ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର:ପର୍ଯ୍ୟଟନ ରାଜଧାନୀ ହେବ ଓଡ଼ିଶା

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଦେଶର ‘ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶା ବିଗତ ୧୫ବର୍ଷ ଧରି ଭାରତର ଶ୍ରେଷ୍ଠ ୩ ଇନ୍‌ଭେଷ୍ଟମେଣ୍ଟ ଡେଷ୍ଟିନେଶନ ଭାବେ ପ୍ରତିଷ୍ଠିତ ହୋଇପାରିଛି। ନୂତନ କର୍ମ ନିଯୁକ୍ତି ସୃଷ୍ଟି କରିବା ସହ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡ଼ିଶାର ଉତ୍କୃଷ୍ଟ ସାଂସ୍କୃତିକ ଐତିହ୍ୟ ଏହାକୁ ସ୍ବତନ୍ତ୍ର ପରିଚୟ ଦେଇଥିବାବେଳେ ପରିବେଶ ପର୍ଯ୍ୟଟନ ଏବଂ ଐତିହ୍ୟ ପର୍ଯ୍ୟଟନ ନୂଆ ସୁଯୋଗ ସୃଷ୍ଟି କରିଛି। ଅନ୍ତର୍ଜାତୀୟସ୍ତରୀୟ କ୍ରୀଡ଼ା ଇଭେଣ୍ଟର ଆୟୋଜନ ଦ୍ୱାରା ଓଡ଼ିଶା କ୍ରୀଡା ପର୍ଯ୍ୟଟନକୁ ଏହା ପ୍ରମୁଖ ପର୍ଯ୍ୟଟନ ଉତ୍ପାଦଭାବେ ପ୍ରଦର୍ଶନ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଅନୁଷ୍ଠିତ ହୋଇଛି ଓଡ଼ିଶା ଟ୍ରାଭେଲ ବଜାର। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି କହିଥିଲେ, ବିଶ୍ୱରେ ଭ୍ରମଣ ଏବଂ ପର୍ଯ୍ୟଟନ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ବିଭାଗ ରୂପେ ପରିଗଣିତ ହେଉଥିବାବେଳେ ଓଡ଼ିଶା ଏହାକୁ ଗୁରୁତ୍ୱ ଦେଉଛି। ସ୍ପୋର୍ଟସ ଟୁରିଜମ୍‌ କ୍ଷେତ୍ରରେ ରାଜ୍ୟ ଏକ ନୂଆ ମାଇଲଷ୍ଟୋନ୍‌ ପ୍ରତିଷ୍ଠା କରିଛି। କ୍ରୀଡ଼ାର ପ୍ରଚାର ପ୍ରସାର କରିବାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ କେନ୍ଦ୍ର ଯୁବ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ମାନ୍ୟତା ପାଇଛି। ବିଶ୍ୱସ୍ତରରେ ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆ ସ୍ତରକୁ ନେବାକୁ ରାଜ୍ୟ ସରକାର କୋଣାର୍କରେ ଏକ ମାସିଆ ମେଗା ଇଭେଣ୍ଟ ‘କୋଣାର୍କ ସନ୍‌ସିଟି ଫେଷ୍ଟିଭାଲ’ର ଆୟୋଜନ କରୁଛନ୍ତି। ବିଶ୍ୱପ୍ରସିଦ୍ଧ କୋଣାର୍କକୁ କିଭଳି ଦିନିକିଆ ପର୍ଯ୍ୟଟନସ୍ଥଳୀରୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯାଇପାରିବ ତାହାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହାଛଡ଼ା ବହୁ ପ୍ରତୀକ୍ଷିତ ‘ଶାମୁକା’ ପ୍ରକଳ୍ପକୁ ବାସ୍ତବ ରୂପ ଦେବା ଲାଗି ରାଜ୍ୟ ସରକାର ସକ୍ରିୟଭାବେ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ଉଦ୍‌ଘାଟନୀ ସମାରୋହରେ ସମ୍ମାନିତ ଅତିଥିଭାବେ ଓଡ଼ିଶା ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ। ୨୦୨୧ ସୁଦ୍ଧା ୨କୋଟି ୫୦ଲକ୍ଷ ପର୍ଯ୍ୟଟକଙ୍କୁ ଓଡ଼ିଶା ଆଣିବା ସହ ରାଜ୍ୟକୁ ଦେଶର ଶ୍ରେଷ୍ଠ ୩ ଟୁରିଷ୍ଟ୍‌ ଡେଷ୍ଟିନେଶନରେ ପରିଣତ କରିବାକୁ ଲକ୍ଷ୍ୟ ରହିଥିବା ସେ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହି ଅବସରରେ ଆଇଟି, ଟେକ୍ସଟାଇଲ ଭଳି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ରହିଥିବା ସୁଯୋଗ ସମ୍ପର୍କରେ କହିଥିଲେ। ଜଙ୍ଗଲ ଓ ପରିବେଶ ବିଭାଗ ୨୦ରୁ ଊର୍ଦ୍ଧ୍ୱ ଆଭ୍ୟନ୍ତରୀଣ ପରିବେଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଲାଗି ରହଣି ସହ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେଉଥିବା ତ୍ରିପାଠୀ କହିଥିଲେ। ଫିକି ଟୁରିଜମ୍‌ କମିଟି ଅଧ୍ୟକ୍ଷ ଜ୍ୟୋତ୍ସ୍ନା ସୁରୀ ଓଡ଼ିଶାରେ ଥିବା ଏଥିନିକ୍‌ ଟୁରିଜମ୍‌, ଟ୍ରାଇବାଲ ଟୁରିଜମ୍‌, ଇକୋ ଟୁରିଜମ୍‌ ଏବଂ ହେରିଟେଜ୍‌ ଟୁରିଜମ୍‌ର ବିପୁଳ ସମ୍ଭାର ସମ୍ପର୍କରେ କହିଥିଲେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଫିକି ନ୍ୟାଶନାଲ ଟୁରିଜମ୍‌ କମିଟି ସହଅଧ୍ୟକ୍ଷ ଜେ.କେ. ମହାନ୍ତି, ଫିକି ପୂର୍ବାଞ୍ଚଳ ପଯର୍‌ୟଟନ କମିଟି ଅଧ୍ୟକ୍ଷ ସୌଭାଗ୍ୟ ମହାପାତ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଜଗଦ୍ଦେବ ପ୍ରମୁଖ ଊପସ୍ଥିତ ଥିଲେ। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟ୍ରାଭେଲ ବଜାରରେ ୨୫ ବିଦେଶୀ ଟୁର୍‌ ଅପରେଟର୍‌ଙ୍କ ସହ ୬୦ ଡୋମେଷ୍ଟିକ୍‌ ଟୁର୍‌ ଅପରେଟର୍‌ ଯୋଗଦେଇଥିବାବେଳେ ସେମାନେ ୨୪୦୦ ପୂର୍ବ ନିର୍ଦ୍ଧାରିତ ବିଟୁବି ବୈଠକରେ ଓଡ଼ିଶାର ୫୩ ଟୁର୍‌ ଅପରେଟର୍‌ ଏବଂ ହୋଟେଲିୟରମାନଙ୍କ ସହ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri