ଦ୍ୱିତୀୟ କୋଣାର୍କ ନିର୍ମାଣ କରିବେ ଓମ୍‌ବାବା

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବିଭିନ୍ନ ସମୟରେ ବିବାଦରେ ରହି ଆସିଥିବା ଓମ୍‌ବାବା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ (ସୂର୍ଯ୍ୟ) ମନ୍ଦିର ନିର୍ମାଣ କରିବା ପାଇଁ ଦିଲ୍ଲୀରୁ ଭୁବନେଶ୍ୱର ଆସିବା ଅବସରରେ ସୋମବାର କହିଛନ୍ତି। ଜୀର୍ଣ୍ଣୋଦ୍ୱାର ମହାସଂଘ ଅଧ୍ୟକ୍ଷ ଥିବା ଓମ୍‌ବାବା ସହଯୋଗୀଙ୍କ ସହ ପୂର୍ବାହ୍ନରେ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଓମ୍‌ ବାବା କହିଛନ୍ତି, ପ୍ରାଚୀନ କାରୁକାର୍ଯ୍ୟରେ ଭରା କୋଣାର୍କ ମନ୍ଦିର ଭିତରେ ଆହୁରି ଅନେକ ଅଲୌକିକ ଶକ୍ତି ରହିଛି। ୧୧୧ ବର୍ଷ ତଳେ ଇଂରେଜଙ୍କ ଦ୍ୱାରା ମନ୍ଦିର ଭିତରେ ଭର୍ତ୍ତି କରାଯାଇଥିବା ବାଲି ତଳେ ବହୁ ରହସ୍ୟ ଲୁଚି ରହିଛି। ସେବେଠୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା ବନ୍ଦ ହୋଇଯିବା ଅନ୍ୟତମ ରହସ୍ୟ ହୋଇଥିବାବେଳେ ମୋତେ ପ୍ରଭୁ ଜଗନ୍ନାଥ ସ୍ବପ୍ନରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ମୁଁ ଏଠାକୁ ଆସିଛି। ଏପରିକି କୋଣାର୍କ ମନ୍ଦିର ନିକଟରେ ଜମି କିଣିଥିବା ସେ ଗଣମାଧ୍ୟମକୁ କହିଛନ୍ତି।
ସେ ଦାବି କରିଛନ୍ତି ଯେ, ବାଲିକୁ ସୂର୍ଯ୍ୟ ମନ୍ଦିରରୁ ବାହାର କର। ବାଲିକଢ଼ା ସରିବାବେଳକୁ ଦ୍ୱିତୀୟ ମନ୍ଦିର ନିର୍ମାଣ ହୋଇଯାଇଥିବ।
ସୂଚନାଯୋଗ୍ୟ, ବାବା ପୂର୍ବରୁ ଅନେକ ବିବାଦରେ ରହି ଆସିଛନ୍ତି। ସେ ରିଏଲିଟି ସୋ ବିଗ୍‌ ବସ୍‌ରେ ଜଣେ ଯୁବତୀଙ୍କୁ ମାଡ଼ମାରି ଚର୍ଚ୍ଚାରେ ଥିଲେ। ଏହାସହ ଏକ ଟିଭି କାର୍ଯ୍ୟକ୍ରମରେ ମହିଳା ଆଙ୍କରଙ୍କୁ ଟଣାଓଟରା ଓ ମାଡମାରିଥିବାବେଳେ ଅନ୍ୟ ଜଣେ ପୁରୁଷ ଆଙ୍କରଙ୍କୁ ମଧ୍ୟ ମାଡ ମାରିଥିଲେ। ଏହାସହ ସେ ମଧ୍ୟ ଅନେକ ବିକିନି ପିନ୍ଧା ଯୁବତୀଙ୍କ ସହ ନୃତ୍ୟ କରି ବିବାଦରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri