ଧାନ ବୋଝେଇ ଟ୍ରକ୍‌କୁ ୫୮,୦୪୦ ଟଙ୍କା ଜରିମାନା

ତିହିଡ଼ି,୨୩।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ନିଶ୍ଚିନ୍ତପୁର ସମବାୟ ସମିତିରୁ ଧାନ ବୋଝେଇ କରି ଯାଉଥିବା ଏକ ଟ୍ରକ୍‌କୁ ଆଂଚଳିକ ପରିବହନ କାର୍ୟାଳୟ(ଆରଟିଓ) ପକ୍ଷରୁ ୫୮, ୦୪୦ ଟଙ୍କା ଜରିମାନା କରାଯାଇଛି। ଟ୍ରକ୍‌ର କାଗଜପତ୍ର ଠିକ୍‌ ନ ଥିବାବେଳେ ଚାଳକଙ୍କ ଲାଇସେନ୍ସ ନ ଥିବାରୁ ଜରିମାନା କରାଯାଇଥିବା ପରିବହନ ବିଭାଗ ସୂଚନା ଦେଇଛି।
ପ୍ରକାଶ ଯେ, ଗତ ମଙ୍ଗଳବାର ରାତିରେ ଏହି ସମବାୟ ସମିତିରୁ ୨ଶହ ବସ୍ତା ଧାନ ବୋଝେଇ କରି ଟ୍ରକ୍‌(ନଂ.ଏମଏଚ୍‌୧୬ସିସି ୭୪୭୪) ସମ୍ବଲପୁରସ୍ଥିତ ଭେଙ୍କେଟେଶ୍ୱର ରାଇସ୍‌ ମିଲ୍‌କୁ ଯାଉଥିଲା। ତିହିଡ଼ି ଗ୍ରାମରେ କେତେଜଣ ଯୁବକ ଗାଡ଼ିକୁ ଅଟକାଇ ଚାନ୍ଦା ମାଗିଥିଲେ। ଏ ସମ୍ପର୍କରେ ଗାଡ଼ି ଡ୍ରାଇଭରଙ୍କଠାରୁ ସୂଚନା ପାଇ ସମବାୟ ସମିତି ସମ୍ପାଦିକା ଗୀତାଞ୍ଜଳି ଦାସ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏହି ଘଟଣାରେ ଏକ ମାମଲା(ନଂ.୨୪/୨୦) ରୁଜୁ କରି ବୁଧବାର ତିହିଡ଼ି ଗ୍ରାମର ନିର୍ମଳ ବେହେରାଙ୍କୁ ଗିରଫ କରିଥିଲା। ପରେ ପୋଲିସ ସନ୍ଦେହରେ ଟ୍ରକ୍‌କୁ ଅଟକ ରଖି ଗାଡ଼ିର କାଗଜପତ୍ର ଯାଞ୍ଚ ପାଇଁ ପରିବହନ ବିଭାଗକୁ ଖବର ଦେଇଥିଲା। ଏମ୍‌ଭିଆଇ ବିପ୍ର ଚରଣ ଚୌଧୁରୀ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ଥାନାକୁ ଆସି ଯାଞ୍ଚ କରିବାରୁ ଟ୍ରକ୍‌ର କାଗଜପତ୍ର ଠିକ୍‌ ନ ଥିବା ଜଣାପଡ଼ିଥିଲା। ଗାଡ଼ିକୁ ଥାନାରେ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

ପ୍ରତାପ ଷଡଙ୍ଗୀଙ୍କୁ ନିଜ ଦଳର କର୍ମୀ ଚେତାବନୀ, ଏମିତି ନ କଲେ ନିର୍ବାଚନମଣ୍ଡଳୀରେ ପୂରାଇ ଦିଆଯିବ ନାହିଁ

ବାଲେଶ୍ୱର,୧୪।୪(ମାନସ ବିଶ୍ୱାଳ)- ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀଙ୍କୁ ବିରୋଧ କରାଯାଇଛି। ଏନେଇ ବାଲେଶ୍ୱର ସହର ସହଦେବଖୁଣ୍ଟାସ୍ଥିତ ଏକ ଘରୋଇ...

ଚିଙ୍ଗୁଡ଼ି ଘେରିରେ ଏସିଡ୍‌ ଢାଳି ଯୁବକଙ୍କୁ ହତ୍ୟା

ରୂପସା,୧୪।୪(ବାଞ୍ଛାନିଧି ଦେ)ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଗନ୍ଧିଆ ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri