ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା ଦେଶର ୧୬୦୦ ସହରରେ ଏହି ସେବାକୁ କମ୍ପାନୀ ଉନ୍ମୋଚନ କରିଛି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ସେକେଣ୍ଡ ପ୍ରତି ଅନ୍ୟୁନ ୧୦୦ ମେଗା ବିଟ୍‌ ସ୍ପିଡରେ ସେବା ଦେବ। ୬୯୯ ଟଙ୍କା ଆରମ୍ଭ ମୂଲ୍ୟରୁ ପ୍ଲାନ ଆରମ୍ଭ ହେଉଛି। ଏହାବାଦ ଗ୍ରାହକଙ୍କୁ ହାଇଡେଫିନିଶନ ସେଟଅପ୍‌ ବକ୍ସ, ରାଉଟର ଫ୍ରି ଭଏଓ କଲିଂ ସାରା ଦେଶର ଯେକୌଣସି ସ୍ଥାନକୁ ଯୋଗାଇ ଦିଆଯିବ। ଏହାବାଦ ଟେଲିଭିଜନ ଭିତ୍ତିକ ଭିଡିଓକଲିଂ, କନଫରେନ୍ସି ସେବା, ଜିରୋ ଲାଟେନ୍ସି ଗେମିଂ, ୫ଟି ଡିଭାଇସ ପର୍ଯ୍ୟନ୍ତ ଡିଭାଇସ ସିକ୍ୟୁରିଟି ପ୍ରଦାନ କରାଯିବ। ସେବା ନେବା ଲାଗି ବିଭିନ୍ନ ପ୍ଲାନର ମୂଲ୍ୟ ୬୯୯ ଟଙ୍କାରୁ ୮, ୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ବ୍ରଡବ୍ୟାଣ୍ଡ ପ୍ଲାନପାଇଁ ବାର୍ଷିକ ସବସ୍କ୍ରିପଶନ ନେଉଥିବା ଗ୍ରାହକଙ୍କୁ ଏକ କମ୍ପ୍ଲିମେଣ୍ଟାରୀ ଟିଭି ସେଟ୍‌ ପ୍ରଦାନ କରାଯାଉଛି। ପ୍ଲାନର ଅବଧି ୧୨୯୯ ଟଙ୍କାରୁ ୮୪୯୯ ଟଙ୍କା ରହିଛି।
ବର୍ତ୍ତମାନ ସାରା ଦେଶରେ ବ୍ରଡବ୍ୟାଣ୍ଡର ହାରାହାରି ସ୍ପିଡ ୨୫ ଏମ୍‌ବିପିଏସ୍‌ ରହିଛି। ଆମେରିକା ଭଳି ଦେଶରେ ଏହା ୯୦ ଏମ୍‌ବିପିଏସ୍‌। ଦେଶର ପ୍ରଥମ ୧୦୦% ଅଲ୍‌ ଫାଇବର ବ୍ରାଣ୍ଡବ୍ୟାଣ୍ଡ ସର୍ଭିସ ଭାବେ ଜିଓ ୧୦୦ ଏମ୍‌ବିପିଏସ୍‌ରୁ ଆରମ୍ଭ କରି ୧ ଜିବିପିଏସ୍‌ ଯାଏ ସେବା ପ୍ରଦାନ କରିବ। ଏହା ଦ୍ୱାରା ଭାରତ ବିଶ୍ୱର ଶୀର୍ଷ ୫ ଦେଶ ମଧ୍ୟରେ ସ୍ଥାନୀତ ହୋଇ ପାରିବ ବୋଲି ଜିଓ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଗ୍ରାହକ ଜିଓ ଫାଇବରର ୬୯୯ ପ୍ଲାନ ସବସ୍କ୍ରାଇବ କଲେ ୩ ମାସର ଜିଓ ସିନେମା ଏବଂ ଜିଓ ସାଭନ ବ୍ୟବହାର ସୁବିଧା ପାଇପାରିବେ। ସେହିଭଳି ଯେଉଁମାନେ ୮୪୯ ଟଙ୍କାର ପ୍ଲାନ ଚୟନ କରୁଛନ୍ତି ୩ ମାସର ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ ବ୍ୟବହାରର ସୁବିଧା ପାଇପାରିବେ। ଅଧିକ ମୂଲ୍ୟର ପ୍ଲାନ ଉପରେ ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ର ଗୋଟିଏ ବର୍ଷର ସବସ୍କ୍ରିପଶନ ଲାଭ କରିବାର ସୁବିଧା ମିଳିବ। ଏହାବାଦ ଗେମିଂ, ଡିଭାଇସ ସିକ୍ୟୁରିଟି, ହୋମ ନେଟଓ୍ବାର୍କିଂ, ଭର୍ଚୁଆଲ ରିୟଲିଟି ଏକ୍ସପେରିଏନ୍ସ, ଭିଡ଼ିଓ କଣ୍ଟେଣ୍ଟ ସର୍ଭିସ, ଟିଭି ଭିଡ଼ିଓ କଲିଂ ଏବଂ କନଫରେନ୍ସି ଲାଗି ଗ୍ରାହକ କମ୍ପାଟିବୁଲ ଡିଭାଇସ କ୍ରୟ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏକ ବିପ୍ଲବାତ୍ମକ ନୂଆ ଯାତ୍ରର ଆରମ୍ଭ
ଜିଓ ଫାଇବର ଏକ ବିପ୍ଲବାତ୍ମକ ନୂତନ ଯାତ୍ରାର ଶୁଭାରମ୍ଭ। ଜିଓ ଫାଇବରକୁ ପରବର୍ତ୍ତୀ ସ୍ତରକୁ ନେବା ସହ ଗ୍ରାହକଙ୍କୁ ଅତୁଳନୀୟ ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି। ଏହି ଅବସରରେ ୫ ଲକ୍ଷ ଜିଓ ଫାଇବର ପ୍ରିଭ୍ୟୁ ୟୁଜରଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ପ୍ରଡକ୍ଟ ଏବଂ ସେବା ଅଭିଜ୍ଞତାକୁ ଆଉ ଗୋଟିଏ ସ୍ତରକୁ ନେବାରେ ଏମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।
-ଆକାଶ ଅମ୍ବାନୀ, ରିଲାଏନ୍ସ ଜିଓ ଇନ୍‌ଫୋକମ ନିର୍ଦ୍ଦେଶକ
ଓଡ଼ିଶାର ୪ ସହରରେ ସେବା
ଭୁବନେଶ୍ୱର,୫-୯(ବ୍ୟୁରୋ): କମ୍ପାନୀ ବର୍ତ୍ତମାନ ରାଜ୍ୟର ୪ ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ସେବା ଯୋଗାଇ ଦେବ। ଏହି ସହରଗୁଡିକ ମଧ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁର ରହିଛି। ଏହି ସହରଗୁଡିକରେ କମ୍ପାନୀ ପରୀକ୍ଷା ମୂଳକ ଭାବେ ଏହି ସେବା ଯୋଗାଇ ଦେଉଥିଲା। ନୂଆ ସେବା ନେବାକୁ ଚାହୁଁଥିବା ଗ୍ରାହକ ସେବା ସବସ୍କ୍ରିପଶନ ନେଇ ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରିଭ୍ୟୁ ଅଫର ନେଇଥିବା ଗ୍ରାହକ ଅଫରକୁ ଅପଗ୍ରେଡ କରିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବାକୁ ଉକ୍ତ ସହରଗୁଡିକର ସବୁ ସ୍ଥାନକୁ ସମ୍ପ୍ରସାରଣ କରିବାକୁ କମ୍ପାନୀ ଯୋଜନା ରଖିଛି। ଭୁବନେଶ୍ୱରର ମୈତ୍ରୀ ବିହାର, ଜୟଦେବ ବିହାର, ଆଇଆରସି ଭିଲେଜ, ଓୟୁଏଟି- ସୂର୍ଯ୍ୟନଗର,ୟୁନିଟ-୬ ସରକାରୀ କ୍ୱାର୍ଟସରେ ଏହା ପରିକ୍ଷା ମୂଳକ ଭାବେ ପ୍ରଦାନ କରାଯାଉଛି। ସେହିଭଳି ରାଉରକେଲାର ବାସନ୍ତି କଲୋନୀ, ଛେଣ୍ଡ, ଜଗଦା, ସିଭିଲ ଟାଉନସିପ, କୋଏଲ ନଗର ଭଳି ସ୍ଥାନ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ସମ୍ବଲପୁରର ବୁଢାରଜା, ଧନୁପାଲି, କଟକର ସେକ୍ଟର ୬ ଏବଂ ଜୋବ୍ରା ଭଳି ସ୍ଥାନରେ ଲୋକମାନେ ଏହାର ପରୀକ୍ଷା ମୂଳକ ଅଭିଜ୍ଞତା ନେଇଛନ୍ତି। ଧିରେ ଧିରେ ସେବାକୁ ରାଜ୍ୟର ଅନ୍ୟ ସହରରେ ଆରମ୍ଭ କରାଯିବ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri