ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା ଦେଶର ୧୬୦୦ ସହରରେ ଏହି ସେବାକୁ କମ୍ପାନୀ ଉନ୍ମୋଚନ କରିଛି। କମ୍ପାନୀ ପ୍ରାଥମିକ ପର୍ଯ୍ୟାୟରେ ସେକେଣ୍ଡ ପ୍ରତି ଅନ୍ୟୁନ ୧୦୦ ମେଗା ବିଟ୍‌ ସ୍ପିଡରେ ସେବା ଦେବ। ୬୯୯ ଟଙ୍କା ଆରମ୍ଭ ମୂଲ୍ୟରୁ ପ୍ଲାନ ଆରମ୍ଭ ହେଉଛି। ଏହାବାଦ ଗ୍ରାହକଙ୍କୁ ହାଇଡେଫିନିଶନ ସେଟଅପ୍‌ ବକ୍ସ, ରାଉଟର ଫ୍ରି ଭଏଓ କଲିଂ ସାରା ଦେଶର ଯେକୌଣସି ସ୍ଥାନକୁ ଯୋଗାଇ ଦିଆଯିବ। ଏହାବାଦ ଟେଲିଭିଜନ ଭିତ୍ତିକ ଭିଡିଓକଲିଂ, କନଫରେନ୍ସି ସେବା, ଜିରୋ ଲାଟେନ୍ସି ଗେମିଂ, ୫ଟି ଡିଭାଇସ ପର୍ଯ୍ୟନ୍ତ ଡିଭାଇସ ସିକ୍ୟୁରିଟି ପ୍ରଦାନ କରାଯିବ। ସେବା ନେବା ଲାଗି ବିଭିନ୍ନ ପ୍ଲାନର ମୂଲ୍ୟ ୬୯୯ ଟଙ୍କାରୁ ୮, ୪୯୯ ଟଙ୍କା ପର୍ଯ୍ୟନ୍ତ ରହିଛି। ବ୍ରଡବ୍ୟାଣ୍ଡ ପ୍ଲାନପାଇଁ ବାର୍ଷିକ ସବସ୍କ୍ରିପଶନ ନେଉଥିବା ଗ୍ରାହକଙ୍କୁ ଏକ କମ୍ପ୍ଲିମେଣ୍ଟାରୀ ଟିଭି ସେଟ୍‌ ପ୍ରଦାନ କରାଯାଉଛି। ପ୍ଲାନର ଅବଧି ୧୨୯୯ ଟଙ୍କାରୁ ୮୪୯୯ ଟଙ୍କା ରହିଛି।
ବର୍ତ୍ତମାନ ସାରା ଦେଶରେ ବ୍ରଡବ୍ୟାଣ୍ଡର ହାରାହାରି ସ୍ପିଡ ୨୫ ଏମ୍‌ବିପିଏସ୍‌ ରହିଛି। ଆମେରିକା ଭଳି ଦେଶରେ ଏହା ୯୦ ଏମ୍‌ବିପିଏସ୍‌। ଦେଶର ପ୍ରଥମ ୧୦୦% ଅଲ୍‌ ଫାଇବର ବ୍ରାଣ୍ଡବ୍ୟାଣ୍ଡ ସର୍ଭିସ ଭାବେ ଜିଓ ୧୦୦ ଏମ୍‌ବିପିଏସ୍‌ରୁ ଆରମ୍ଭ କରି ୧ ଜିବିପିଏସ୍‌ ଯାଏ ସେବା ପ୍ରଦାନ କରିବ। ଏହା ଦ୍ୱାରା ଭାରତ ବିଶ୍ୱର ଶୀର୍ଷ ୫ ଦେଶ ମଧ୍ୟରେ ସ୍ଥାନୀତ ହୋଇ ପାରିବ ବୋଲି ଜିଓ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଗ୍ରାହକ ଜିଓ ଫାଇବରର ୬୯୯ ପ୍ଲାନ ସବସ୍କ୍ରାଇବ କଲେ ୩ ମାସର ଜିଓ ସିନେମା ଏବଂ ଜିଓ ସାଭନ ବ୍ୟବହାର ସୁବିଧା ପାଇପାରିବେ। ସେହିଭଳି ଯେଉଁମାନେ ୮୪୯ ଟଙ୍କାର ପ୍ଲାନ ଚୟନ କରୁଛନ୍ତି ୩ ମାସର ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ ବ୍ୟବହାରର ସୁବିଧା ପାଇପାରିବେ। ଅଧିକ ମୂଲ୍ୟର ପ୍ଲାନ ଉପରେ ଭିଡ଼ିଓ ଏଣ୍ଟରଟେନମେଣ୍ଟ ଆପ୍‌ର ଗୋଟିଏ ବର୍ଷର ସବସ୍କ୍ରିପଶନ ଲାଭ କରିବାର ସୁବିଧା ମିଳିବ। ଏହାବାଦ ଗେମିଂ, ଡିଭାଇସ ସିକ୍ୟୁରିଟି, ହୋମ ନେଟଓ୍ବାର୍କିଂ, ଭର୍ଚୁଆଲ ରିୟଲିଟି ଏକ୍ସପେରିଏନ୍ସ, ଭିଡ଼ିଓ କଣ୍ଟେଣ୍ଟ ସର୍ଭିସ, ଟିଭି ଭିଡ଼ିଓ କଲିଂ ଏବଂ କନଫରେନ୍ସି ଲାଗି ଗ୍ରାହକ କମ୍ପାଟିବୁଲ ଡିଭାଇସ କ୍ରୟ କରିବାକୁ ପଡିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏକ ବିପ୍ଲବାତ୍ମକ ନୂଆ ଯାତ୍ରର ଆରମ୍ଭ
ଜିଓ ଫାଇବର ଏକ ବିପ୍ଲବାତ୍ମକ ନୂତନ ଯାତ୍ରାର ଶୁଭାରମ୍ଭ। ଜିଓ ଫାଇବରକୁ ପରବର୍ତ୍ତୀ ସ୍ତରକୁ ନେବା ସହ ଗ୍ରାହକଙ୍କୁ ଅତୁଳନୀୟ ସେବା ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି। ଏହି ଅବସରରେ ୫ ଲକ୍ଷ ଜିଓ ଫାଇବର ପ୍ରିଭ୍ୟୁ ୟୁଜରଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। ପ୍ରଡକ୍ଟ ଏବଂ ସେବା ଅଭିଜ୍ଞତାକୁ ଆଉ ଗୋଟିଏ ସ୍ତରକୁ ନେବାରେ ଏମାନଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ।
-ଆକାଶ ଅମ୍ବାନୀ, ରିଲାଏନ୍ସ ଜିଓ ଇନ୍‌ଫୋକମ ନିର୍ଦ୍ଦେଶକ
ଓଡ଼ିଶାର ୪ ସହରରେ ସେବା
ଭୁବନେଶ୍ୱର,୫-୯(ବ୍ୟୁରୋ): କମ୍ପାନୀ ବର୍ତ୍ତମାନ ରାଜ୍ୟର ୪ ସହରର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ଏହି ସେବା ଯୋଗାଇ ଦେବ। ଏହି ସହରଗୁଡିକ ମଧ୍ୟରେ ଭୁବନେଶ୍ୱର, କଟକ, ରାଉରକେଲା ଏବଂ ସମ୍ବଲପୁର ରହିଛି। ଏହି ସହରଗୁଡିକରେ କମ୍ପାନୀ ପରୀକ୍ଷା ମୂଳକ ଭାବେ ଏହି ସେବା ଯୋଗାଇ ଦେଉଥିଲା। ନୂଆ ସେବା ନେବାକୁ ଚାହୁଁଥିବା ଗ୍ରାହକ ସେବା ସବସ୍କ୍ରିପଶନ ନେଇ ପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ପ୍ରିଭ୍ୟୁ ଅଫର ନେଇଥିବା ଗ୍ରାହକ ଅଫରକୁ ଅପଗ୍ରେଡ କରିପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବାକୁ ଉକ୍ତ ସହରଗୁଡିକର ସବୁ ସ୍ଥାନକୁ ସମ୍ପ୍ରସାରଣ କରିବାକୁ କମ୍ପାନୀ ଯୋଜନା ରଖିଛି। ଭୁବନେଶ୍ୱରର ମୈତ୍ରୀ ବିହାର, ଜୟଦେବ ବିହାର, ଆଇଆରସି ଭିଲେଜ, ଓୟୁଏଟି- ସୂର୍ଯ୍ୟନଗର,ୟୁନିଟ-୬ ସରକାରୀ କ୍ୱାର୍ଟସରେ ଏହା ପରିକ୍ଷା ମୂଳକ ଭାବେ ପ୍ରଦାନ କରାଯାଉଛି। ସେହିଭଳି ରାଉରକେଲାର ବାସନ୍ତି କଲୋନୀ, ଛେଣ୍ଡ, ଜଗଦା, ସିଭିଲ ଟାଉନସିପ, କୋଏଲ ନଗର ଭଳି ସ୍ଥାନ ଏହା ମଧ୍ୟରେ ସାମିଲ ରହିଛି। ଏହାବାଦ ସମ୍ବଲପୁରର ବୁଢାରଜା, ଧନୁପାଲି, କଟକର ସେକ୍ଟର ୬ ଏବଂ ଜୋବ୍ରା ଭଳି ସ୍ଥାନରେ ଲୋକମାନେ ଏହାର ପରୀକ୍ଷା ମୂଳକ ଅଭିଜ୍ଞତା ନେଇଛନ୍ତି। ଧିରେ ଧିରେ ସେବାକୁ ରାଜ୍ୟର ଅନ୍ୟ ସହରରେ ଆରମ୍ଭ କରାଯିବ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri