଥ ଯାତ୍ରା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଲାଗି ଖୁସି ଖବର। ବିଳାସପୂର୍ଣ୍ଣ ରେଳ ଓ ବିମାନରେ ଭାରତ ଓ ଶ୍ରୀଲଙ୍କାରେ ଥିବା ରାମଙ୍କ ସହ ଜଡ଼ିତ ତୀର୍ଥସ୍ଥାନ ବୁଲିବା ପାଇଁ ସୁଯୋଗ ଆଣିଦେଇଛି ଭାରତୀୟ ରେଳପଥ। ଏଥିପାଇଁ ରେଳପଥ ପକ୍ଷରୁ ଆସନ୍ତା ନଭେମ୍ବର ୩ରୁ ‘ରାମାୟଣ ସର୍କିଟ ଟୁର’ ଆରମ୍ଭ ହେବାକୁ ଯାଉଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି ଯାତ୍ରା ସଫଳ ହେବାରୁ ଚଳିତବର୍ଷ ପୁନର୍ବାର ଆୟୋଜନ କରାଯାଉଥିବା ଆଇଆର୍‌ସିଟିସି ସୂଚନା ଦେଇଛି। ଏହି ଯାତ୍ରାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି। ତୀର୍ଥଯାତ୍ରୀମାନେ ଭାରତରେ ବିଳାସପୂର୍ଣ୍ଣ ଟ୍ରେନ୍‌ରେ ଭ୍ରମଣ କରିବେ। ପରେ ଚେନ୍ନାଇରୁ ବିମାନଯୋଗେ ସେମାନଙ୍କୁ ଶ୍ରୀଲଙ୍କା ନିଆଯିବ। ଗତବର୍ଷ ୪ଟି ପ୍ୟାକେଜରେ ଏହି ବ୍ୟବସ୍ଥା ହୋଇଥିବାବେଳେ ଚଳିତବର୍ଷ ଦୁଇଟି ପ୍ୟାକେଜ ରହିଛି। ପ୍ରଥମ ପ୍ୟାକେଜ୍‌ଟି ‘ରାମାୟଣ ଯାତ୍ରା’ ଟ୍ରେନ୍‌ ନଭେମ୍ବର ୩ରୁ ରାଜସ୍ଥାନର ଜୟପୁରଠାରୁ ଯାତ୍ରା ଆରମ୍ଭ କରିବ। ଦ୍ୱିତୀୟଟି ‘ରାମାୟଣ ଏକ୍ସପ୍ରେସ୍‌’ ଟ୍ରେନ ନଭେମ୍ବର ୧୮ରୁ ମଧ୍ୟପ୍ରଦେଶର ଇନ୍ଦୋରଠାରୁ ଯାତ୍ରା ଆରମ୍ଭ କରିବ। ୧୬ଦିନ ଓ ୧୭ ରାତି ବିଶିଷ୍ଟ ଏହି ପ୍ୟାକେଜଟି ଭାରତରେ ଅଯୋଧ୍ୟାର ରାମ ଜନ୍ମଭୂମି ଓ ହନୁମାନ ଗଢ଼ି, ନନ୍ଦିଗ୍ରାମର ଭରତ ମନ୍ଦିର, ବିହାର ସୀତାମଢ଼ିସ୍ଥିତ ସୀତାମାତା ମନ୍ଦିର, ବାରାଣସୀର ତୁଳସୀ ମାନସ ମନ୍ଦିର ଓ ସଙ୍କଟମୋଚନ ମନ୍ଦିର, ଉତ୍ତରପ୍ରଦେଶ ସୀତାମଢ଼ିସ୍ଥିତ ସୀତା ସମାହିତ ସ୍ଥଳ, ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ, ହନୁମାନ ମନ୍ଦିର, ଭରଦ୍ୱାଜ ଆଶ୍ରମ, ଶୃଙ୍ଗବେରପୁରର ଶୃଙ୍ଗଋଷି ମନ୍ଦିର, ଚିତ୍ରକୂଟର ରାମଘାଟ, ସତୀ ଅନସୂୟା ମନ୍ଦିର, ନାଶିକ୍‌ର ପଞ୍ଚବଟୀ, ହାମ୍ପିର ଅଞ୍ଜନାଦ୍ରି ପର୍ବତ, ହନୁମାନ ଜନ୍ମସ୍ଥଳ ଓ ରାମେଶ୍ୱରମର ଜ୍ୟୋତିର୍ଲିଙ୍ଗ ଶିବମନ୍ଦିର ଭ୍ରମଣ କରିବାର ବ୍ୟବସ୍ଥା ରହିଛି। ସେହିପରି ଶ୍ରୀଲଙ୍କାରେ ମୁନ୍ନେଶ୍ୱରମ ଓ ମୁନ୍ନାବରୀର ସୀତାମାତା ମନ୍ଦିର, ଅଶୋକ ବାଟିକା, ବିଭୀଷଣ ମନ୍ଦିର, ପ୍ରସିଦ୍ଧ ଶିବମନ୍ଦିର ପ୍ରମୁଖ ସ୍ଥାନ ରହିଛି। ଭାରତରେ ଭ୍ରମଣ ପାଇଁ ଏହି ପ୍ୟାକେଜ ଜଣକ ପିଛା ୧୬ ହଜାର ୬୫ ଟଙ୍କା ଥିବାବେଳେ ଶ୍ରୀଲଙ୍କା ପାଇଁ ୩୬ ହଜାର ୯୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ଏହି ଦୁଇ ପ୍ୟାକେଜ ପରେ ମଦୁରାଇରୁ ଆଉ ଏକ ଟ୍ରେନ୍‌ ପ୍ୟାକେଜରେ ସାମିଲ ହେବାର ଯୋଜନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

ଆଗକୁ ପଞ୍ଚାୟତ ନିର୍ବାଚନ: ଜିତିବା ପାଇଁ ଭାଜପା କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ

ଭୁବନେଶ୍ୱର,୪ା୧୦: ରାଜ୍ୟରେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ। ଗ୍ରାମାଞ୍ଚଳରେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବା ଏବଂ ନିର୍ବାଚନୀ ମଇଦାନରେ ସଫଳତା ହାସଲ କରିବା ପାଇଁ ଭାରତୀୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?