ଦେଶ ପାଇଁ ଆଗେଇ ଆସିଲେ ଅନୁଷ୍କା

ଆଜିକାଲି ଦେଶରେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାର ଲୋକଙ୍କ ଜୀବନ ଯାଉଛିି। ଏଭଳି ପରିସ୍ଥିତିରେ ସମସ୍ତ ସେଲିବ୍ରିଟି ମଧ୍ୟ ଦେଶକୁ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି। ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଲୋକଙ୍କୁ ସଚେତନ କରିଛନ୍ତି। ଏ ସମ୍ପର୍କରେ ଅନୁଷ୍କା ଶର୍ମା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ଏହି ଭିଡିଓ ମାଧ୍ୟମରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ଭିଡିଓରେ ଅନୁଷ୍କା କହୁଛନ୍ତି- ସମସ୍ତଙ୍କୁ ନମସ୍କାର, ଆଶା କର ଆପଣ ସମସ୍ତେ ସୁରକ୍ଷିତ ରହିବେ। ଜନ୍ମଦିନର ଶୁଭେଚ୍ଛା ପାଇଁ ମୁଁ ତୁମ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହେଁ। ଆପଣ ସମସ୍ତେ ପ୍ରକୃତରେ ମୋର ଦିନକୁ ସ୍ବତନ୍ତ୍ର କରିଛନ୍ତି। କିନ୍ତୁ ଏହି ଯନ୍ତ୍ରଣାଦାୟକ ସମୟ ମଧ୍ୟରେ, ମୁଁ ମୋର ଜନ୍ମଦିନ ପାଳନ କରିବା ଠିକ ଅନୁଭବ କରି ନାହିଁ। ଅନୁଷ୍କା ଆହୁରି କହିଉନ୍ତି- ଏହି ସମୟରେ ସମସ୍ତଙ୍କ ପାଇଁ ମୋର ଏକ ବିଶେଷ ବାର୍ତ୍ତା ଅଛି। ଦେଶର ଏହି ସଙ୍କଟ ପରିସ୍ଥିତିରେ ମୁଁ ଦେଶକୁ ଏକଜୁଟ ହୋଇ ସମର୍ଥନ କରିବାକୁ ନିବେଦନ କରୁଛି। ବିରାଟ ଏବଂ ମୁଁ ଆମର ସାମାନ୍ୟ ସମର୍ଥନ ଦେବାକୁ ଏକାଠି ହେଉଛୁ। ଆମେ ଶୀଘ୍ର ସବିଶେଷ ତଥ୍ୟ ଆପଣଙ୍କ ଆଗରେ ରଖିବୁ ଯାହା ଦ୍ୱାରା ଆପଣ ମଧ୍ୟ ଏହି ଆନ୍ଦୋଳନର ଏକ ଅଂଶ ହୋଇପାରିବେ। ମନେରଖନ୍ତୁ, ଆମେ ସମସ୍ତେ ଏକାଠି ଅଛୁ। ବନ୍ଧୁଗଣ, ଦୟାକରି ସୁରକ୍ଷିତ ରୁହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ ବୋଲି ସେ କହିଛନ୍ତି।
ଅନୁଷ୍କା ଶର୍ମା ଶେଷ ଥର ପାଇଁ ଶାହରୁଖ ଖାନଙ୍କ ସହିତ ଆନନ୍ଦ ଏଲ ରୟଙ୍କ ‘ଜିରୋ’ରେ ବଡ ପରଦାରେ ନଜର ଆସିଥିଲେ। ସେ ଏବେ ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କ ଡେବ୍ୟୁ ଫିଲ୍ମ ‘କାଲା’ ନିର୍ମାଣ କରୁଛନ୍ତି, ଯାହା ନେଟଫ୍ଲିକ୍ସରେ ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଅଟକି ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀମାନଙ୍କୁ ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି

ଦିଗପହଣ୍ଡି,୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣିକୁ ମଙ୍ଗଳବାର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ…

ଉଦୟନିଧି ଷ୍ଟାଲିନଙ୍କ ମାମଲାରେ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ! ପଚରାଉଚରା ପରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଡିଏମକେ (DMK) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିକଟତର ବନ୍ଧୁ ଏବଂ ଅଭିନେତ୍ରୀ ତ୍ରିଷାଙ୍କ ଉପରେ କଥିତ…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ମଝି ଆକାଶରେ ହଠାତ୍‌ ତଳକୁ ଖସିଲା ବିମାନ, ଛାତରେ ବାଜିଲା ଯାତ୍ରୀଙ୍କ ମୁଣ୍ଡ, ଅନେକ ଯାତ୍ରୀ…

ନୂଆଦିଲ୍ଲୀ,୪।୮: ଦିଲ୍ଲୀ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଫୁକେଟରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ହଠାତ୍‌ ପ୍ରବଳ ଟର୍ବୁଲେନ୍ସର ସମ୍ମୁଖୀନ ହୋଇଥିଲା।…

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଛାତ୍ରୀଛାତ୍ରଙ୍କୁ ମିଳିଲା ପାଠ୍ୟ ଉପକରଣ

କେନ୍ଦୁଝର:୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅଧୀନ କୋଡିପଶା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଜୁଆଙ୍ଗ ଗ୍ରାମ ଘୁଙ୍ଗି ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସ୍ଥାନୀୟ ସଚ୍ଛୋସେବୀ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri