ଦୌଡ଼ରାଣୀ ଦୂତୀଙ୍କ ଖୁଦୁରୁକୁଣୀ ଓଷା:ଯୋଗଦେଲେ ଜିଲାପାଳ, ଏସ୍‌ପି, ବିଧାୟିକା, ସିନେତାରକା

ରସୁଲପୁର,୧୧।୯(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଚକଗୋପାଳପୁର ଗ୍ରାମ ମଙ୍ଗଳବାର ସନ୍ଧ୍ୟାରେ ଲୋକାରଣ୍ୟ ହୋଇ ଉଠିଥିଲା। ଅନ୍ତର୍ଜାତୀୟ ଧାବିକା ଦୌଡ଼ରାଣୀ ଦୂତୀ ଚାନ୍ଦ ଗାଁକୁ ଫେରି ଅନ୍ୟ ଝିଅଙ୍କ ସହ ମିଶି ରବିବାର ଖୁଦୁରୁକୁଣୀ ଓଷା ପାଳନ କରିଥିଲେ। ଦୂତିଙ୍କ ସହ ଓଷା କରିବାକୁ ନେଇ ଗାଁର ଯୁବତୀମାନେ ବିଶେଷ ଉତ୍ସାହିତ ଥିଲେ ା ମଙ୍ଗଳବାର ଶେଷ ଦିନରେ ପ୍ରଶାସକ, ନେତା, ସେଲିବ୍ରିଟିଙ୍କ ଗହଣରେ ବ୍ରତଧାରୀମାନେ ଖୁସି ମନାଇ ଥିଲେ। ଦର୍ଶକମାନେ ବି ଖୁବ୍‌ ଭିଡ ଜମାଇଥିଲେ। ବେଶି ଭିଡ଼ ଜମିଥିଲା ସିନେତାରକାଙ୍କୁ ଦେଖିବାକୁ ନେଇ। ସେମାନଙ୍କ ସହ କରମର୍ଦ୍ଦନ ଓ ସେଲ୍‌ଫି ନେବାକୁ ଝିଅମାନଙ୍କ ମଧ୍ୟରେ ଏକପ୍ରକାର ଅଘୋଷିତ ପ୍ରତିଯୋଗିତା ଦେଖାଯାଇଥିଲା। ଅତିଥିଙ୍କ ଉପସ୍ଥିତିରେ ସାଂସ୍କୃତିକ ମଞ୍ଚରୁ ନାଚ, ଗୀତ, ଅନୁଭବ, ଅନୁଭୂତି, ଅନୁଶାସନ ଭରା ମତାମତରେ ଦର୍ଶକ ବିଭୋର ହୋଇଉଠିଥିଲେ। ସମସ୍ତେ ଦୂତୀଙ୍କ ପ୍ରସଂଶାରେ ଶତମୁଖ ହୋଇଉଠିଥିଲେ। ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା, ବରୀ ବିଧାୟିକା ସୁନନ୍ଦା ଦାସ, ସିନେତାରକା ସବ୍ୟସାଚୀ ମିଶ୍ର ପ୍ରମୁଖ ଯୋଗଦେଇ ଗାଁର ବିଭିନ୍ନ ପୂଜାମଣ୍ଡପ ବୁଲି ଦେଖିଥିଲେ। ବିଭିନ୍ନ ପୂଜା ସ୍ଥାନ ବୁଲିବାପରେ ଅତିଥିମାନେ ମଞ୍ଚାସୀନ ହୋଇଥିଲେ। ଦୂତୀ ବାହିନୀପକ୍ଷରୁ ଅତିଥିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଦୂତୀ ନିଜର ଅଧ୍ୟାବସାୟ, କଠିନ ପରିଶ୍ରମ ବଳରେ ସଫଳତାର ଶୀର୍ଷକୁ ଛୁଇଁଛନ୍ତି। ମାତ୍ର ସେ ଜଣେ ସାଧାରଣ ଝିଅ ଭଳି ଗାଁର ଯୁବତୀଙ୍କ ସହ ମିଶି ଖୁଦୁରୁକୁଣୀ ଓଷା ପାଳନ କରି ମହାନତାର ନିର୍ଦଶନ ଦେଇଛନ୍ତି ା ତାଙ୍କ ଯୋଗୁ ଗୋପାଳପୁର ଗାଁ ଆଜି ସମଗ୍ର ବିଶ୍ୱ ଦରବାରରେ ପରିଚିତ ହୋଇପାରିଛି ବୋଲି ମତ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ଫସଲ ଅମଳ ପାଇଁ ନାହିଁ ଖଳା

ପ୍ରୀତିପୁର,୧୦ା୫(ସୁଶାନ୍ତ ବେହୁରିଆ): ଖଳା ନ ଥିବାରୁ ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଅଧୀନ ବିଭିନ୍ନ ପଞ୍ଚାୟତର ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଅମଳ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

ନଗଡ଼ା ବାମ, ଡାହାଣ ପାର୍ଶ୍ୱ ଅବହେଳିତ

ଯାଜପୁର,୧୦ା୫(ହର୍ଷବର୍ଦ୍ଧନ ବେହେରା): ପ୍ରତି ୫ ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ। କିନ୍ତୁ ଆଦିବାସୀ ବହୁଳ ସୁକିନ୍ଦା ବ୍ଲକର ଭାଗ୍ୟ ବଦଳେ ନାହିଁ। ଯାହାର ଉଦାହରଣ...

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

୬ ବନ୍ୟା ଆଶ୍ରୟସ୍ଥଳ ଅଧାପନ୍ତରିଆ

ଯାଜପୁର,୭ା୫(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ଦେଇ ପ୍ରବାହିତ ନଦୀଗୁଡ଼ିକର ତଟବର୍ତ୍ତୀ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଆଗକୁ କିଛି ସପ୍ତାହ...

ଦାଦନ ଖଟୁଛନ୍ତି ନଗଡ଼ା ଶିଶୁ

ଯାଜପୁର/କାଳିଆପାଣି (ହର୍ଷବର୍ଦ୍ଧନ ବେହେରା/ଅସିତ ମହାନ୍ତ),୭ା୫:ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ନଗଡ଼ା ଗ୍ରାମରେ ୨୦୧୬ରେ ଅପପୃଷ୍ଟିରୁ ଶିଶୁ ମୃତ୍ୟୁ ଘଟଣା ଅନ୍ତର୍ଜାତୀୟ ଖବର ପାଲଟିଥିଲା।...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri