ଦୁର୍ବୃତ୍ତଙ୍କ ଟାର୍ଗେଟରେ ପିଇଓ : ବାରମ୍ବାର ହେଉଛି ଆକ୍ରମଣ

ନୟାଗଡ଼ ଅଫିସ,୨ା୯: ନୟାଗଡ଼ ଜିଲାରେ ଟାର୍ଗେଟ କଲାଭଳି ଦୁର୍ବୃତ୍ତମାନେ ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଉପରେ ଆକ୍ରମଣ କରୁଛନ୍ତି। ଅଧିକାଂଶ ଘଟଣା ପଛରେ ଟଙ୍କା ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗତ ୩୦ ତାରିଖରେ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଞ୍ଚାୟତର ନିର୍ବାହୀ ଅଧିକାରୀ ମୁରଲୀଧର ବାରିକଙ୍କୁ ଜଣେ ଯୁବକ କୌଣସି କାରଣରୁ ଗୁଳିମାଡ଼ କରିଥିଲେ। ଦୁଇଟି ଗୁଳି ତାଙ୍କ ଦୁଇ ଗୋଡ଼ରେ ବାଜିବାରୁ ସେ ଗୁରୁତର ହୋଇ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଚଳିତବର୍ଷ ଜାନୁୟାରୀ ୧୮ ତାରିଖରେ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପିଇଓ ଦ୍ୱାରିକାନାଥ ପ୍ରହରାଜ ପଞ୍ଚାୟତ କାର୍ଯ୍ୟାଳୟରୁ ବ୍ଲକକୁ ଫେରୁଥିବା ସମୟରେ ଗାତେରୀ ଜଙ୍ଗଲ ନିକଟରେ କେହି ଦୁର୍ବୃତ୍ତ ତାଙ୍କୁ ଅଟକ ରଖି ଟଙ୍କା ମାଗିଥିଲେ। ତାଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ତାଙ୍କୁ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ପରେ ସେ ପଞ୍ଚାୟତକୁ ଫୋନ୍‌ କରିବାରୁ ଜଣେ କର୍ମଚାରୀ ୧୫ ହଜାର ଟଙ୍କା ନେଇ ଦେବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ଦେଇଥିଲେ। ୧୫ ଜାନୁୟାରୀ ୨୦୧୮ରେ ଦଶପଲ୍ଲା ବ୍ଲକ ଶିମିଳିସାହି ପଞ୍ଚାୟତରେ ଭତ୍ତା ଟଙ୍କା ବଣ୍ଟନ ବେଳେ ଦୁର୍ବୃତ୍ତମାନେ ପିଇଓ ରୀନା ଦେଈଙ୍କୁ ଗୁଳିମାଡ଼ କରି ୧.୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ୧୫ ଜାନୁୟାରୀ ୨୦୧୭ରେ ଖଣ୍ଡପଡ଼ା ବ୍ଲକ ସିଧାମୂଳା ପଞ୍ଚାୟତର ପିଇଓ ସୁରେଶ ନାୟକ ଭତ୍ତା ବଣ୍ଟନ କରିବାକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ମେ ୨୦୧୫ରେ ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ପିଇଓ ମନୋଜ ମହାପାତ୍ର ରାସ୍ତାରେ ଯାଉଥିବା ବେଳେ ୩ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୬୭,୪୦୦ ଟଙ୍କା ଲୁଟି ନେଇଥିଲେ। ୧୪ ମାର୍ଚ୍ଚ ୨୦୧୫ରେ ଓଡ଼ଗାଁ ବ୍ଲକ ମଗରବନ୍ଧ ପଞ୍ଚାୟତ ପିଇଓ ସନ୍ତୋଷ ଷଡ଼ଙ୍ଗୀଙ୍କଠାରୁ ମଧ୍ୟ ଦୁର୍ବୃତ୍ତମାନେ ୨ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୧୫ ଜାନୁୟାରୀ ୨୦୧୫ରେ ଭାପୁର ବ୍ଲକ ଶାସନ ପଞ୍ଚାୟତର ପିଇଓ କଳ୍ପନା ବେହେରାଙ୍କଠାରୁ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ୧ ଲକ୍ଷ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୪ ମସିହାରେ ଭାପୁର ବ୍ଲକ ଫତେଗଡ଼ ପଞ୍ଚାୟତର ପିଇଓ ଦ୍ୱାରିକାନାଥ ପ୍ରହରାଜ ଭତ୍ତା ଟଙ୍କା ବଣ୍ଟନ କରିବାକୁ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ। ୨୦୧୨ ମସିହାରେ ଓଡ଼ଗାଁ ବ୍ଲକ ହରିହରପୁର ପଞ୍ଚାୟତରେ ଏସ୍‌ଆଇ (ସେତେବେଳେ ପିଇଓ କମ୍‌ ଥିବାରୁ ଏମାନେ ଭତ୍ତା ବଣ୍ଟନ କରୁଥିଲେ) ଦୁର୍ଯ୍ୟୋଧନ ନାୟକ ବ୍ୟାଙ୍କ୍‌ରୁ ୨ ଲକ୍ଷ ଟଙ୍କା ଉଠାଇ ବାଇକ୍‌ ଡିକିରେ ରଖିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ି ଡିକି ଭାଙ୍ଗି ଉକ୍ତ ଟଙ୍କା ଲୁଟି ନେଇଥିଲେ। ଏହିଭଳି ଭାବେ ବିଭିନ୍ନ ସମୟରେ ଦୁର୍ବୃତ୍ତମାନେ ପିଇଓଙ୍କୁ ଟାର୍ଗେଟ କରୁଛନ୍ତି। ୧୫ ତାରିଖ (ଭତ୍ତା ବଣ୍ଟନ)କୁ ଆଖି ଆଗରେ ରଖି ଏହିଭଳି କାଣ୍ଡ ଘଟାଉଛନ୍ତି। ସୂଚନାଯୋଗ୍ୟ ଲୁଟ୍‌ ହୋଇଥିବା ଟଙ୍କାକୁ ପରବର୍ତ୍ତୀ ସମୟରେ ପିଇଓମାନେ ଭରଣା କରୁଛନ୍ତି। ପୋଲିସ ଉପରୋକ୍ତ କିଛି ମାମଲାରେ ଦୁର୍ବୃତ୍ତମାନଙ୍କୁ ଧରିଥିବା ବେଳେ ଅନେକ ମାମଲାର ଫାଇଲ ତଳେ ରହିଯାଇଛି। ଏ ନେଇ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସମ୍ପର୍କରେ ଜିଲା ପିଇଓ ସଂଘ ସଭାପତି ପ୍ରଶାନ୍ତ କୁମାର ଦାଶ କହନ୍ତି, ପ୍ରଶାସନ ଆମମାନଙ୍କୁ ସୁରକ୍ଷା ନ ଦେଲେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବ। ଆଗାମୀ ଦିନରେ ସଂଘ ତରଫରୁ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ପିଇଓମାନଙ୍କ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍‌ଲାଇନରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଭତ୍ତାଟଙ୍କା ସିଧାସଳଖ ପ୍ରଦାନ କରାଗଲେ ଏଭଳି ଘଟଣା ଘଟନ୍ତା ନାହିଁ ବୋଲି ସେ କହିଛନ୍ତି। ଦୁର୍ବୃତ୍ତମାନେ ଖୋଲାଖୋଲି ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେଉଥିବାରୁ ଜିଲା ପୋଲିସ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri