ଦୁର୍ଦ୍ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ: ବିକ୍ରି ଅପେକ୍ଷାରେ ନୀଳାଚଳ, ରୋହିତ

ଯାଜପୁର ଅଫିିସ, ୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଷ୍ଟିଲ ହବ୍‌ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ସ୍ବପ୍ନ ଦେଖୁଛନ୍ତି। ଏହାବାଦ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ୨ଥର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆୟୋଜନ କରି ଶିଳ୍ପ ସଂସ୍ଥାଗୁଡିକୁ ପୁଞ୍ଜି ବିନିଯୋଗ କରିବାକୁ ଆହ୍ବାନ ଦେଉଥିଲେ ହେଁ ସେମାନେ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟପକ୍ଷେ କଳିଙ୍ଗନଗର ଶିଳ୍ପାଞ୍ଚଳର ୮ଟି ବୃହତ ଶିଳ୍ପ କାରଖାନା ଆର୍ଥିକ ଦୁର୍ବଳ ଅବସ୍ଥାକୁ ଚାଲି ଆସିଛି । ସୁସ୍ଥ ଶିଳ୍ପାୟନ ବାତାବରଣ ସୃଷ୍ଟି କରିବାରେ କାହାରି ଆନ୍ତରିକତା ନ ଥିବା ମନେ ହେଉଛି। କଞ୍ଚାମାଲ ଦର ବୃଦ୍ଧି, ମାନ୍ଦାବସ୍ଥା, ପରିବହନ ଖର୍ଚ୍ଚ ସମେତ ବିଦ୍ୟୁତ, ଶ୍ରମ ସାମର୍ଥ୍ୟ ଓ ବିଭିନ୍ନ ଚାନ୍ଦା ଆଦି କାରଣ ଯୋଗୁ ବିକ୍ରି ଦର ତୁଳନାରେ ଖର୍ଚ୍ଚ ଅଧିକ ହେଉଥିବା ଶିଳ୍ପ କର୍ତ୍ତୃପକ୍ଷ ଯୁକ୍ତି ବାଢୁଛନ୍ତି। ଗତ ୪ ବର୍ଷ ଧରି ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇଏନ୍‌ଏଲ) ୨୦୧୦ କୋଟି ଟଙ୍କା କ୍ଷତିରେ ଚାଲୁଥିବାବେଳେ ରୋହିତ ଫେରୋଟେକ୍‌ ମଧ୍ୟ ଗତ ୩ବର୍ଷ ଧରି କୋଟି କୋଟି ଟଙ୍କା କ୍ଷତି ସହିବାରେ ଲାଗିଛି। ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଶିଳ୍ପ ସୁରୁଖୁରୁରେ ଚାଲିଥିବାବେଳେ କଳିଙ୍ଗନଗରରେ କାହିଁକି ବ୍ୟତିକ୍ରମ ଘଟୁଛି ସେ ନେଇ ସମୀକ୍ଷାର ବେଳ ଆସିଛି ବୋଲି ମତପ୍ରକାଶ ପାଇଛି। ଆରପିଡିଏସ୍‌ସି ବୈଠକ ପାଇଁ ସମୀକ୍ଷା ଚାଲିଥିବାବେଳେ ଏନ୍‌ଆଇଏନ୍‌ଏଲ ଓ ରୋହିତ ଫେରୋଟେକ ବିକ୍ରି ଅପେକ୍ଷାରେ ରହିଥିବା ଚର୍ଚ୍ଚା ହେଉଛି। କେଜେ ଇସ୍ପାତ, ମଇଥାନ ଷ୍ଟିଲ, ୟାଜଦାନି, ଯାଜପୁରରୋଡ ଫେରୋକ୍ରୋମ କାରଖାନା ବନ୍ଦ ପଡିଛି। ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ମଇଥାନ ଷ୍ଟିଲ ଓ ଭିସା ଷ୍ଟିଲ ସିଡିଆର(କର୍ପୋରେଟ ଋଣ ପୁନର୍ଗଠନ) ହୋଇଥିବାବେଳେ ମେସ୍କୋ ଷ୍ଟିଲ କାରଖାନା ଆର୍ଥତ୍କ ଦୁରାବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏହିକ୍ରମରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୩ବର୍ଷ ମଧ୍ୟରେ ୪୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଛଟେଇ ହୋଇ ସାରିଛନ୍ତି । ତେଣୁ ସରକାର ଏଥିପ୍ରତି ଅଧିକ ଧ୍ୟାନ ନ ଦେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ହାତଗଣତି ଶିଳ୍ପ ରହିଯିବ ବୋଲି ମତପ୍ରକାଶ ପାଉଛି।
ମଧ୍ୟମ ଉଦ୍ୟୋଗ ଶିଳ୍ପ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପାଖରେ କୌଣସି ଖବର ନାହିଁ। ଚଳିତ ବିଧାନସଭାରେ ବିଧାୟକ ଚକ୍ରମଣି କହଁର ପଚାରିଥିବା ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୬୬୧ର ଉତ୍ତରରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଆହୁରି ଦର୍ଶାଇଛନ୍ତି ଯେ, ଜିଲାରେ କେଉଁ ମଧ୍ୟମ ଉଦ୍ୟୋଗର ଆବଶ୍ୟକତା ଅଛି, ବିଗତ ଦିନରେ ୨ଥର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ କେତୋଟି ଉଦ୍ୟୋଗ କେଉଁ ସ୍ଥାନରେ ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଥିଲେ ତାହାର କିଛି ତଥ୍ୟ ନାହିଁ। ଏପରିକି କେଉଁ ଉଦ୍ୟୋଗ କେଉଁଠାରେ କାମ ଆରମ୍ଭ କଲେଣି ଓ କେତେ ପୁଞ୍ଜି ରାଜ୍ୟକୁ ଆସିଛି, କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବା ହେବାର ଅଛି ଏହାର କୌଣସି ସୂଚନା କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପାଖରେ ନାହିଁ। ଯଦି ଏହି ଉତ୍ତରରେ ସତ୍ୟତା ରହିଛି ତେବେ ଏହାର ଅର୍ଥ କଳିଙ୍ଗନଗର ଶିଳ୍ପାଞ୍ଚଳରେ କୌଣସି ମଧ୍ୟମ ଉଦ୍ୟୋଗ ଆଗ୍ରହ ପ୍ରକାଶ କରିନାହାନ୍ତି। ତେଣୁ କେଉଁ କାରଣରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତି ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ସେ ନେଇ ବିତର୍କର ଆବଶ୍ୟକତା ରହିଛି। ଏଠାରେ ଲାଭରେ ହ୍ରାସ ଘଟୁଥିବାରୁ ଦେଶର କର୍ପୋରେଟ ସେକ୍ଟର ସମୂହ ସେମାନଙ୍କ ଆଗାମୀ ପୁଞ୍ଜି ନିବେଶ ଯୋଜନାକୁ ସାମୟିକ ସ୍ଥଗିତ ରଖିଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହାସହ ଯେଉଁ ଶିଳ୍ପ କାରଖାନା ଚାଲିଛି ସେଠାରେ କେବଳ କର୍ମଚାରୀ ଛଟେଇ ଅର୍ଥନୈତିକ ଅସ୍ଥିରତାରେ ସହଯୋଗ କରିବ ତାହା ନୁହେଁ, ବରଂ ସାମାଜିକ ଅସ୍ଥିରତାର ମୂଳଦୁଆକୁ ଆହୁରି ମଜବୁତ କରିଛି ା ସମସ୍ୟା ବଢିଲାଣି, କର୍ମଚାରୀ ବିଦା ହୋଇଚାଲିଲେ ଅର୍ଥନୀତି ରୁଗ୍‌ଣ ହେବ ଏଥିରେ ସନ୍ଦେହ ନାହିଁ। ଏଥିଯୋଗୁ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେଉଛି। କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଘଟିଛି । ଏହି କାରଣରୁ ଶୁକ୍ରବାର ଆରପିଡିଏସିର ସମୀକ୍ଷା ବୈଠକ କଳିଙ୍ଗନଗର କିମ୍ବା ଯାଜପୁର ଜିଲାରେ ନ ହୋଇ କଟକ ଆରଡିସି କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ହେଉଛି ା ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ, ଆରପିଡିଏସି ସମୀକ୍ଷା ବୈଠକ ଆରଡିସି କାର୍ଯ୍ୟାଳୟରେ କରିବାକୁ ଆରଡିସି ନିଷ୍ପତ୍ତି ନେଇଥିଲେ। ତେବେ ଆରପିଡିଏସି ବୈଠକ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅୟୋଜିତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା, ଶର୍ମିଷ୍ଠାଙ୍କୁ ସ୍ବାଗତ ପାଇଁ ବିଜେଡିର ପ୍ରସ୍ତୁତି

ବଡ଼ଚଣା/ଛତିଆ,୨୫ା୪(ଦିଲୀପ କୁମାର ମହାନ୍ତି/ ସୌମ୍ୟ ରଞ୍ଜନ ସାହୁ)ଆସନ୍ତା ୨୬ ତାରିଖ ଶୁକ୍ରବାର ବଡ଼ଚଣା ବିଜେଡି ବିଧାୟକ ପ୍ରାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଓ ଯାଜପୁର ସାଂସଦ ପ୍ରାର୍ଥତ୍ନୀ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

ବିଶ୍ୱରଞ୍ଜନଙ୍କୁ ଟିକେଟ, ପଦ୍ମ ଧରିପାରନ୍ତି ସୁନନ୍ଦା

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୩ା୪:ଯାଜପୁର ଜିଲାର ବରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବିଧାୟିକା ସୁନନ୍ଦା ଦାସଙ୍କୁ ବିଜେଡି ବାଦ୍‌...

‘ଚକ୍ରାନ୍ତ କରି ମୋ ଟିକେଟ୍ କାଟିଦେଲେ, ତାଙ୍କ କଥା ଜଗନ୍ନାଥ ବୁଝିବେ’: ସୁନନ୍ଦା ଦାସ

ଭୁବନେଶ୍ୱର, ୨୨।୪: ସୋମବାର ବିଜୁ ଜନତା ଦଳ ପକ୍ଷରୁ ସପ୍ତମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରାଯାଇଛି। ଏଥିରେ ବରୀ ବିଧାୟକ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ...

ଗାଁରେ ପିଇବା ପାଣି ଅଭାବ

କାଏମା,୨୨ା୪(ଶିବପ୍ରସାଦ ମହାନ୍ତି):ସରକାର ଲୋକଙ୍କ ସର୍ବନିମ୍ନ ମୌଳିକ ସମସ୍ୟାରେ ସୁଧାର ଆଣିବାକୁ ଅହରହ ପ୍ରଚେଷ୍ଠା କରିଆସୁଛନ୍ତି। ମାତ୍ର କେତେଜଣ ଅଧିକାରୀଙ୍କ ଅପାରଗତା କାରଣରୁ ଧର୍ମଶାଳା ବ୍ଲକରେ ପାନୀୟ...

ଭାଜପା, ବିଜେଡିକୁ ଘାରିଛି ବିଦ୍ରୋହୀ ଚିନ୍ତା

ଯାଜପୁର,୨୨ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଲୋକ ସଭା ଓ ଏହା ଅଧୀନ ଜିଲାର ୭ ବିଧାନସଭା ଆସନରେ ଭୋଟ ଜୁନ୍‌ ୧ରେ ହେବାକୁ ଥିବାବେଳେ ମେ’ ମାସ ୭ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri