Posted inଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ରାହାନେଙ୍କ ଅପରାଜିତ ଶତକ

ଲିନ୍‌କନ,୧୦।୨(ପି.ଟି.)- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟରେ ଅପରାଜିତ ଶତକ ହାସଲ କରିଛନ୍ତି। ୪ଦିନିଆ ମ୍ୟାଚ୍‌ରେ ରାହାନେ ୧୦୧ ରନ୍‌ର ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଏ’ ୯ ଉଇକେଟ ହରାଇ ୩୮୬ ରନ୍‌ କରିଥିଲା। ଜବାବରେ ଭାରତ ଏ’ ୧୦୯.୩ ଓଭରରେ ୫ ଉଇକେଟ ହରାଇ ୪୬୭ ରନ୍‌ କରିଛି। ଫଳରେ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ଏଥିସହ ଭାରତ ଏ’ ଦଳର ନ୍ୟୁଜିଲାଣ୍ଡ ଗସ୍ତ ଶେଷ ହୋଇଛି। ୧୪୮ ବଲର ସମ୍ମୁଖୀନ ହୋଇ ରାହାନେ ୧୦୧ ରନ୍‌ କରିଛନ୍ତି। ତାଙ୍କ ଇନିଂସରେ ୧୫ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଶୁବମନ ଗିଲ୍‌ (୧୩୬) ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ। ଚେତେଶ୍ୱର ପୂଜାରା (୫୩), ବିଜୟ ଶଙ୍କର (୬୬) ଓ ଅଧିନାୟକ ହନୁମା ବିହାରୀ (୫୯) ଅର୍ଦ୍ଧଶତକ ହାସଲ କରିଥିଲେ। ନିୟମିତ ଟେଷ୍ଟ ଖେଳାଳିଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱିନ ୩୭.୫ ଓଭର ବୋଲିଂ କରି ଦୁଇ ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍‌

ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…

କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ

ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…

W, W, W, W..ଡବଲ୍‌ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍‌

ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…

IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…

ସଙ୍କଟମୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍‌ ପଡ଼ିଆରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…

ରେଡ୍‌ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍‌ ଦେଲେ ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍‌ କାର୍ଡକୁ ଫିଫା ରବିବାର ସସ୍‌ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri