ଧରିତ୍ରୀ ପ୍ରଭାବ:ଆର୍ମି ପରୀକ୍ଷାର୍ଥୀଙ୍କ ରହଣି ପାଇଁ ୭ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ):ଦୁଇଦିନ ରାସ୍ତା କଡ଼ ଫୁଟ୍‌ପାଥ, ରେଳ ଷ୍ଟେଶନରେ ରାତି ବିତାଇବା ପରେ ଶେଷରେ ଆର୍ମି ରାଲି ପାଇଁ ଆସିଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ମୁଣ୍ଡଗୁଞ୍ଜିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା। ବିଏମ୍‌ସି ପକ୍ଷରୁ ସହରର ୭ଟି ସ୍ଥାନରେ ଅସ୍ଥାୟୀ ରହଣିସ୍ଥଳ ତିଆରି କରାଯାଇଛି। ସେଠାରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପରୀକ୍ଷାର୍ଥୀମାନେ ରହିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ବିହାର ଟେରିଟୋରିଆଲ ଆର୍ମିରେ ନିଯୁକ୍ତି ପାଇଁ ଭୁବନେଶ୍ୱରସ୍ଥିତ ୧୨୦ ବାଟାଲିୟନ ଇନଫାଣ୍ଟ୍ରି କ୍ୟାମ୍ପସରେ ପରୀକ୍ଷା ଚାଲିଛି। ୮ବର୍ଗରେ ମୋଟ ୮୨ ପଦବୀ ପାଇଁ ୧୪ ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ୬ ରାଜ୍ୟରୁ ହଜାର ହଜାର ଆଶାୟୀ ଆବେଦନକାରୀ ଯୁବକ ରାଜଧାନୀକୁ ଆସିଛନ୍ତି। ରହିବା, ଖାଇବା ଓ ବିଶ୍ରାମ ନେବାରେ ନାନା ହଟହଟା ହେଉଛନ୍ତି। ଦୁଇଦିନ ଅତି ଦୟନୀୟ ଭାବେ ଖୋଲା ଆକାଶ ତଳେ ପଡ଼ି ରହିବା ସହ ବର୍ଷା ଓ କାକରରେ ଭିଜିଥିଲେ। ଜ୍ୱର ଓ ଅସୁସ୍ଥତା ମଧ୍ୟରେ ପରୀକ୍ଷା ଦେଇଥିଲେ। ଏ ସଂକ୍ରାନ୍ତରେ ମଙ୍ଗଳବାର ଧରିତ୍ରୀର ପ୍ରଥମ ପୃଷ୍ଠାରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ତତ୍ପରତା ପ୍ରକାଶ ପାଇଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି, ସହର ଭିତରେ ୭ ସ୍ଥାନରେ ପିଲାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସରିବା ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବାସସ୍ଥଳୀ ସହ ସେଠାରେ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି। ପିଇବା ପାଣି, ଗାଧୁଆ ଘର ଓ ଶୌଚାଳୟ ସହ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ୟୁନିଟ୍‌-୮, ଶାସ୍ତ୍ରୀନଗର କମ୍ୟୁନିଟି ସେଣ୍ଟର, ୟୁନିଟ-୬ କଲ୍ୟାଣ ମଣ୍ଡପ, ବଡ଼ଗଡ଼ କଲ୍ୟାଣ ମଣ୍ଡପ, ଭିଏସଏସ ନଗର କଲ୍ୟାଣ ମଣ୍ଡପ, ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ, କଟକରୋଡ଼ ସ୍ଥିତ ଯାତ୍ରୀ ନିବାସଠାରେ ପିଲାମାନେ ରହିପାରିବେ। ଏହି ସେଣ୍ଟରଗୁଡିକ ଲାଗି ଜଣେ ଲେଖା ନୋଡାଲ ଅଫିସର ମଧ୍ୟ ନିଯୁକ୍ତ କରାଯାଇଛି। ଏହା ବ୍ୟତୀତ ବୁଧବାର ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିବାକୁ ଥିବା ପିଲାଙ୍କ ପାଇଁ ଦ ଓ୍ବାଲର୍‌ଡ ଶୋ’ରୁମ୍‌ ନିକଟରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାସହ ଏଜି କଲୋନୀ ଭିତରେ ୫୦ରୁ ୬୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ୪୦ ଅସ୍ଥାୟୀ ଶୌଚାଳୟ ସହ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। କିନ୍ତୁ ଏଯାଏ ୧୨୦ ବାଟାଲିୟନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଏଭଳି କହିବାରୁ ଶେହଜାଦଙ୍କୁ ଆକ୍ରମଣ; ପୋଷାକ ଚିରିଦେଲେ, ବଞ୍ଚାଇବାକୁ ଆଗେଇ ଆସିଲେ ସ୍ୱରା

ନୂଆଦିଲ୍ଲୀ,୨୮ା୯: ରିଆଲିଟି ଶୋ’ ‘Rise and Fall’ର ସିଜନ୍‌-୨ ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି । ଶୋ’ରେ ଭାଜାପାର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା ଏବଂ ଅଭିନେତ୍ରୀ…

ଜନ୍ମ ହେଉ ହେଉ ମିଳିଲା ୨୨ କ୍ୟାରେଟର ସୁନା ମୁଦି; ନିଜ ହାତରେ ପିନ୍ଧାଇଲେ ମୁଖ୍ୟମନ୍ତ୍ରୀ, କିଏ ଏହି..

ଚେନ୍ନାଇ,୨୮ା୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରି ନବଜାତ ଶିଶୁଙ୍କ ପାଇଁ ‘ଥାଇମାମନ୍ ଥଙ୍ଗା ମୋଥିରମ୍ ଥିଟ୍ଟମ୍’(Thaimaman Thanga…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

୬ ଲକ୍ଷ ଘନଫୁଟ ଟପିଲା ହୀରାକୁଦକୁ ବନ୍ୟାଜଳ ପ୍ରବେଶ: ପୁଣି ଖୋଲିଲା ଜଳଭଣ୍ଡାରର ୨ଟି ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର, ୨୮/୯ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ଅହେତୁକ ବୃଦ୍ଧି ପାଇବା ଯୋଗୁ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?