ହୋମ୍‌ଗାର୍ଡଙ୍କୁ ବରୀ ବିଧାୟିକା ସ୍ବାମୀଙ୍କ ମାଡ଼ ଘଟଣା: ଓଏଚ୍‌ଆର୍‌ସିଙ୍କୁ ଭେଟିଲା ଭାଜପା ପ୍ରତିନିଧି ଦଳ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ଯାଜପୁର ଜିଲା ବରୀ ବ୍ଲକ ଔପଦା ଗଁାର ଜଣେ ଅନୁସୂଚିତ ଜାତିର ହୋମ୍‌ଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ମାଡ଼ ମାରିବା ଘଟଣା ଏବେ ଜଟିଳ ହେବାରେ ଲାଗିଛି। ଏହି ଘଟଣାରେ ଜିଲାପରିଷଦ ସଭ୍ୟ, ଅଭିଯୁକ୍ତଙ୍କୁ ଗିରଫ ଓ ହୋମ୍‌ଗାର୍ଡଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭାଜପା ପ୍ରତିନିଧି ଦଳ ସୋମବାର ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍‌ଆରସି)ଙ୍କୁ ଭେଟିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ କମିଶନଙ୍କ ସହ ଘଟଣା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି। ଗତ ୯ ତାରିଖରେ ହୋମ୍‌ଗାର୍ଡ ରଞ୍ଜନ ମଲ୍ଲିକଙ୍କୁ ଆକ୍ରମଣ କରାଯାଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରଞ୍ଜନଙ୍କ ନାମରେ ଥିବା ମିଥ୍ୟା ମାମଲାକୁ ହଟାଇ ସୁରକ୍ଷା ଦେବାକୁ ଦେବାକୁ ସେଠୀ ଦାବି କରିଛନ୍ତି। ସେ କହିଛନ୍ତି, ସାରା ଓଡିଶାରେ ଦଳିତଙ୍କ ଉପରେ ଆକ୍ରମଣ କରାଯାଉଛି। ଶାସକ ଦଳର କର୍ମୀ ଓ ନେତା ସେମାନଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି। ସେମାନଙ୍କ ହାତରେ କ୍ଷମତା ଥିବାରୁ ପୋଲିସ ବୋଲକରା ସାଜୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫-ଟି ଓ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଭାଜପା ନେତା ତଥା ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ ରାଜ୍ୟ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ପୋଲିସର ଗୋହି ଖୋଳିଛନ୍ତି। ସେ କହିଛନ୍ତି ଯେ, ସମ୍ବିଧାନର ଧାରା ୧୮ ଅନୁଯାୟୀ ଏତଲା ଆଧାରରେ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବା କଥା। କିନ୍ତୁ ପୋଲିସ ଓଲଟା ହୋମଗାର୍ଡଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଲଗାଇଛି। ସରକାର ସାଧାରଣ ଲୋକଙ୍କ ପାଇଁ ନୁହେଁ, କେତେକ ମୁଷ୍ଟିମେୟଙ୍କ ପାଇଁ କାମ କରୁଛି। ଏଠି ନିରୀହ, ଦଳିତ ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଛି। ହୋମଗାର୍ଡଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଦେବା ଘଟଣାରେ ପୋଲିସର ପକ୍ଷପାତିତା ପଦାରେ ପଡିଛି। ଅଭିଯୁକ୍ତଙ୍କୁ ଗିରଫ ଓ ରଞ୍ଜନଙ୍କ ବିରୋଧରେ ଲଗାଯାଇଥିବା ମିଥ୍ୟା ମାମଲା ଉଠା ନ ଗଲେ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସଂକ୍ରାନ୍ତରେ ବରୀ ବିଧାୟିକାଙ୍କ ସ୍ବାମୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ତେବେ ଜିଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ କହିଛନ୍ତି, ଭାଜପା ତୁଚ୍ଛାଟାରେ ଘଟଣାକୁ ରାଜନୀତିକରଣ କରୁଛି। ଦୁର୍ଗାପୂଜା ପାଇଁ ହୋମ୍‌ଗାର୍ଡ ରଞ୍ଜନ ବଟି ମାଗି ଥିଲେ। ଟଙ୍କା ନ ମିଳିବାରୁ ଯୁକ୍ତିତର୍କ କରିବା ସହ ଆମ ନାମରେ ଥାନାରେ ମିଛ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?