ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗତ ୩୦ ତାରିଖରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଞ୍ଚାୟତର ନିର୍ବାହୀ ଅଧିକାରୀ ମୁରଲୀଧର ବାରିକଙ୍କୁ ଜଣେ ଯୁବକ କୌଣସି କାରଣରୁ ଗୁଳିମାଡ଼ କରିଥିଲେ। ଦୁଇଟି ଗୁଳି ତାଙ୍କ ଦୁଇ ଗୋଡ଼ରେ ବାଜିବାରୁ ସେ ଗୁରୁତର ହୋଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଜାନୁୟାରୀ ୧୮ ତାରିଖରେ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପିଇଓ ଦ୍ୱାରିକାନାଥ ପ୍ରହରାଜ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକକୁ ଫେରୁଥିବା ସମୟରେ ଗାତେରୀ ଜଙ୍ଗଲ ନିକଟରେ କେହି ଦୁର୍ବୃତ୍ତ ତାଙ୍କୁ ଅଟକ ରଖି ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ପରେ ସେ ପଞ୍ଚାୟତକୁ ଫୋନ୍‌ କରିବାରୁ ଜଣେ କର୍ମଚାରୀ ୧୫ ହଜାର ଟଙ୍କା ନେଇ ଦେବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥିଲେ। ୧୫ ଜାନୁୟାରୀ ୨୦୧୮ରେ ଦଶପଲ୍ଲା ବ୍ଲକ ଶିମିଳିସାହି ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନ ବେଳେ ଦୁର୍ବୃତ୍ତମାନେ ପିଇଓ ରୀନା ଦେଈଙ୍କୁ ଗୁଳିମାଡ଼ କରି ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ୧୫ ଜାନୁୟାରୀ ୨୦୧୭ରେ ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତର ପିଇଓ ସୁରେଶ ନାୟକ ଭତ୍ତା ବଣ୍ଟନ କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ମେ ୨୦୧୫ରେ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ପିଇଓ ମନୋଜ ମହାପାତ୍ର ରାସ୍ତାରେ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୬୭,୪୦୦ ଟଙ୍କା ଲୁଟି ନେଇଥିଲେ। ୧୪ ମାର୍ଚ୍ଚ ୨୦୧୫ରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ପିଇଓ ସନ୍ତୋଷ ଷଡ଼ଙ୍ଗୀଙ୍କଠାରୁ ମଧ୍ୟ ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ଜାନୁୟାରୀ ୨୦୧୫ରେ ଭାପୁର ବ୍ଲକ ଶାସନ ପଞ୍ଚାୟତର ପିଇଓ କଳ୍ପନା ବେହେରାଙ୍କଠାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ୧ ଲକ୍ଷ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୪ ମସିହାରେ ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ପିଇଓ ଦ୍ୱାରିକାନାଥ ପ୍ରହରାଜ ଭତ୍ତା ଟଙ୍କା ବଣ୍ଟନ କରିବାକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୨ ମସିହାରେ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତରେ ଏସ୍‌ଆଇ (ସେତେବେଳେ ପିଇଓ କମ୍‌ ଥିବାରୁ ଏମାନେ ଭତ୍ତା ବଣ୍ଟନ କରୁଥିଲେ) ଦୁର୍ଯ୍ୟୋଧନ ନାୟକ ବ୍ୟାଙ୍କ୍‌ରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଡିକି ଭାଙ୍ଗି ଉକ୍ତ ଟଙ୍କା ଲୁଟି ନେଇଥିଲେ। ଏହିଭଳି ଭାବେ ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ପିଇଓଙ୍କୁ ଟାର୍ଗେଟ କରୁଛନ୍ତି। ୧୫ ତାରିଖ (ଭତ୍ତା ବଣ୍ଟନ)କୁ ଆଖି ଆଗରେ ରଖି ଏହିଭଳି କାଣ୍ଡ ଘଟାଉଛନ୍ତି। ସୂଚନାଯୋଗ୍ୟ ଲୁଟ୍‌ ହୋଇଥିବା ଟଙ୍କାକୁ ପରବର୍ତ୍ତୀ ସମୟରେ ପିଇଓମାନେ ଭରଣା କରୁଛନ୍ତି। ପୋଲିସ ଉପରୋକ୍ତ କିଛି ମାମଲାରେ ଦୁର୍ବୃତ୍ତମାନଙ୍କୁ ଧରିଥିବା ବେଳେ ଅନେକ ମାମଲାର ଫାଇଲ ତଳେ ରହିଯାଇଛି। ଏ ନେଇ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସମ୍ପର୍କରେ ଜିଲା ପିଇଓ ସଂଘ ସଭାପତି ପ୍ରଶାନ୍ତ କୁମାର ଦାଶ କହନ୍ତି, ପ୍ରଶାସନ ଆମମାନଙ୍କୁ ସୁରକ୍ଷା ନ ଦେଲେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବ। ଆଗାମୀ ଦିନରେ ସଂଘ ତରଫରୁ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ପିଇଓମାନଙ୍କ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତାଟଙ୍କା ସିଧାସଳଖ ପ୍ରଦାନ କରାଗଲେ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ସେ କହିଛନ୍ତି। ଦୁର୍ବୃତ୍ତମାନେ ଖୋଲାଖୋଲି ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାରୁ ଜିଲା ପୋଲିସ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri