ମଧ୍ୟରାତ୍ରିରେ ହାତୀର ଆତଙ୍କ, ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗୀର/କଣ୍ଟାବାଞ୍ଜି, ୧୫।୧୧ (ସୁନିଲ କୁମାର ମହାନ୍ତି/ଗୁରୁଦ୍ୱାଲ ହଂସ): ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ୍‌ ଅନ୍ତର୍ଗତ ଲାଠୋର ରେଞ୍ଜର ଘାଗୁର୍ଲି ଗ୍ରାମ ନିକଟ ଘାଘରା ରାସ୍ତାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଲାଠୋର ରେଞ୍ଜ ଅଞ୍ଚଳରେ ଏକ ହାତୀପଲ ବୁଲୁଥିବା ଜଣାପଡ଼ିଛି। ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି।

ସୂଚନା ଅନୁଯାୟୀ, ଘାଗୁର୍ଲି ଗ୍ରାମର ପଙ୍କ କାଣ୍ଡ (୬୫) ଘାଘରା ନିକଟରେ ପୂର୍ତ୍ତ ବିଭାଗ ରାସ୍ତାକଡ଼ରେ ଥିବା ଏକ ଖାଲରେ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ହାତୀ ଆକ୍ରମଣ କରି ତାଙ୍କୁ ଖାଲରେ ପକାଇ ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଗତ ରାତିରେ କିଛି ଲୋକ ରାସ୍ତାକଡ଼ରେ ଥିବା ଏକ ଫାର୍ମହାଉସ୍‌ରେ ଭୋଜିଭାତ କରିଥିଲେ। ପଙ୍କ ଗ୍ରାମକୁ ଫେରିବା ପରେ ପୁଣି ଥରେ ଫାର୍ମହାଉସ୍‌ ନିକଟକୁ ରାସ୍ତାରେ ଯାଉଥିବା ବେଳେ ଜଙ୍ଗଲରୁ ଏକ ହାତୀ ଆସି ତାଙ୍କୁ ଆକ୍ରମଣ କରି କଚାଡ଼ି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ, କିଛି ଲୋକ ଶୌଚ ହେବାକୁ ଯାଉଥିବା ସମୟରେ ଏହି ଆକ୍ରମଣ ଘଟିଥିବା କହିଛନ୍ତି। ଘଟଣାଟି ରାତି ୧୨ଟା ପରେ ଘଟିଥିବା ଅନୁମାନ କରାଯାଉଛି।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ, ହାତୀ ଆକ୍ରମଣରେ ମୃତ ବୃଦ୍ଧଙ୍କ ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବାକୁ ପରିବାରବର୍ଗ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପଶି ଡାକ୍ତରଙ୍କୁ ଦୁର୍ବ୍ୟବହାର, ସୁରକ୍ଷାକର୍ମୀଙ୍କୁ ମାଡ଼

ଛତ୍ରପୁର,୧୫ା୧୧(ଦିଲ୍ଲୀପ ସାମଲ ): ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହିତ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଉଠାଇ…

ଦାରିଙ୍ଗବାଡ଼ିରେ ଏକଲବ୍ୟ ମଡେଲ୍‌ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ଭର୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦାରିଙ୍ଗବାଡି,୧୫ା୧୧(ଅରୁଣ ସାହୁ ):ରବିବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭର୍ଚୁଆଲ୍ ମାଧ୍ୟମରେ ଏକଲବ୍ୟ ମୋଡେଲ ରେସିଡେଣ୍ଟିଆଲ ସ୍କୁଲର ଭିତ୍ତିପ୍ରସ୍ତର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରରିପ୍ରେକ୍ଷୀରେ…

ବାତ୍ଯା ପୂର୍ବରୁ ଆକ୍ସନ୍ ମୋଡରେ ଜିଲାପାଳ, ପୁରୁଷୋତ୍ତମପୁରରେ କଲେ ସ୍ଥିତି ସମୀକ୍ଷା

ପୁରୁଷୋତ୍ତମପୁର,୧୫ା୧୧(ସବିତା ମିଶ୍ର): ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାବାସୀଙ୍କ ମନରେ ପୁଣି ଛନକା ପଶିଛି । ପୂର୍ବ ବନ୍ୟାର କ୍ଷତ ଏଯାଏ ଶୁଖିନଥିବା ବେଳେ ପୁଣି ଏକ ସମ୍ଭାବ୍ୟ…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କଲେ ବ୍ରତଧାରୀ

ବାଲିଶଙ୍କରା,୧୫ା୧୧(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକର ବିଭିନ୍ନ ସ୍ଥାନରେ ଶ୍ରଦ୍ଧା ଓ ଭକ୍ତିର ସହ ଛଟ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ବାଲିଶଙ୍କରା ଡୁଡୁଙ୍ଗନାଳା…

ମାଇକ୍ରୋସଫ୍ଟ ଆଉଟେଜ୍ ଯୋଗୁ କ୍ଷତି ସହିଛନ୍ତି କି? କମ୍ପାନୀ ଦେଉଛି ୧୦୦% ପର୍ଯ୍ୟନ୍ତ କ୍ରେଡିଟ୍, ଜାଣନ୍ତୁ କ୍ଲେମ୍ କରିବାର …

ନୂଆଦିଲ୍ଲୀ,୧୫।୧୧: ପ୍ରାୟ ୩୬ ଘଣ୍ଟା ଧରି ମାଇକ୍ରୋସଫ୍ଟ ସର୍ଭିସ୍ ପ୍ରଭାବିତ ହେବା ପରେ ବର୍ତ୍ତମାନ ସେବାଗୁଡ଼ିକ ସ୍ୱାଭାବିକ ହୋଇଯାଇଛି। ମାଇକ୍ରୋସଫ୍ଟରେ ଦେଖାଯାଇଥିବା ଏକ ବୈଷୟିକ ତ୍ରୁଟି କାରଣରୁ…

ଛତ୍ରପୁର ପୌରପରିଷଦରେ ବଢ଼ୁଛି ଅବ୍ୟବସ୍ଥା! ଉପାଧ୍ୟକ୍ଷ ଓ କାଉନସିଲରଙ୍କ ଅସନ୍ତୋଷ

ଛତ୍ରପୁର,୧୫ା୧୧(ଦିଲ୍ଲୀପି ସାମଲ ): ଛତ୍ରପୁର ପୌରପରିଷଦରେ ଦିନକୁ ଦିନ ପ୍ରଶାସନିକ ଅବ୍ୟବସ୍ଥା ବୃଦ୍ଧି ପାଉଥିବା ବେଳେ ସରକାରୀ ଅର୍ଥର ବିନିଯୋଗକୁ ନେଇ ଉଠିଛି ସାଂଘାତିକ ପ୍ରଶ୍ନ ।…

ହାତୀପଲରୁ ଅଲଗା ହୋଇଥିବା ଅସୁସ୍ଥ ଛୁଆ ହାତୀର ମୃତ୍ୟୁ

ଖଲ୍ଲିକୋଟ,୧୫ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବନ ବିଭାଗ ଅଧୀନ ଭାଲେରି ପାହାଡ଼ରେ ହାତୀପଲରୁ ଅଲଗା ହୋଇଯାଇଥିଲା ଛୁଆ ହାତୀର ରବିବାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…

କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମା! ମାଇକ୍‌ ଫିଙ୍ଗିଲେ, ଚେୟାର…

ନୂଆଦିଲ୍ଲୀ,୧୫ା୧୧: ଉତ୍ତରାଖଣ୍ଡରେ ଜଣେ କଂଗ୍ରେସ ବିଧାୟକଙ୍କ ହାଇଭୋଲଟେଜ୍‌ ଡ୍ରାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ପିଥୋରାଗଡ଼ରେ ଆୟୋଜିତ ଜୌଲଜୀବୀ ମେଳାର ମଞ୍ଚରେ ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?