ଧୋନୀଙ୍କୁ ଆଇସିସିର ଭୂୟସୀ ପ୍ରଶଂସା

ଲିଡ୍ସ,୭।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନଙ୍କ ପ୍ରଶଂସାରେ ଶତମୁଖ ହୋଇଛି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)। ଧୋନୀ ଭାରତୀୟ କ୍ରିକେଟର ରୂପରେଖରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜଣେ ଅଧିନାୟକ ଓ ଖେଳାଳି ହିସାବରେ ଧୋନୀ ଭାରତ ପାଇଁ ସବୁ ପ୍ରକାର ସଫଳତା ହାସଲ କରିଛନ୍ତି। ଧୋନୀ ୨୦୧୧ ବିଶ୍ୱକପ୍‌ ଜିତିବା ସହ ୨୦୦୭ ଟି୨୦ ବିଶ୍ୱକପ୍‌, ଚାମ୍ପିୟନ୍ସ ଟ୍ରଫି ମଧ୍ୟ ହାସଲ କରିଛନ୍ତି। ରବିବାର ୩୮ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ବେଳେ ଆଇସିସି ତରଫରୁ ଧୋନୀଙ୍କୁ ବେଶ୍‌ ପ୍ରଶଂସା କରାଯାଇଛି। ଧୋନୀଙ୍କ ସଫଳତା ନେଇ ଆଇସିସି ଏକ ଭିଡିଓ ପୋଷ୍ଟ କରିଛି।
ଧୋନୀ ଭାରତୀୟ କ୍ରିକେଟରେ ପରିବର୍ତ୍ତନ ଆଣିଛନ୍ତି। ବିଶ୍ୱସାରା ତାଙ୍କ ଦ୍ୱାରା ଅନୁପ୍ରାଣିତ ଓ ପ୍ରେରଣା ପାଇଛନ୍ତି। ସେ ଜଣେ ମହାନ କ୍ରିକେଟର ଓ ଧୋନୀଙ୍କ ଆଗାମୀ ପିଢ଼ି ପାଇଁ ଜ୍ୱଳନ୍ତ ଛାପ ଛାଡିଯିବେ ବୋଲି ଆଇସିସି ତା’ର ଟ୍ବିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛି। ଏହି ଭିଡିଓରେ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ସୁପରଷ୍ଟାର ବିରାଟ କୋହଲି ଧୋନୀଙ୍କ ଉପରେ ନିଜର ମତ ରଖୁଥିବାର ଦେଖାଯାଇଛି। ଭାରତୀୟ କ୍ରିକେଟରେ ଧୋନୀଙ୍କ ପ୍ରଭାବ ନେଇ ଏହି ଦୁଇ କ୍ରିକେଟର ମତ ରଖିଛନ୍ତି। ବାହାରକୁ ଧୋନୀ ଯେଭଳି ଦେଖାଯାଆନ୍ତି ପ୍ରକୃତରେ ସେ କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ସବୁବେଳେ ଧୀର ଓ ଶାନ୍ତ ମନେ ହେଉଥିବା ଧୋନୀଙ୍କଠାରୁ ବହୁତ କିଛି ଶିକ୍ଷା କରିବାର ଅଛି ବୋଲି କୋହଲି କହିଛନ୍ତି। ସେ ମୋର ଅଧିନାୟକ ଥିଲେ ଓ ଆଗକୁ ମଧ୍ୟ ମୋର ଅଧିନାୟକ ରହିବେ। ଆମ ମଧ୍ୟରେ ବୁଝାମଣା ଉଚ୍ଚକୋଟୀର ରହି ଆସିଛି। ସବୁବେଳେ ତାଙ୍କ ପରାମର୍ଶ ଶୁଣିଥାଏ ଓ ଉପଦେଶକୁ ମାନିଥାଏ ବୋଲି କୋହଲି ଧୋନୀଙ୍କୁ ପ୍ରଶଂସା କରି କହିଛନ୍ତି।
୨୦୧୬ରେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିଲି। ସେତେବେଳେ ଧୋନୀ ଅଧିନାୟକ ଥିଲେ। ସାରା ଦଳ ଉପରେ ତାଙ୍କର ପ୍ରଭାବ ଥିଲା ଓ ସମସ୍ତେ ତାଙ୍କ କଥା ଶୁଣୁଥିଲେ ବୋଲି ବୁମରା କହିଛନ୍ତି। ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ମଧ୍ୟ ଧୋନୀଙ୍କୁ ତାରିଫ କରିଛନ୍ତି। ଧୋନୀଙ୍କ ଭଳି କେହି ଭଲ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବା ଅବସରରେ ଷ୍ଟୋକ୍ସ ରାଇଜିଂ ପୁନେ ଜାଏଣ୍ଟ୍ସ ପାଇଁ ଧୋନୀଙ୍କ ସହ ଡ୍ରେସିଂରୁମ୍‌ ଶେୟାର କରିଥିଲେ। ଜଣେ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ହିସାବରେ ଧୋନୀଙ୍କ ସଫଳତା ଦୃଷ୍ଟାନ୍ତମୁଲକ । ତାଙ୍କ ଭଳି କେହି ହୋଇପାରିବେ ନାହିଁ ବୋଲି ଷ୍ଟୋକ୍ସ କହିଛନ୍ତି।
ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ମଧ୍ୟ ଧୋନୀଙ୍କ ତାରିଫ କରିଛନ୍ତି। ଧୋନୀଙ୍କର ମୁଁ ଜଣେ ପ୍ରଶଂସକ। ଧୋନୀଙ୍କୁ ଆଦର୍ଶମାନି ବଡ଼ ହୋଇଛି ବୋଲି ବଟଲର କହିଛନ୍ତି। ପଡିଆରେ ତାଙ୍କ ବ୍ୟକ୍ତିତ୍ୱ ପ୍ରୋରଣାଦାୟକ। ପଡିଆରେ ସେ ବେଶ୍‌ ଶାନ୍ତ ମନେହୁଅନ୍ତି। ସେ କ୍ରିକେଟର ଜଣେ ବଡ଼ ଆମ୍ବାସାଡାର ଓ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ବୋଲି ବଟଲର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri