ଧନସରାରେ ଭୀମା ବିହା ସଂଗେ ବାଲିଯାତ୍‌ରା ଉଦ୍‌ଯାପିତ

କୋକସରା,୫।୨(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଁଚେତ୍‌ ଧନସରାରେ ଗଲା ୩ ମାସ ଧରି ପାଲିତ ହେଇଥିବାର ବାଲିଯାତ୍‌ରା ମାଘ ମାସ ଉକିଆ ଦଶମୀ ମଙ୍ଗଳବାର ଦିନ ଉଦ୍‌ଯାପିତ ହେଇଯାଇଛେ। ଇ ଯାତ୍‌ରାଟା ଧନସରାର ମା’ଲଙ୍କେଶ୍ୱରୀ ଗଁା ପୂଜା କମିଟି ତରଫୁ ଆୟୋଜିତ ହେଇଥିଲା। ଯାତ୍‌ରାରେ ମାଟି ଦେବତା ଭୀମାକଁର ପୂଜାପାଠ୍‌ ସଂଗେ ବିହା ପରବ୍‌ ଅନୁଷ୍‌ଠିତ ହେଇଥିଲା। ପଛେ ପୋଢ଼ ବଲି ପଡ଼ି ଯାତ୍‌ରା ଉଦ୍‌ଯାପିତ ହେଇଛେ।
ପରଥା ଅନ୍‌ସାରେ ଚାଷ୍‌ କାମ୍‌ ମୂଲ କରବାର ଆଗ୍‌ରୁ ଗଁାବାସୀ ମାନସିକ ପୂରନ ଆର ଭଲ ଚାଷ୍‌ବାସ ଲାଗି ମାଟି ଦେବତା ଭୀମାକଁର ବିହାର ଆୟୋଜନ କରସନ୍‌। ଇ ପରବ୍‌ର ମୁଖିଆ ଆକରଷନ୍‌ ହେଉଛେ ଗୁରୁମେ ଗଁାର ଶେଷ ମୁଡ଼ସାନେ ଗୁଟେ ମାଏଟ୍‌ ଘର କରି ୩ ମାସ୍‌ ତକ୍‌ ପୂଜାପାଠ୍‌ କରସନ୍‌। ସେନ୍‌ତା ଗଁାର ମଂଗଲ କାମନା କରି କୁଅଁାରୀ ଟୁକେଲମାନକୁ ଫିଦିନ ପୂଜାପାଠ୍‌ କରାଯାଏସି ଆର ସେମାନକର ଦିହେ ଦେବତା ଭରେଇ ଭକତମାନକର ମାନସିକ ପୂରନ୍‌ କରାଯାଏସି। ଶେଷେ ଗୁଟେ ପୋଢ଼କେ ଗଁାର ପୂଝାରୀକଁର ଘରୁ ପୂଜାପାଠ୍‌ କରି ବାଲିଯାତ୍‌ରା ପଡ଼ିଆକେ ପରସେଶନରେ ଆନ୍‌ସନ। ସେଠାନେ ଧରନୀପେନୁ(ମାଟି ଦେବତା)କଁର ଉଦେଶରେ ଗୁରୁମେ ପୂଜାପାଠ୍‌ କରସନ୍‌। ଗଁାର ପୂଝାରୀ ଇ କାମ୍‌ରେ ତାହାକୁ ସହଯୋଗ କରସନ୍‌। ପୂଜାପାଠ୍‌କେ ୩ ମାସ ପୂରଲା ଉତାରୁ ଗୁରୁମେକଁର ନିରଦେଶରେ ପୂଜା ପାଉଥିବାର ପୋଢ଼କେ ମାଟି ଦେବତାର ଉଦେଶ୍‌ରେ ବଲି ଦେଇ ତାର ରକତ୍‌କେ ଭୋଗ୍‌ ହିସାବେ ସମରପନ୍‌ କରାଯାଏସି। ଇ ପୂଜାପାଠ୍‌ରେ ଧରନୀ ଦେବତା ଖୁସ୍‌ ହେବାର ସଂଗେ ଗଁାବାସୀକର ମଂଗଲ କରସନ୍‌, ଚାଷ୍‌ବାସ ଭଲ ହେସି ବଲି ଆଏଜ୍‌ ବି ଲୋକ୍‌ ବିଶୁଆସ ରହିଛେ। ଇ ବାଲିଯାତ୍‌ରା ପରବ୍‌ଟା ବଉଁଶ ପରଂପରା ହିସାବେ ପାଲନ ହେଇ ଆସୁଥିଲାବେଲେ ଇଟା ଆଦିବାସୀମାନକର ଗୁଟେ ମୁଖିଆ ପରବ୍‌ ଆଏ। ବାଲିଯାତ୍‌ରା କମିଟିରେ ଗଁାର ଗଉଁତିଆ ଆର ପୂଜା କମିଟି ସଭାପତି ରୁଦ୍ର ପ୍ରସାଦ ନାଏକ, ଗଁା ପୂଝାରୀ ସୁରେଶ ପୂଝାରୀ, ଉପସଭାପତି କ୍ଷେତ୍ରମୋହନ ସତନାମୀ, ସମ୍ପାଦକ ଜଗତରାମ ସତନାମୀ, ସହ ସମ୍ପାଦକ ତନୁକଲାଲ ନାଗ, କୋଷାଧ୍ୟକ୍ଷ ବରିଞ୍ଚତ୍ ଶବର, ଲକ୍ଷ୍ମଣ ନାଏକ, ଭୋଲାନାଥ ନାଏକ, ଗଁାର ନରିଆ ଶିବ ରାଉତ ପରମୁଖ ରହି ପରିଚାଲନା କରିଥିଲେ। ସେନ୍‌ତା ଧନସରା ଆର ଆସର ପାସର ଗଁାର ଶତାଧିକ ଲୋକ୍‌ ପରିଚାଳନାରେ ଭାଗ ନେଇଥିଲେ। ଇ କୃଷି ଭିତିକ ପରବ୍‌ ବାଲିଯାତ୍‌ରା ଅବ୍‌ସରରେ ଗଁାରେ ୩ ମାସ୍‌ ଧରି ଉଛବ୍‌ର ମାହୋଲ ଦେଖ୍‌ବାକେ ମିଲିଥିଲା। ଉଦ୍‌ଯାପନୀ କାଯ୍‌କରମରେ ଯୁବନେତା ଦିଗାମ୍ବର ଦୁରିଆ, ସନ୍ତୋଷ କୁମାର ପାଢୀ, ଗୋବିନ୍ଦ ଜାଳ, ଶ୍ୟାମ ସୁନ୍ଦର ମାଝି, ଢଗ ନାଏକ ପରମୁଖ ଠୋଲ ହେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri