ଧନ୍‌ତେରସରେ ଜମୁଛି ଗହଣା କ୍ରୟ, ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ଆଜି ଧନ୍‌ତେରସ। ଏହି ଦିନ ସୁନା କିଣିଲେ ଶୁଭ ବୋଲି କୁହାଯାଉଥିବାରୁ ରାଜ୍ୟର ପ୍ରମୁଖ ଶୋ’ରୁମ୍‌ଗୁଡ଼ିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମନଲୋଭା ଅଫର୍‌ ସହ ବ୍ୟବସାୟୀମାନେ ସ୍ବତନ୍ତ୍ର ଡିଜାଇନର ଗହଣା ବଜାରକୁ ଆଣିଛନ୍ତି। ବୁଧବାରଠାରୁ ବର୍ଷା ଲାଗି ରହିଥିବା ଯୋଗୁ ସୁନା କ୍ରୟ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଥିଲେ ହେଁ ଶୁକ୍ରବାର ପାଗରେ ପରିବର୍ତ୍ତନ ଯୋଗୁ ବ୍ୟବସାୟ ଠିକ୍‌ ହେଉଥିବା ଜଣାପଡ଼ିଛି।

ଜୁଏଲର୍ସଙ୍କ ସୂଚନା ମୁତାବକ, ନିତିଦିନିଆ ବ୍ୟବହାର ଲାଗି ବଜାରରେ ୧୮ କ୍ୟାରେଟ ସୁନାର ଗହଣା ଆସିଛି। ଏହାକୁ ଗ୍ରାହକ ଚୟନ କରିପାରିବେ। ୨୪ କ୍ୟାରେଟ ସୁନା ବଜେଟ ସାଧାରଣତଃ ଅଧିକ ରହୁଥିବାରୁ ଏହାକୁ କିଛି ବର୍ଗର ଲୋକ ପସନ୍ଦ କରୁଛନ୍ତି। ଏକ୍ଷେତ୍ରରେ ୨୨ କ୍ୟାରେଟ ସୁନା ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ ହେଉଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୨ କ୍ୟାରେଟ ସୁନା ଗହଣାର ମୂଲ୍ୟ ବଢିଥିବା ଜଣାପଡିଛି। ଏହି ସମୟରେ ଶୋ’ରୁମ୍ଗୁଡିକରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଅନ୍ୟତମ ପ୍ରମୁଖ ଜୁଏଲର୍ସ ଅରୁନ୍ଧତୀ ଜୁଏଲର୍ସ ସର୍ବଶ୍ରେଷ୍ଠ ଧନତେରସ ଅଫର ଆଣିଛି। ହଲ୍ମାର୍କ ସୁନାଗହଣା କ୍ରୟରେ ଗ୍ରାହକ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ। ପ୍ରତି କ୍ରୟରେ ମାଗଣା ଗୋଲ୍ଡ କଏନ, ସିଲଭର କଏନ, ଲଣ୍ଡନ ଭ୍ରମଣ ଏବଂ ଲକ୍ଷପତି ହେବାର ସୁଯୋଗ ରହିଛି। ସେହିଭଳି ପ୍ରମୁଖ ଜୁଏଲେରି ଚେନ ଖିମଜୀ ଧନତେରସ ଅଫରରେ ସୁନା ଗହଣାର ମୋଟ ମୂଲ୍ୟରେ ୫.୪% ଫ୍ଲାଟ ରିହାତି ଦେଉଛି। ହୀରା ଉପରେ ଫ୍ଲାଟ ୨୦% ରିହାତି ଏବଂ ରୁପା ଗହଣାର ଗଢାମୂଲ୍ୟରେ ଫ୍ଲାଟ ୫୦% ରିହାତି ରହିଛି। ୯୯୯ ସ୍କିମରେ ଗୋଲ୍ଡ ଏବଂ ସିଲଭର କଏନ ସହ ବାଏ ବ୍ୟାକ ଗ୍ୟାରେଣ୍ଟି ଖିମଜୀ ପ୍ରଦାନ କରୁଛି।

ତନିଷ୍କ ପକ୍ଷରୁ ଦୀପାବଳି ଅଫରରେ ଗ୍ରାହକ ସୁନାଗହଣାର ଗଢା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ପାଇପାରିବେ। ହୀରା ଗହଣା ମୋଟ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ରହିଛି। ଏହା ନୂଆ ଭିରାସତ କଲେକ୍ସନ ଆଣିଛି। କଲ୍ୟାଣ ଜୁଏଲର୍ସ ଏହାର ଶୋ’ରୁମଗୁଡିକରେ ୩ ଲକ୍ଷ ଗୋଲ୍ଡ କଏନ ପ୍ରଦାନ କରିବାର ବ୍ୟବସ୍ଥା କରିଛି। ସାପ୍ତାହିକ ଲକି ଡ୍ର ସହ ଭାଗ୍ୟଶାଳୀ ବିଜେତା ଏବଂ ସୁନାଗହଣାର ଗଢାମୂଲ୍ୟ ୧୯୯ ଟଙ୍କାରୁ ଆରମ୍ଭ ହେଉଛି। ଷ୍ଟଡେଡ ଜୁଏଲେରି କ୍ରୟରେ ମାଗଣା ଗୋଲ୍ଡ କଏନ, ବିଗ ଡାଇମଣ୍ଡ ସେଲ ଫ୍ଲାଟ ୨୦% ରିହାତି ଏହା ଦେଉଛି। ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ ପକ୍ଷରୁ ଧନତେରସ ଧନବୃଦ୍ଧି ଉତ୍ସବ ଆଣିଛି। ପ୍ଲାଟିନମ ଅଳଙ୍କାର ଗଢା ମୂଲ୍ୟ ଉପରେ ୨୦%, ସୁନା, ରୁପା ଅଳଙ୍କାର ଉପରେ ଅଫର ସହ ଏସ୍ବିଆଇ କ୍ରେଡିଟ କାର୍ଡରେ ୫% ଅଫର ଏହା ଦେଉଛି। ସେହିଭଳି ରିଲାଏନ୍ସ ଜୁଏଲଲ୍ସ ନୂୂଆ ଅତୁଲ୍ୟ କଲେକ୍ସନ ଆଣିଛି। ସୁନା ଗହଣା ଗଢାମୂଲ୍ୟ ଉପରେ ଫ୍ଲାଟ ୨୫% ରିହାତି, ହୀରା ଗହଣା ଉପରେ ୨୫% ପର୍ଯ୍ୟନ୍ତ, ସୁନା କଏନ ଗଢଣ ଉପରେ ଫ୍ଲାଟ ୨୫%, ସୁନାଗହଣାର ଗଢାମୂଲ୍ୟ ଏବଂ ହୀରା ଗହଣା ମୂଲ୍ୟ ବାବଦ ୫ ଲକ୍ଷ ଇନଭଏସରେ ଅତିରିକ୍ତ ୫% ରିହାତି ସୁବିଧା ପ୍ରଦାନ କରାଯାଉଥିବା ଶୋ’ରୁମ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?