ନବବଧୂଙ୍କୁ ହତ୍ୟାକରି ପୋଡ଼ିଦେଲେ

ଭଞ୍ଜନଗର,୧୯।୧୦(ଡି.ଏନ.ଏ) -ଭଞ୍ଜନଗର ସହର ବଡ଼ତୋଟାସାହିର ନବବଧୂ ଆରତୀ ନାହାକ (୩୦)ଙ୍କୁ ହତ୍ୟାକରି ଶ୍ୱଶୁରଘର ଲୋକେ ବୁଧବାର ପୋଡ଼ି ଦେଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କରିଛନ୍ତି ଆରତୀଙ୍କ ଭାଇ। ନଂ.୩୫୧।୧୯ରେ ଏକ ଯୌତୁକ ଜନିତ ହତ୍ୟା ମାମଲା ରୁଜୁକରି ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ। ଏଥିସହ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍‌ ଟିମ୍‌ ଶୁକ୍ରବାର ଘଟଣାର ତଦନ୍ତ କରି ଫେରିଯାଇଛି। ପୋଲିସ ଶ୍ମଶାନଘାଟରୁ ହାଡ଼ ପାଉଁଶ ଜବତ କରିଛି। ଏହି ମାମଲାରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ପୋଲସରାର ଆରତୀ କିଛିବର୍ଷ ପୂର୍ବେ ତୋଟାସାହିର ରଞ୍ଜିତ ନାହାକଙ୍କୁ ବିବାହ କରିଥିଲେ। ଗତ ବୁଧବାର ପ୍ରତ୍ୟୁଷରେ ଆରତୀ ମୃତ୍ୟୁବରଣ କରିଥିବା ନେଇ ପ୍ରାୟ ସାଢ଼େ ୭ଟାରେ ଶ୍ୱଶୁରଘର ଲୋକେ ଆରତୀଙ୍କ ଭାଇ ଗୌତମଙ୍କୁ ଖବର ଦେଇଥିଲେ। ଗୌତମଙ୍କ ପରିବାର ଲୋକେ ଅପରାହ୍ନରେ ଭଞ୍ଜନଗରରେ ପହଞ୍ଚତ୍ ଦେଖିବାବେଳକୁ ଆରତୀଙ୍କୁ ପୋଡ଼ି ଦିଆଯାଇଛି। ତେଣୁ ଗୌତମଙ୍କ ସନ୍ଦେହ ବଢ଼ିଥିଲା। ଏହାପରେ ଗୌତମ ଓ ସାଥିରେ ଆସିଥିବା ଅନ୍ୟମାନେ ଫେରିଯାଇଥିଲେ। ଆରତୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଗୌତମ ଶୁକ୍ରବାର ଭଞ୍ଜନଗରରେ ଥାନାରେ ଅଭିଯୋଗ କରିବା ପରେ ଏସ୍‌.ଆଇ. ନିରଞ୍ଜନ ଦାସ ଘଟଣାର ତଦନ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ…

ଦିଗପହଣ୍ଡି,୧୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ରବିବାର ସନ୍ଧ୍ୟା ପ୍ରାୟ…

ଭାରସାମ୍ୟ ହରାଇ ଗଛକୁ ପିଟିଲା ବୁଲେଟ୍, ୩….

ଭଞ୍ଜନଗର,୧୪।(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସୋରଡ଼ା ରାସ୍ତାର କଣ୍ଟେଇପଲ୍ଲୀ ଛକ ନିକଟରେ ଥିବା ଜଳଭଣ୍ଡାର ଗୋଲେଇ ଠାରେ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri