ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ଅନିଶ୍ଚିତତା

ବଲାଙ୍ଗୀର ଅଫିସ, ୧୫ା୧୦
କେବିକେ ଅଞ୍ଚଳରେ ପ୍ରସ୍ତାବିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସମ୍ପ୍ରତି ଶୀତଳ ଭଣ୍ଡାରରେ ରହିଛି ା ଏ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯିବା ପରେ ସରକାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ଘୋର ଅବହେଳା ପ୍ରଦର୍ଶନ କରୁଥିବା ସ୍ପଷ୍ଟ ହୋଇଛି ା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ସ୍ଥାନୀୟ ଅମଲା ଭବନଠାରେ ସୋମବାର ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ା
ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗତ ୨୧ ମେ ୨୦୧୫ରେ କେବିକେ ଅଞ୍ଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ା ଇତିମଧ୍ୟରେ ୪ ବର୍ଷ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏହି ବିଶ୍ୱବିଦ୍ୟାଳୟ କେବିକେ (କଳାହାଣ୍ଡି,ବଲାଙ୍ଗୀର,କୋରାପୁଟ) ଅଞ୍ଚଳରେ ପ୍ରତିଷ୍ଠା ହୋଇପାରିନାହିଁ ା କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା ପରେ କେବିକେ ଅନ୍ତର୍ଗତ ବଲାଙ୍ଗୀର ସମେତ ଅନ୍ୟ ଜିଲାରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଥିଲା ା ବଲାଙ୍ଗୀରରେ ଜୋରଦାର ଆନ୍ଦୋଳନ କରାଯାଇ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବାକୁ ଦାବି କରାଯାଇଥିଲା ା ତେବେ ରାଜ୍ୟ ସରକାର ଏଦିଗରେ ଏପର୍ଯ୍ୟନ୍ତ କୌଣସି ବିଧିତ୍ବଦ୍ଧ ପଦକ୍ଷେପ ନେଇନାହାନ୍ତି ା ପଣ୍ଡା ସୂଚନା ଅଧିକାର ଆଇନ ବଳରେ ଏନେଇ ତଥ୍ୟ ମାଗିବା ପରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଯୋଜନା, ପର୍ଯ୍ୟାଲୋଚନା ଓ ମୂଲ୍ୟ ନିର୍ଦ୍ଧାରଣ ନିର୍ଦ୍ଦେଶକ ପ୍ରଫେସର ଏସ୍‌.କେ. ରାଉତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ପ୍ରସ୍ତାବ ସମ୍ପର୍କିତ ତଥ୍ୟ ତାଙ୍କୁ ପ୍ରଦାନ କରାଯାଇଛି ା ଏହି ପ୍ରସ୍ତାବରେ ରାଜ୍ୟର ପ୍ରସ୍ତାବିତ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ କାର୍ଯ୍ୟାଳୟ ଏବଂ କୁଳପତିଙ୍କ ସଚିବାଳୟ ଭବାନୀପାଟଣାରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ା ଏହି ପ୍ରସ୍ତାବ ଅନୁଯାୟୀ ୩ଟି ନୂତନ ମହାବିଦ୍ୟାଳୟ ପ୍ରତିଷ୍ଠା ସହ ଭବାନୀପାଟଣାରେ ଥିବା କୃଷି ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ଆସନ ସଂଖ୍ୟା ୪୮ରୁ ୯୬କୁ ବୃଦ୍ଧି କରିବା ଉଲ୍ଲେଖ ରହିଛି ା ବଲାଙ୍ଗୀରରେ ଭେଟେରିନାରୀ ସାଇନ୍ସ ଏବଂ ଆନିମଲ ହଜବ୍ୟାଣ୍ଡରୀ କଲେଜ, ରାୟଗଡାରେ ଏଗ୍ରିକଲ୍ଚର ଇଞ୍ଜିନିୟରିଂ ଓ ଟେକ୍ନୋଲଜି କଲେଜ ଏବଂ କୋରାପୁଟର ସେମିଳିଗୁଡାଠାରେ ହର୍ଟିକଲ୍ଚର କଲେଜ ସ୍ଥାପନ କରାଯିବା ପାଇଁ ପ୍ରସ୍ତାବ ରହିବା ସହ ରିଜିଓନାଲ ରିସର୍ଚ୍ଚ ଏଣ୍ଡ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେଶନ-୧, ୨ ଏବଂ ୩ ଯଥା କୋରାପୁଟର ସେମିଳିଗୁଡା, ମାଲକାନଗିରିର କାଲିମେଳା ଏବଂ କଳାହାଣ୍ଡିର ଭବାନୀପାଟଣାର ନବୀକରଣ ପ୍ରସ୍ତାବ ରହିଛି ା
ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଚିଠା ଅଧିନିୟମ ୨୦୧୪ ବଳରେ ପ୍ରକ୍ରିୟା ଆରମ୍ଭ କରିଥିଲେ ା ରାଜ୍ୟର ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନର ୫୭ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାର ଉଦାସୀନ ରହି ଏହି ପ୍ରସ୍ତାବକୁ ଶୀତଳ ଭଣ୍ଡାରରେ ପକାଇ ରଖିବା କେତେଦୂର ଯୁକ୍ତିସଙ୍ଗତ ବୋଲି ସୂଚନାକର୍ମୀ ପଣ୍ଡା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ା ଇତିମଧ୍ୟରେ ରାଜ୍ୟର ଜନସଂଖ୍ୟା ଢ଼େର ଅଧିକ ବୃଦ୍ଧି ପାଇଥିଲେ ମଧ୍ୟ ଚାଷୋପଯୋଗୀ ଜମି ମୁଣ୍ଡପିଛା ହାରରେ କମି କମି ଯାଉଛି ା ରାଜ୍ୟରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ବର୍ତ୍ତମାନ ମଧ୍ୟ କୃଷି ଉପରେ ନିର୍ଭରଶୀଳ ା ତେଣୁ ତୁରନ୍ତ ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ା ଆଗାମୀ ଦିନରେ ବଲାଙ୍ଗୀର ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ ଜାରିି ରଖିଲେ ଜିଲାର ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ପଣ୍ଡା କହିଛନ୍ତି ା
ଏହି ଖବରଦାତା ସମ୍ମିଳନୀରେ ସୂଚନା କର୍ମୀ ପଣ୍ଡାଙ୍କ ସହ ବଲାଙ୍ଗୀର ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର ଓ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଉପସ୍ଥିତ ରହି ବଲାଙ୍ଗୀରରେ ହିଁ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବାକୁ ଦାବି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?