ଧାନ ବିକା ପାଉଣା ନ ପାଇ ଚାଷୀ ହତାଶ: ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୧୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକରେ ଧାନ ବିକି ଗତ ଏପ୍ରିଲ ମାସରୁ ୩୭ ଜଣ ଚାଷୀ ଏଯାଏ ବକେୟା ପ୍ରାପ୍ୟ ପାଇ ନାହାନ୍ତି। ୨୧୦୦ କୁଇଣ୍ଟାଲ ଧାନ ବିକ୍ରି ସଂକ୍ରାନ୍ତ ତଥ୍ୟ ସରକାରୀ ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁ ନାହିଁ ା ବାରମ୍ବାର ପ୍ରତିବାଦ, ଆନ୍ଦୋଳନ କରି ପ୍ରାପ୍ୟ ନ ପାଇବାରୁ ଚାଷୀମାନେ ସରସଦା ପ୍ରାଥମିକ କୃଷି ସମବାୟ ସମିତିକୁ ଦୁଇଦିନ ହେବ ତାଲା ପକାଇ ରଖିଛନ୍ତି। ସେମାନେ ସମିତି ଆଗରେ ମଙ୍ଗଳବାର ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ କିଣିଥିବା ମିଲର ଓ ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ନ ଥିବା କାରଣରୁ ଏହି ସମସ୍ୟା ଜଟିଳ ରୂପ ନେଇଥିବା କୁହାଯାଇଛି।
ଧାନ ବିକି ପ୍ରାପ୍ୟ ପାଇ ନ ଥିବା ଚାଷୀମାନେ ଦର୍ଶାଇଛନ୍ତି ଯେ, ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ସେମାନଙ୍କୁ ପାଉଣା ମିଳି ପାରି ନାହିଁ ା ପୂର୍ବରୁ ସେମାନେ ା ତିନିଥର ସମିତିରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏହାମଧ୍ୟରେ ୪୭ ଜଣ ଚାଷୀ ପ୍ରାପ୍ୟ ପାଇଥିବା ବେଳେ ଆହୁରି ୩୭ ଚାଷୀ ଏହା ପାଇ ନାହାନ୍ତି। ଏଣୁ ପ୍ରତିବାଦ ସ୍ବରୂପ ସେମାନେ ସୋମବାର ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ମଙ୍ଗଳବାର ୨ୟ ଦିନରେ ମଧ୍ୟ ତାଲା ପକାଇଛନ୍ତି। ଯେଉଁ ୨୧୦୦ କୁଇଣ୍ଟାଲ ଧାନ ବିକ୍ରି ତଥ୍ୟ ସରକାରୀ ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁନି ତାହା ପ୍ରାୟ ୪୩ ଜଣ ଚାଷୀଙ୍କର ବୋଲି ଜଣାପଡିଛି। କୌଶଳକ୍ରମେ ବିଭାଗୀୟ ଅଧିକାରୀ ଏକ୍ଷେତ୍ରରେ ହେରଫେର କରିଥିବା ଚାଷୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ବ୍ଲକ ଅଧୀନ ଅନ୍ୟ ସମବାୟ ସମିତିର ଚାଷୀ ଧାନ ବିକ୍ରି ବାବଦ ପାଉଣା ପାଇସାରିଥିବା ବେଳେ ଏହି ସମିତିରେ ଧାନ ବିକି ଭେଣ୍ଡର ରସିଦ୍‌ ପାଇଥିବା ଚାଷୀ ଅର୍ଥ ପାଇ ନ ପାରିବା ଏକ ବିଡମ୍ବନା । ଏ ସମ୍ପର୍କରେ ସମିତି ସମ୍ପାଦକ ଅଜୟ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଯେଉଁମାନେ ଭେଣ୍ଡର ରସିଦ ପାଇଛନ୍ତି ସେମାନେ ପାଉଣା ପାଇଗଲେଣି। ଯେଉଁ ଚାଷୀଙ୍କର ପ୍ରାପ୍ୟ ବାକି ଅଛି, ସେମାନଙ୍କୁ ଶୀଘ୍ର ମିଳିଯିବ। ଯେଉଁ ୨୧୦୦ କୁଇଣ୍ଟାଲ ଧାନର ହିସାବ ମିଳୁ ନ ଥିବା କଥା ଉଠୁଛି ଚାଷୀମାନେ ସେହି ଧାନ ମିଲରକୁ ଦେଇଛନ୍ତି। ମିଲର ସେମାନଙ୍କୁ ପାଉଣା ଦେବ। ସମିତିରେ ତାଲା ପକାଇଲେ ଆମେ କଣ କେଉଁଠୁ ଆଣି ଦେବୁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?