ଧୋନୀଙ୍କୁ ଆଇସିସିର ଭୂୟସୀ ପ୍ରଶଂସା

ଲିଡ୍ସ,୭।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନଙ୍କ ପ୍ରଶଂସାରେ ଶତମୁଖ ହୋଇଛି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)। ଧୋନୀ ଭାରତୀୟ କ୍ରିକେଟର ରୂପରେଖରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜଣେ ଅଧିନାୟକ ଓ ଖେଳାଳି ହିସାବରେ ଧୋନୀ ଭାରତ ପାଇଁ ସବୁ ପ୍ରକାର ସଫଳତା ହାସଲ କରିଛନ୍ତି। ଧୋନୀ ୨୦୧୧ ବିଶ୍ୱକପ୍‌ ଜିତିବା ସହ ୨୦୦୭ ଟି୨୦ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ମଧ୍ୟ ହାସଲ କରିଛନ୍ତି। ରବିବାର ୩୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଆଇସିସି ତରଫରୁ ଧୋନୀଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି। ଧୋନୀଙ୍କ ସଫଳତା ନେଇ ଆଇସିସି ଏକ ଭିଡିଓ ପୋଷ୍ଟ କରିଛି।
ଧୋନୀ ଭାରତୀୟ କ୍ରିକେଟରେ ପରିବର୍ତ୍ତନ ଆଣିଛନ୍ତି। ବିଶ୍ୱସାରା ତାଙ୍କ ଦ୍ୱାରା ଅନୁପ୍ରାଣିତ ଓ ପ୍ରେରଣା ପାଇଛନ୍ତି। ସେ ଜଣେ ମହାନ କ୍ରିକେଟର ଓ ଧୋନୀଙ୍କ ଆଗାମୀ ପିଢ଼ି ପାଇଁ ଜ୍ୱଳନ୍ତ ଛାପ ଛାଡିଯିବେ ବୋଲି ଆଇସିସି ତା’ର ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ଏହି ଭିଡିଓରେ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ସୁପରଷ୍ଟାର ବିରାଟ କୋହଲି ଧୋନୀଙ୍କ ଉପରେ ନିଜର ମତ ରଖୁଥିବାର ଦେଖାଯାଇଛି। ଭାରତୀୟ କ୍ରିକେଟରେ ଧୋନୀଙ୍କ ପ୍ରଭାବ ନେଇ ଏହି ଦୁଇ କ୍ରିକେଟର ମତ ରଖିଛନ୍ତି। ବାହାରକୁ ଧୋନୀ ଯେଭଳି ଦେଖାଯାଆନ୍ତି ପ୍ରକୃତରେ ସେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସବୁବେଳେ ଧୀର ଓ ଶାନ୍ତ ମନେ ହେଉଥିବା ଧୋନୀଙ୍କଠାରୁ ବହୁତ କିଛି ଶିକ୍ଷା କରିବାର ଅଛି ବୋଲି କୋହଲି କହିଛନ୍ତି। ସେ ମୋର ଅଧିନାୟକ ଥିଲେ ଓ ଆଗକୁ ମଧ୍ୟ ମୋର ଅଧିନାୟକ ରହିବେ। ଆମ ମଧ୍ୟରେ ବୁଝାମଣା ଉଚ୍ଚକୋଟୀର ରହି ଆସିଛି। ସବୁବେଳେ ତାଙ୍କ ପରାମର୍ଶ ଶୁଣିଥାଏ ଓ ଉପଦେଶକୁ ମାନିଥାଏ ବୋଲି କୋହଲି ଧୋନୀଙ୍କୁ ପ୍ରଶଂସା କରି କହିଛନ୍ତି।
୨୦୧୬ରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିଲି। ସେତେବେଳେ ଧୋନୀ ଅଧିନାୟକ ଥିଲେ। ସାରା ଦଳ ଉପରେ ତାଙ୍କର ପ୍ରଭାବ ଥିଲା ଓ ସମସ୍ତେ ତାଙ୍କ କଥା ଶୁଣୁଥିଲେ ବୋଲି ବୁମରା କହିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଧୋନୀଙ୍କୁ ତାରିଫ କରିଛନ୍ତି। ଧୋନୀଙ୍କ ଭଳି କେହି ଭଲ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଅବସରରେ ଷ୍ଟୋକ୍ସ ରାଇଜିଂ ପୁନେ ଜାଏଣ୍ଟ୍ସ ପାଇଁ ଧୋନୀଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଜଣେ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ହିସାବରେ ଧୋନୀଙ୍କ ସଫଳତା ଦୃଷ୍ଟାନ୍ତମୁଲକ । ତାଙ୍କ ଭଳି କେହି ହୋଇପାରିବେ ନାହିଁ ବୋଲି ଷ୍ଟୋକ୍ସ କହିଛନ୍ତି।
ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ମଧ୍ୟ ଧୋନୀଙ୍କ ତାରିଫ କରିଛନ୍ତି। ଧୋନୀଙ୍କର ମୁଁ ଜଣେ ପ୍ରଶଂସକ। ଧୋନୀଙ୍କୁ ଆଦର୍ଶମାନି ବଡ଼ ହୋଇଛି ବୋଲି ବଟଲର କହିଛନ୍ତି। ପଡିଆରେ ତାଙ୍କ ବ୍ୟକ୍ତିତ୍ୱ ପ୍ରୋରଣାଦାୟକ। ପଡିଆରେ ସେ ବେଶ୍‌ ଶାନ୍ତ ମନେହୁଅନ୍ତି। ସେ କ୍ରିକେଟର ଜଣେ ବଡ଼ ଆମ୍ବାସାଡାର ଓ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ବଟଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri